Advertisment

ଆତ୍ମହତ୍ୟାର ଡେମୋ ଦେଖାଉଥିଲେ, ଚାଲିଗଲା ନାବାଳକଙ୍କ ଜୀବନ, ଅସହାୟ ରହିଗଲେ ଦୃଷ୍ଟିହୀନ ମା’

ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ କେମିତି ମୃତ୍ୟୁ ହୁଏ, ଭାଇ-ଭଉଣୀଙ୍କୁ ତା'ର ଡେମୋ ଦେଖାଉ ଦେଖାଉ ଚାଲିଗଲା ନାବାଳକଙ୍କ ଜୀବନ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ମୃତ୍ୟୁକୁ ନେଇ ଥଟ୍ଟାମଜା... ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ କେମିତି ମୃତ୍ୟୁ ହୁଏ, ଭାଇ-ଭଉଣୀଙ୍କୁ ତା'ର ଡେମୋ ଦେଖାଉଥିଲେ ଜଣେ ନାବାଳକ। ହେଲେ ସେ ବି ଭାବିନଥିବେ, ଏହି ଥଟ୍ଟାମଜା ଜୀବନ ଦୀପକୁ ସବୁଦିନ ପାଇଁ ଲିଭାଇ ଦେବ ବୋଲି। ଖେଳ ଖେଳରେ ଏପରି ହରକତ ଶେଷରେ ତାଙ୍କ ଜୀବନ ନେଇଯାଇଛି। ଆଉ ଦୃଷ୍ଟିବାଧିତ ମାଆର ଉପସ୍ଥିତିରେ ଚାଲି ଯାଇଛି ପୁଅର ଜୀବନ।

Advertisment

ଉତ୍ତର ପ୍ରଦେଶର ଜାଲୋନରେ ଘଟିଛି ଏପରି ଅଭାବନୀୟ ଘଟଣା। ଏହି ଅଞ୍ଚଳରେ ରହୁଥିବା ୫୦ ବର୍ଷୀୟ ସଂଗୀତା ଜନ୍ମରୁ ଦୃଷ୍ଟିହୀନ। ଚାରି ପିଲା ଓ ସ୍ୱାମୀଙ୍କୁ ନେଇ ସୁଖେ ଦୁଃଖେ ଚଳୁଥିଲେ। ଘଟଣା ସମୟରେ ସେ ଏକ କୋଠରୀରେ ଶୋଇଥିଲେ। ତାଙ୍କ ସ୍ୱାମୀ ଖେମଚନ୍ଦ୍ର ବଜାରକୁ କାମ କରିବାକୁ ଯାଇଥିଲେ। ତାଙ୍କର ୧୩ ବର୍ଷର ପୁଅ ଯଶ ଅନ୍ୟ ଭାଇ-ଭଉଣୀଙ୍କ ସହ ଖେଳୁଥିଲେ। ଏହି ସମୟରେ ଯଶ କିପରି ରଶି ଲଗାଇ ଆତ୍ମହତ୍ୟା କରାଯାଏ, ତାର ଦୃଶ୍ୟ ଦେଖାଇବାକୁ ଚାହୁଁଥିଲେ।

ଷ୍ଟୁଲ୍ ଆଣି, ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟାର ଡେମୋ ଦେଖାଉଥିଲେ ଯଶ। ଦୁର୍ଭାଗ୍ୟବଶତଃ ହଠାତ୍ ଷ୍ଟୁଲଟି ପାଦତଳୁ ଖସି ଯାଇଥିଲା। ଫଳରେ ରଶିରେ ଝୁଲି ପଡ଼ିଥିଲେ ଯଶ। ମୃତ୍ୟୁ ସମୟର ସେ ବିକଟାଳ ଦୃଶ୍ୟକୁ ବି ବାରିପାରୁ ନଥିଲେ ଅନ୍ୟ ଭାଇ-ଭଉଣୀ। ଯଶ ଅଭିନୟ କରୁଥିବେ ବୋଲି ଭାବୁଥିଲେ। ହେଲେ ଯେତେବେଳେ ତାଙ୍କ ନାକ ଆଉ ପାଟିରୁ ରକ୍ତ ବୋହିଥିଲା ସେତେବେଳେ ଜୋରରେ ଚିତ୍କାର କରିଥିଲେ ତିନି ଭାଇ-ଭଉଣୀ।

Advertisment

ପିଲାମାନଙ୍କ ପାଟି ଶୁଣି ନିଦରୁ ଉଠି ଦୌଡ଼ି ଆସିଥିଲେ ମାଆ ସଂଗୀତା। ଦୌଡ଼ି କାଟିବା ପାଇଁ ଏଣେ ତେଣେ ଛୁରୀ କିମ୍ବା ଅନ୍ୟାନ୍ୟ ଧାରୁଆ ଅସ୍ତ୍ର ଖୋଜୁଥିଲେ। ହେଲେ ଦୃଷ୍ଟିହୀନ ଆଖିକୁ କୋଉଠି କ’ଣ ଅଛି ହଠାତ କିଛି ଦିଶି ନଥିଲା। ଶେଷରେ ପଡ଼ୋଶୀଙ୍କୁ ଡାକିଥିଲେ, ହେଲେ ପଡ଼ୋଶୀ ଆସିବା ପୂର୍ବରୁ ସବୁ କିଛି ସରିଯାଇ ଥିଲା। ପୁଅ ଜୀବନ ରକ୍ଷା କରିବାରେ ଦୃଷ୍ଟି ବାଧିତ ହିଁ ବାଧକ ସାଜିଲା ବୋଲି ସେ କହିଛନ୍ତି। ଏଥିସହ ନିଜ ଭାଗ୍ୟକୁ ମଧ୍ୟ ଧିକ୍କାର କରିଛନ୍ତି ସଂଗୀତା। 

Suicide Case Suicide Prank Teen Suicide Son Died In Front Of Mother
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe