Advertisment

Teen Thrown Into Canal: ଦୁଇ ହାତ ବାନ୍ଧି ଝିଅକୁ କେନାଲରେ ଫିଙ୍ଗି ଦେଇଥିଲେ ବାପା, ୨ ମାସ ପରେ ଘଟିଲା ଏମିତି ଘଟଣା

ଜନ୍ମ କଲା ବଢ଼ିଲା ଝିଅର ଦୁଇ ହାତକୁ ବାନ୍ଧି ଅତ୍ୟନ୍ତ ନିର୍ଦ୍ଦୟ ଢଙ୍ଗରେ କେନାଲରେ ଫିଙ୍ଗି ଦେଇଥିଲେ ବାପା। କେନାଲରେ ପାଣି ଥିବାରୁ ଭାବିଥିଲେ ଯେ ଝିଅ ଆଉ ମିଳିବ ନାହିଁ। ୨ ମାସ ଯାଏ ମଧ୍ୟ ଝିଅର କୌଣସି ପତ୍ତା ମିଳି ନଥିଲା।

Girl

ସାମ୍ନାକୁ ଆସିଥିବା ଝିଅ

Advertisment

ସାମ୍ନାକୁ ଆସିଛି ସାଂଘାତିକ ଘଟଣା। ଜନ୍ମ କଲା ବଢ଼ିଲା ଝିଅର ଦୁଇ ହାତକୁ ବାନ୍ଧି ଅତ୍ୟନ୍ତ ନିର୍ଦ୍ଦୟ ଢଙ୍ଗରେ କେନାଲରେ ଫିଙ୍ଗି ଦେଇଥିଲେ ବାପା। କେନାଲରେ ପାଣି ଥିବାରୁ ଭାବିଥିଲେ ଯେ ଝିଅ ଆଉ ମିଳିବ ନାହିଁ। ୨ ମାସ ଯାଏ ମଧ୍ୟ ଝିଅର କୌଣସି ପତ୍ତା ମିଳି ନଥିଲା। ହେଲେ ୨ ମାସରେ ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା ଘଟିଛି।

Advertisment

ଯେଉଁ ୧୭ ବର୍ଷୀୟ ଝିଅର ଦୁଇ ହାତ ବାନ୍ଧି ବାପା କେନାଲରେ ଫିଙ୍ଗି ଦେଇଥିଲେ ସିଏ ଏବେ ସର୍ବସମ୍ମୁଖକୁ ଆସିଛନ୍ତି। ପଞ୍ଜାବ(Punjab)ର ଫିରୋଜପୁର ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି। ଅଧାରୁ ପାଠ ଛାଡ଼ିଥିବା ଓ ଘରର ୪ ଭଉଣୀ ମଧ୍ୟରୁ ସବୁଠାରୁ ବଡ଼ ଝିଅ ଗଣମାଧ୍ୟମ ଆଗକୁ ଆସି ତାଙ୍କ ସହ କ’ଣ ସବୁ ଘଟିଥିଲା, ତା’ର ଛାତି ଥରା କାହାଣୀ ପୂରା ଦେଶକୁ ଜଣାଇଛନ୍ତି। କେମିତି ସେ ବର୍ତ୍ତିଲେ ସେକଥା କହିବା ସହ ତାଙ୍କୁ କେନାଲକୁ ଠେଲିଥିବା ବାପାଙ୍କୁ ଜେଲରୁ ଖଲାସ କରିବା ପାଇଁ ମଧ୍ୟ ଦାବି କରିଛନ୍ତି। 

ପରିବାରର ଦୁଃସ୍ୱପ୍ନ

ସେପ୍ଟମ୍ବର ୨୯ରେ ପରିବାର ୩ ଉଭଣୀ ଓ ମା’ଙ୍କ ସାମ୍ନାକୁ ପୂରା ଘଟଣା ଆସିଥିଲା। ବଡ଼ ଝିଅର ଚରିତ୍ରକୁ ବେଶ କିଛି ଦିନ ହେବ ସନ୍ଦେହ କରୁଥିଲେ ବାପା ସୁରଜିତ ସିଂହ। ଏଥିପାଇଁ ସେପ୍ଟେମ୍ବର ୨୯ରେ ସେ ବଡ଼ ଝିଅର ଦୁଇ ହାତକୁ ଦଉଡ଼ିରେ ବାନ୍ଧି ସ୍ଥାନୀୟ କେନାଲକୁ ଠେଲି ଦେଇଥିଲେ। ସେ ପୂରା ଘଟଣାର ଭିଡିଓ ରେକର୍ଡ କରିବା ସହ ଏହାକୁ ଭାଇରାଲ ମଧ୍ୟ କରିଥିଲେ। 

Advertisment

ଭିଡିଓ ଭାଇରାଲ ହେବା ପରେ ଝିଅର ସମ୍ପର୍କୀୟମାନେ ମିଳିତ ଭାବେ ସୁରଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଫିରୋଜପୁର ସିଟି ପୁଲିସ୍‌ ତୁରନ୍ତ ହତ୍ୟା ମାମଲା ରୁଜୁ କରି ସୁରଜିତ ସିଂହଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ରହିଛନ୍ତି। 

କେମିତି ମୃତ୍ୟୁରୁ ବର୍ତ୍ତି ଯାଇଥିଲେ? 

ରବିବାର ଗଣମାଧ୍ୟମ ସାମ୍ନାକୁ ଆସିଥିବା ୧୭ ବର୍ଷୀୟ ଝିଅ ଜଣଙ୍କ କେମିତି ଘଟଣା ପରେ ମୃତ୍ୟୁ ମୁଖରୁ ବର୍ତ୍ତିଥିଲେ ସେକଥା କହିଛନ୍ତି। ତାଙ୍କ କହିବା କଥା ଯେ କେନାଲରେ ପ୍ରଖର ସ୍ରୋତରେ ପାଣି ଚାଲିଥିଲା। ସେ ଏହା ମଧ୍ୟରେ ପଡ଼ିବା କ୍ଷଣି ଭାସି ଚାଲିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ଦୁଇ ହାତକୁ ବାନ୍ଧି ରଖିଥିବା ଦଉଡ଼ି ଫିଟି ଯାଇଥିଲା।

ତଥାପି ସେ ପାଣିରେ ଭାସି ଚାଲିଥିଲେ। ଏହି ସମୟରେ ହଠାତ କେନାଲରେ ଥିବା ଗୋଟିଏ ଲୁହା ରଡରେ ତାଙ୍କ ମୁଣ୍ଡ ମାଡ଼ ହୋଇଥିଲେ। ହେଲେ ଏହି ଯନ୍ତ୍ରଣା ଦାୟକ ଧକ୍କା ତାଙ୍କୁ ନୂଆ ଜୀବନ ଦେଇଥିଲା। ସେ ଅସହ୍ୟ ଯନ୍ତ୍ରଣା ଭିତରେ ଲୁହା ରଡକୁ ଧରି ପକାଇଥିଲେ। ଶେଷରେ ସେହି ରଡ ସହାୟତାରେ ପାଣିରୁ ପ୍ରଖର ସ୍ରୋତରୁ ବର୍ତ୍ତି ଯାଇଥିଲେ। 

ସେ ଲୁହା ରଡକୁ ଧରି ଆଗକୁ ବଢ଼ୁଥିବା ବେଳେ ହଠାତ ସେଠାରେ ଯାଉଥିବା ୩ ଜଣ ଲୋକଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ସେମାନେ ତାଙ୍କୁ ସୁରକ୍ଷିତ ଭାବେ ପାଣିରୁ ବାହାର କରିଥିବା ଝିଅ ଜଣଙ୍କ କହିଛନ୍ତି। ତେବେ ୨ ମାସ ହେଲା ସେ କେଉଁଠି ଶରଣ ନେଇଥିଲେ ସେକଥା କହି ନାହାନ୍ତି। କେବଳ ସେ ଗୋଟିଏ ସ୍ଥାନରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ସମସ୍ତଙ୍କୁ ଜଣାଇଛନ୍ତି। 

ରବିବାର ଗଣମାଧ୍ୟମ ସାମ୍ନାକୁ ଆସିଥିବା ଝିଅ ଜଣଙ୍କ ଜେଲରେ ଥିବା ବାପାଙ୍କୁ ତୁରନ୍ତ ଖଲାସ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ମୋର ସାନ ଭଉଣୀମାନଙ୍କ ଦେଖାଶୁଣା କରିବାକୁ ମୋ ବାପାଙ୍କ ବ୍ୟତୀତ କେହି ନାହାନ୍ତି। ତେଣୁ ତାଙ୍କୁ ତୁରନ୍ତ ଜେଲରୁ ଖଲାସ କରାଯାଉ।” 

ଏହାବାଦ ସେ ସମ୍ପର୍କୀୟଙ୍କ ଉପରେ ବିଶ୍ୱାସ ରଖି ନଥିବାରୁ ପୁଲିସ୍‌ ସୁରକ୍ଷା ମଧ୍ୟ ଦାବି କରିଛନ୍ତି। ପୁଲିସ୍‌ ଏବେ ଘଟଣାର ସବୁ ଦିଗକୁ ବିଚାରକୁ ନେଇ ତଦନ୍ତ ଆରମ୍ଭ କରିଛି। 

Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe