Advertisment

ନିଖୋଜ ନାବାଳକଙ୍କୁ ୧୭ ଖଣ୍ଡ କରି ବିଭିନ୍ନ ସ୍ଥାନରେ ପୋତି ଥିଲେ

ମୃତଦେହକୁ ସମସ୍ତଙ୍କ ଅଜାଣତରେ ୧୭ ଖଣ୍ଡ କରି ବିଭିନ୍ନ ସ୍ଥାନରେ ପୋତି ଦିଆଯାଇଥିଲା। ଅପରାଧ ଲୁଚାଇବାକୁ ପୂରା ଉଦ୍ୟମ କରାଯାଇଥିଲେ ହେଁ ପୁଲିସ୍‌ ଏବେ ଘଟଣା ଉପରୁ ପରଦା ହଟାଇଛି।

UP

UP

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ନିଖୋଜ ଥିବା ଜଣେ ୧୫ ବର୍ଷୀୟ ପିଲାର ଶରୀର ବିଭିନ୍ନ ଅଂଶକୁ ପୁଲିସ୍‌ ମାଟିତଳୁ ଉଦ୍ଧାର କରିଛି।

Advertisment

ପିଲାଟି ଗୋଟିଏ ଫାର୍ମରେ କାମ କରୁଥିବା ବେଳେ ହାର୍ଭେଷ୍ଟରରେ ଚାପି ହୋଇ ପ୍ରାଣ ହରାଇଥିଲା। ଏହାପରେ ମୃତଦେହକୁ ସମସ୍ତଙ୍କ ଅଜାଣତରେ ୧୭ ଖଣ୍ଡ କରି ବିଭିନ୍ନ ସ୍ଥାନରେ ପୋତି ଦିଆଯାଇଥିଲା। ଅପରାଧ ଲୁଚାଇବାକୁ ପୂରା ଉଦ୍ୟମ କରାଯାଇଥିଲେ ହେଁ ପୁଲିସ୍‌ ଏବେ ଘଟଣା ଉପରୁ ପରଦା ହଟାଇଛି।

ଉତ୍ତର ପ୍ରଦେଶରୁ ଏପରି ଘଟଣା ସାମ୍ନାକୁ ଆସିଛି। ବାହାରିଚର ଗାୟତ୍ରୀ ନଗର ଅଞ୍ଚଳରେ ପିଲାଟି ରହୁଥିବା ବେଳେ ୧୦ ଦିନ ହେଲା ନିଖୋଜ ରହିଥିଲା। ଏବେ ପୁଲିସ୍‌ ବିଭିନ୍ନ ସ୍ଥାନରୁ ତା’ର ମୃତଦେହକୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଉଦ୍ଧାର କରିଛି।

Advertisment

ଏହି ଘଟଣାରେ ୨୪ ବର୍ଷୀୟ ସଞ୍ଜୟ ବର୍ମା ଓ ୧୮ ବର୍ଷୀୟ ଲବକୁଶକୁ ପୁଲିସ୍‌ ଗିରଫ କରିଛି। ଏସ୍‌ପି ବ୍ରୀନ୍ଦା ଶୁକ୍ଳା କହିଛନ୍ତି, ଡିସେମମ୍ବର ୬ରେ ୧୫ ବର୍ଷୀୟ ବିକ୍ରମ ନିଖୋଜ ହୋଇ ଯାଇଥିଲା। ସେ ସଞ୍ଜୟ ବର୍ମାକୁ ଜମି କାମରେ ସାହାଯ୍ୟ କରିବା ବେଳେ ନିଖୋଜ ହୋଇଯାଇଥିବା ଖବର ମିଳିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଟ୍ରାକ୍ସର ଚଳାଉଥିବା ବେଳେ ବିକ୍ରମ ପଡ଼ି ଯାଇଥିଲା ଓ ହାର୍ଭେଷ୍ଟରରେ ଫସି ଯିବାରୁ ଗୁରୁତର ଆହତ ହୋଇଥିଲା।

ହସ୍ପିଟାଲ ନେବା ବଦଳରେ ତଳେ ପଡ଼ି ଛଟପଟ ହେଉଥିବା ବିକ୍ରମକୁ ଅଭିଯୁକ୍ତ ଜଣକ ହାର୍ଭେଷ୍ଟର ଦ୍ୱାରା ଘୋଷାଡ଼ି ଅନ୍ୟତ୍ର ପକାଇ ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସେ ପ୍ରାଣ ହରାଇଥିଲା। ଏହାପରେ ଅଭିଯୁକ୍ତ ସଞ୍ଜୟ ଓ ସହଯୋଗୀ ଲବକୁଶ ମୃତଦେହକୁ ୧୭ ଖଣ୍ଡ କରି ଜମିର ବିଭିନ୍ନ ସ୍ଥାନରେ ପୋତି ଦେଇଥିଲେ। ସେହିପରି ତା’ର ପୋଷାକ ଓ ଚପଲକୁ ପୋଖରୀରେ ଫିଙ୍ଗି ଦେଇଥିଲେ।

ଡିସେମ୍ବର ୯ରେ ପରିବାର ପକ୍ଷରୁ ବିକ୍ରମର ନିଖୋଜ ସମ୍ପର୍କରେ ଅଭିଯୋଗ କରାଯାଇଥିଲା। ପୁଲିସ୍‌ ଏହାର ତଦନ୍ତ କରୁଥିବା ବେଳେ ଡିସେମ୍ବର ୧୫ରେ ପୋଖରୀରୁ ବିକ୍ରମର ପୋଷାକ ଓ ଚପଲ ମିଳିଥିଲା।

ଅଧିକ ଯାଞ୍ଚ ପରେ ପୁଲିସ୍‌ ସଞ୍ଜୟ ଓ ଲବକୁଶକୁ ଜେରା ଆରମ୍ଭ କରିଥିଲା। ଜେରା ବେଳେ ଉଭୟ ସେମାନଙ୍କ ଅପରାଧକୁ ସ୍ୱୀକାର କରିଛନ୍ତି। ସେମାନଙ୍କ ସୂଚନା ପରେ ପୁଲିସ ଦିନ ତମାମ ପୂରା ଜମିକୁ ଖୋଳି ବିକ୍ରମଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଥିବା ସେ କହିଛନ୍ତି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe