/odisha-reporter/media/post_attachments/uploadimage/library/16_9/16_9_0/arrest_1674452139.jpg)
arrest
ନକଲି କାଗଜପତ୍ର ପ୍ରସ୍ତୁତ କରି ଭାରତରେ ରହିବା ଅଭିଯୋଗରେ ଜଣେ ୧୯ ବର୍ଷୀୟ ପାକିସ୍ତାନୀ ଯୁବତୀଙ୍କୁ ବେଙ୍ଗାଲୁରୁ ପୁଲିସ ଗିରଫ କରିଛି। ଯୁବତୀ ଜଣକ ହେଉଛନ୍ତି ଇକ୍ରା ଜିବାନୀ। ଯୁବତୀ ଜଣକ ୟୁପିର ଜଣେ ୨୫ ବର୍ଷୀୟ ଯୁବକଙ୍କୁ ମଧ୍ୟ ବିବାହ କରିଛନ୍ତି। ସମ୍ପୃକ୍ତ ଯୁବତୀଙ୍କ ଘର ହେଉଛି ପାକିସ୍ତାନର ହାଇଦ୍ରାବାଦର ସିନ୍ଧ ପ୍ରଦେଶର। ଉଭୟ ଗେମିଂ ଆପ୍ରେ ପରିଚିତ ହୋଇଥିଲେ। ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଯୁବତୀ ଜଣକ ବିବାହ କରିଥିବା ଯୁବକ ଜଣକ ହେଉଛନ୍ତି ୨୬ ବର୍ଷୀୟ ମୁଲାୟମ ସିଂହ ଯାଦବ। ଶ୍ରୀ ଯାଦବ ବେଙ୍ଗାଲୁରୁରେ ଏକ ପ୍ରାଇଭେଟ କମ୍ପାନୀରେ ସୁରକ୍ଷା କର୍ମୀ ଭାବେ କାମ କରନ୍ତି।
ପୁଲିସ ଡେପୁଟି କମିଶନରଙ୍କ କହିବା ଅନୁଯାୟୀ, ୟୁପିର ୨୬ ବର୍ଷୀୟ ମୁଲାୟମ ସିଂହ ଯାଦବ ନାମକ ଜଣେ ଯୁବକ ବେଙ୍ଗାଲୁରୁରେ ରୁହନ୍ତି। ସେ ପାକିସ୍ତାନର ସମ୍ପୃକ୍ତ ଯୁବତୀଙ୍କ ଗତ ବର୍ଷ ବିବାହ କରିଛନ୍ତି। ଉଭୟଙ୍କ ମଧ୍ୟରେ ଗେମିଂ ଆପ୍ ‘ଲୁଡୁ’ ପରିଚିତ ହୋଇଥିଲା।
ଉଭୟେ ଗତ ବର୍ଷ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଯୁବତୀ ଜଣଙ୍କୁ ସେ ୨୦୨୨ ସେପ୍ଟମ୍ବରରେ ନେପାଳର କାଠମାଣ୍ଡୁ ଦେଇ ଆଣିଥିଲେ। ଉଭୟେ ବେଙ୍ଗାଲୁରୁର ବେଲାନ୍ଦୁର ପୁଲିସ ଷ୍ଟେସନ ଅଧୀନ ଏକ ଲେବର କ୍ୱାର୍ଟରରେ ରହୁଥିଲେ। ଏବେ ଯୁବତୀ ଜଣଙ୍କୁ ଗିରଫ ପରେ ତାଘଙ୍କୁ ବିଦେଶୀ ପଞ୍ଜିକରଣ କାର୍ଯ୍ୟାଳୟକୁ ପଠାଯାଇଛି। ସେହିପରି ଏହି ଘଟଣାରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ତାଙ୍କୁ ମଧ୍ୟ ବେଆଇନ ଭାବେ ଯୁବତୀଙ୍କୁ ଆଣିଥିବାରୁ ଗିରଫ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
