Advertisment

ବେଙ୍ଗାଲୁରୁରୁ ସୁଟକେସ ଭିତରୁ ମିଳିଥିଲା କିଶୋରୀଙ୍କ ମୃତଦେହ, ବିହାରରୁ ଗିରଫ ହେଲେ ୭

ସମସ୍ତ ଗିରଫ ଅଭିଯୁକ୍ତ ବିହାରର ନୱାଡା ଜିଲ୍ଲାର। ୭ ଜଣଙ୍କ ମଧ୍ୟରୁ ୩ ଜଣ ପରିଚୟ ମିଳିଛି। ସେମାନେ ହେଲେ ମୁକେଶ, ରାଜାରାମ ମୋହନ ଓ ଆଶିଷ କୁମାର।

Murder

Murder

Advertisment

ମେ’ ୨୧ ତାରିଖରେ ବେଙ୍ଗାଲୁରୁରୁ ଜଣେ କିଶୋରୀଙ୍କ ମୃତଦେହ ସୁଟକେସରୁ ମିଳିଥିଲା। ଜଣେ ୧୭ ବର୍ଷୀୟ ଝିଅଟିକୁ ହତ୍ୟା କରି କେହି ସୁଟକେସରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲେ। ବେଙ୍ଗାଲୁରୁ ପୁଲିସ୍‌ ଏହି ଘଟଣାର ତଦନ୍ତ କରି ବିହାରରୁ ୭ ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ବେଙ୍ଗାଲୁରୁ ଗ୍ରାମାଞ୍ଚଳ ଡିଭିଜନର ସୂର୍ଯ୍ୟନଗର ପୁଲିସ୍‌ ବିହାରରୁ ୭ ଜଣଙ୍କୁ ଧରିବା ସହ ସେମାନଙ୍କୁ କର୍ଣ୍ଣାଟକା ଆଣୁଛି।

Advertisment

ସମସ୍ତ ଗିରଫ ଅଭିଯୁକ୍ତ ବିହାରର ନୱାଡା ଜିଲ୍ଲାର। ୭ ଜଣଙ୍କ ମଧ୍ୟରୁ ୩ ଜଣ ପରିଚୟ ମିଳିଛି। ସେମାନେ ହେଲେ ମୁକେଶ, ରାଜାରାମ ମୋହନ ଓ ଆଶିଷ କୁମାର। କୁମାର ବିବାହିତ ଓ ତା’ର ୨ଟି ପିଲା ମଧ୍ୟ ରହିଛନ୍ତି। ପୁଲିସ୍‌ ଏବେ ୭ ଜଣଙ୍କୁ ଗିରଫ କରି ହତ୍ୟା ପଛର ଉଦ୍ଦେଶ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା କରୁଛି।

ମେ’ ୨୧ ତାରିଖରେ ବେଙ୍ଗାଲୁରୁର ପୁରୁଣା ଚାନ୍ଦପୁରା ରେଳ ବାଇ ବ୍ରିଜ ନିକଟରୁ ଗୋଟିଏ ବ୍ଲ୍ୟୁ ରଙ୍ଗର ସୁଟକେସ ମିଳିଥିଲା। ଏହାକୁ ପୁଲିସ ଖୋଲିବା ପରେ ଭିତରୁ ୧୭ ବର୍ଷୀୟ ରୀମାଙ୍କ ମୃତଦେହ ମିଳିଥିଲା। ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିଲା ଯେ ରୀମାଙ୍କୁ ଅନ୍ୟତ୍ର ହତ୍ୟା କରାଯିବା ପରେ ମୃତଦେହକୁ ସୁଟକେସରେ ଭର୍ତ୍ତି କରାଯାଇଥିଲା। ଏହାପରେ ଚଳନ୍ତା ଟ୍ରେନରୁ ଏହାକୁ ଫିଙ୍ଗି ଦିଆଯାଇଥିଲା।

Advertisment

ତେବେ ପୁଲିସ୍‌ ପରବର୍ତ୍ତୀ ଅବସ୍ଥାରେ କହିଥିଲା ଯେ ରୀମାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ମୃତଦେହକୁ ସୁଟକେସରେ ଭର୍ତ୍ତି କରିଥିଲେ। ଏହାପରେ ଏହାକୁ ଗୋଟିଏ କ୍ୟାବ ଦ୍ୱାରା ରେଳ ଟ୍ରାକ ନିକଟକୁ ଆଣିଥିଲେ। କିଶୋରୀଙ୍କ ପରିଚୟ ହାସଲ କରିବା ପାଇଁ ପୁଲିସ୍‌ ପକ୍ଷରୁ କର୍ଣ୍ଣାଟକାର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଥିଲା। କିନ୍ତୁ କୌଣସି ସୁଫଳ ମଳି ନଥିଲା।

ପରବର୍ତ୍ତୀ ସମୟରେ ପୁଲିସ୍‌ କିଶୋରୀ ଜଣଙ୍କ ବାହାର ରାଜ୍ୟର ଅନୁଭବ କରିଥିଲେ। ତଦନ୍ତ ଜାରି ରହିଥିବା ବେଳେ କିଶୋରୀଙ୍କ ପରିଚୟ ମିଳିଥିଲା। ତାଙ୍କ ଘର ବିହାରର ନୱାଡା ଜିଲ୍ଲାର ବେଲାରୁ ଗାଁରେ ବୋଲି ପୁଲିସ୍‌ ଜାଣିବାକୁ ପାଇଥିଲା। ରୀମାଙ୍କ ନିଖୋଜ ସମ୍ପର୍କରେ ମେ’ ୨୩ରେ ପରିବାର ଲୋକ ହିସା ପୁଲିସ୍‌ରେ ଅଭିଯୋଗ କରିଥିଲେ। ରୀମାଙ୍କୁ ଅପହରଣ କରାଯାଇଥିବା ଖବର ବେଙ୍ଗାଲୁରୁ ପୁଲିସ ପାଖରେ ପହଞ୍ଚିଥିଲା।

ପୁଲିସ୍‌ର କହିବା କଥା ଯେ ମୁଖ୍ୟ ଅଭିଯୁକ୍ତ ୪୨ ବର୍ଷୀୟ ଆଶିଷ କୁମାର ମେ’ ୧୫ରେ ରୀମାକୁ ତାଙ୍କ ଘରୁ ପ୍ରଲୋଭିତ କରି ନିଜ ସହ ଆଣିଥିଲା। ବିହାରରୁ ସିଧା ସେମାନେ ମେ’ ୧୭ରେ କର୍ଣ୍ଣାଟକାର କଚାନାୟକାନାହାଲିରେ ପହଞ୍ଚିଥିଲେ। ଜଣେ ବନ୍ଧୁଙ୍କ ଘରେ ରହିଥିଲେ। ସୂର୍ଯ୍ୟ ନଗର ପୁଲିସ୍‌ ଇନସପେକ୍ଟର ସଞ୍ଜୀବ କୁମାର ମହାଜନ କହିଛନ୍ତି, “ଆଶିଷ କୁମାର କିଶୋରୀ ରୀମାଙ୍କୁ ତା’ ପତ୍ନୀ ଭାବେ ବନ୍ଧୁଙ୍କୁ ପରିଚୟ ଦେଇଥିଲେ। ସେମାନେ କିଛି ଦିନ ସେଠାରେ ରହିବାକୁ ଚାହୁଁଥିବା ଜଣାଇଥିଲା। ବନ୍ଧୁ ଜଣଙ୍କ ରହିବାକୁ ଅନୁମତି ମଧ୍ୟ ଦେଇଥିଲେ। କିନ୍ତୁ ମେ’ ୨୦ ତାରିଖ ସକାଳ ୮ରୁ ୯ଟା ମଧ୍ୟରେ ବନ୍ଧୁ ଜଣଙ୍କ ତାଙ୍କ କାମରେ ଚାଲି ଯାଇଥିଲେ।

ଏହି ସମୟରେ ଆଶିଷ କୁମାର ତାଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିଲେ। ଏହାପରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା ପରେ ସେ ତା’ର ସହଯୋଗୀମାନଙ୍କୁ ଖବର ଦେଇଥିଲା। ନିଜର ସହଯୋଗୀମାନଙ୍କ ସହଯୋଗରେ ସେ ରୀମାଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରିଥିଲା ଓ ଏହାକୁ ରେଳ ବ୍ରିଜ ନିକଟରେ ପିଙ୍ଗି ଦେଇଥିଲେ। ତଦନ୍ତକୁ ବାଟବଣା କରିବା ପାଇଁ ସେ ଏପରି କରିଥିଲା।”

ଆଶିଷ ହେଉଛି ବୋମାସାନ୍ଦ୍ରା ଇଣ୍ଡଷ୍ଟ୍ରିଆଲ ଫାର୍ମର ପୂର୍ବତନ ଆସିସଷ୍ଟାଣ୍ଟ। ସେ ବିବାହିତ ଓ ତା’ର ୨ ଜଣ ପିଲା ରହିଛନ୍ତି। ଏକଦା ସେ ରୀମାଙ୍କ ଗାଁକୁ ବୁଲିବାକୁ ଯାଇଥିଲା। ସେଠାରେ ଆଶିଷର ସମ୍ପର୍କୀୟ ରୁହନ୍ତି। ସେଠାକୁ ଯିବା ସମୟରେ ସେ ୧୦ମ ଶ୍ରେଣୀରେ ପଢ଼ୁଥିବା ରୀମାଙ୍କ ସହ ପରିଚିତ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦେଇ ବେଙ୍ଗାଲୁରୁ ଆଣିବା ସହ ହତ୍ୟା କରିଛି।

ଇନସପେକ୍ଟର ମହାଜନ କହିଛନ୍ତି, “ସମସ୍ତ ୭ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରାଯାଇଛି। ଆଉ ୨ ଜଣ ଅଭିଯୁକ୍ତ ଏବେ ବି ଫେରାର ରହିଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ରୀମାଙ୍କ ମୃତଦେହକୁ ରେଳ ଟ୍ରାକ ନିକଟରେ ଫିଙ୍ଗିବା ପରେ ଅଭିଯୁକ୍ତମାନେ ସିଧା ବିହାର ଚାଲି ଆସିଥିଲେ। ତେବେ ସେମାନଙ୍କୁ ସ୍ଥାନୀୟ ପୁଲିସ ସହାୟତାରେ ଗିରଫ କରାଯାଇଛି।”

Murder Bihar Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe