Advertisment

ନାବାଳିକା ପ୍ରେମିକାଙ୍କୁ ନିର୍ମମ ହତ୍ୟା ଘଟଣା: ପୁରୁଣା ବୟଫ୍ରେଣ୍ଡଙ୍କ ପାଇଁ ସାହିଲ ଠାରୁ ଦୂରେଇ ଯାଉଥିଲେ ସାକ୍ଷୀ!

ଜେରା ବେଳେ ସେ ପୁଲିସ୍‌ ଆଗରେ ନିଜର ଦୋଷ ସ୍ୱୀକାର କରିଛି। ପୁରୁଣା ବୟଫ୍ରେଣ୍ଡ ପାଇଁ ସାକ୍ଷୀ ତା’ ଠାରୁ ଦୂରେଇ ଯାଉଥିଲେ। ଏଥିପାଇଁ ସେ ତାଙ୍କୁ ହତ୍ୟା କରିଥିଲା। ଏଥିପାଇଁ ସେ ଆଦୌ ଅନୁତପ୍ତ ନୁହେଁ ବୋଲି ମଧ୍ୟ ପୁଲିସକୁ କହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Delhi

Delhi

ଦେଶର ରାଜଧାନୀ ଦିଲ୍ଲୀର ବିଚ୍‌ ରାସ୍ତାରେ ନାବାଳିକା ପ୍ରେମିକଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଛୁରୀ ଭୁଷି ଓ ପଥର ଛେଚି ହତ୍ୟା କରିଥିବା ୨୦ ବର୍ଷୀୟ ସାହିଲକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରବିବାର ହତ୍ୟାକାଣ୍ତର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିବା ବେଳେ ସୋମବାର ପୁଲିସ୍‌ ସାହିଲକୁ ଉତ୍ତର ପ୍ରଦେଶର ବୁଲନ୍ଦଶହରରୁ ଗିରଫ କରିଥିଲା।

Advertisment

ଜେରା ବେଳେ ସେ ପୁଲିସ୍‌ ଆଗରେ ନିଜର ଦୋଷ ସ୍ୱୀକାର କରିଛି। ପୁରୁଣା ବୟଫ୍ରେଣ୍ଡ ପାଇଁ ସାକ୍ଷୀ ତା’ ଠାରୁ ଦୂରେଇ ଯାଉଥିଲେ। ଏଥିପାଇଁ ସେ ତାଙ୍କୁ ହତ୍ୟା କରିଥିଲା। ଏଥିପାଇଁ ସେ ଆଦୌ ଅନୁତପ୍ତ ନୁହେଁ ବୋଲି ମଧ୍ୟ ପୁଲିସକୁ କହିଛି।

ଏସି ମେକାନିକ ଭାବେ କାମ କରୁଥିବା ସାହିଲକୁ ଗିରଫ କରିବା ପରେ ପୁଲିସ୍‌ ତା’କୁ ରାତି ତମାମ ଜେରା କରିଥିଲା। ଏହି ସମୟରେ ସେ ସାକ୍ଷୀଙ୍କୁ ନିର୍ମମ ଭାବେ ହତ୍ୟା କରି କୌଣସି ପ୍ରକାରର ଅନୁତାପ କରୁ ନଥିବା ପୁଲିସ୍‌ କହିଛି।

Advertisment

ସାହିଲ ଦାବି କରିଛି ଯେ ସାକ୍ଷୀ ତା’ ସହ ବ୍ରେକଅପ କରିବାକୁ ଚାହୁଁଥିଲେ। ଉଭୟଙ୍କ ମଧ୍ୟରେ ୩ ବର୍ଷର ପ୍ରେମ ସମ୍ପର୍କ ଥିଲା। ତେବେ ହଠାତ୍‌ ସାକ୍ଷୀଙ୍କ ଜୀବନଙ୍କୁ ତାଙ୍କ ପୁରୁଣା ବୟଫ୍ରେଣ୍ଡ ଫେରିଥିଲେ। ପୁରୁଣା ବୟଫ୍ରେଣ୍ଡକୁ ପାଇବା କ୍ଷଣି ସାହିଲଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ ସାକ୍ଷୀ। ଏହି ପୂର୍ବତନ ବୟଫ୍ରେଣ୍ଡ ଜଣଙ୍କ ଗୁଣ୍ଡା ହୋଇଥିବାରୁ ସାହିଲ ମଧ୍ୟ ତାଙ୍କୁ ଡରୁଥିଲା।

ତେବେ ସେ ସାକ୍ଷୀଙ୍କୁ ଏନେଇ ବୁଝାଇବା ସହ ପୁରୁଣା ବୟଫ୍ରେଣ୍ଡଙ୍କୁ ଭୁଲି ଯିବାକୁ ବାରମ୍ବାର କହିଥିଲା। ତଥାପି ସାକ୍ଷୀ କିଛି ବି ବୁଝି ନଥିଲେ ଓ ସାହିଲ ସହ ସମ୍ପର୍କ ତୁଟାଇ ଦେଇଥିଲେ। ଦୀର୍ଘ ଦିନ ହେଲା ସାକ୍ଷୀ ତା’କୁ ଅଣଦେଖା କରୁଥିବାରୁ ଏହାର ବଦଲା ନେବାକୁ ସେ ଯୋଜନା କରିଥିଲା।

ରବିବାର ସାକ୍ଷୀ ଗୋଟିଏ ଜନ୍ମଦିନ ପାର୍ଟିକୁ ଯାଉଥିବା ବେଳେ ପ୍ରଚୁର ମଦ ପିଇ ସାହିଲ ତାଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ଗୋଟିଏ କାନ୍ଥରେ ତାଙ୍କୁ ବଳପୂର୍ବ ପିଟି ଦେବା ସହ ସର୍ବସମ୍ମୁଖରେ ୨୦ରୁ ଅଧିକ ଥର ଛୁରୀ ଭୁଷିଥିଲା। ସେ ତଳେ ପଡ଼ିଯିବା ପରେ ଗୋଟିଏ ପଥରରେ ବାରମ୍ବାର ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା।

ଘଟଣା ସ୍ଥଳରେ ହିଁ ସାକ୍ଷୀଙ୍କ ମୃତ୍ୟୁ ଘଟିଥିଲା। ରକ୍ତାକ୍ତ ମୃତଦେହ ରାସ୍ତା କଡ଼ରେ ୨୫ ମିନିଟ ଧରି ପଡ଼ି ରହିବା ପରେ କେହି ଜଣେ କଲ କରି ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ଆସି ଶବକୁ ଜବତ କରିଥିଲା। ସାକ୍ଷୀଙ୍କ ଶରୀରରେ ମୋଟ ୩୪ଟି କ୍ଷତ ଚିହ୍ନ ରହିଛି। ମୁଣ୍ଡରେ ମଧ୍ୟ ଛୁରୀ ଭୁଷା ଯାଇଛି।

ଘଟଣା ପରେ ସାହିଲ ନିଜର ଫୋନ ଓ ହତ୍ୟାରେ ବ୍ୟବହାର କରିଥିବା ଛୁରୀକୁ ଫିଙ୍ଗି ବସ୍‌ ଯୋଗେ ବୁଲନ୍ଦଶହର ଚାଲି ଯାଇଥିଲା। ସେଠାରେ ଥିବା ସମ୍ପର୍କୀୟଙ୍କ ଘରେ ରାତି କାଟିଥିଲା। କିନ୍ତୁ ସୋମବାର ପୁଲିସ୍‌ ତା’କୁ ଗିରଫ କରିଛି।

ସାକ୍ଷୀଙ୍କୁ ବାରମ୍ବାର ସାହିଲ ହଇରାଣ କରୁଥିବାରୁ ଏକଦା ସେ ତା’କୁ ପୁଲିସ୍‌ର ଭୟ ମଧ୍ୟ ଦେଖାଇଥିଲେ। ଏପରି କି ଗୋଟିଏ ନକଲି ବନ୍ଧୁକ ଦେଖାଇ ସାହିଲକୁ ଡରାଇବାକୁ ଚେଷ୍ଟା କରିଥିଲେ। ତଥାପି ସେ କିଛି ବି ବୁଝି ନଥିଲା। ଶନିବାର ଦୁଇ ଜଣଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଝଗଡ଼ା ମଧ୍ୟ ହୋଇଥିଲା।

Delhi Minor Murdered Muder Case