Advertisment

ଦାନ୍ତ ଭାଙ୍ଗି ଭୂଇଁରେ ଗଡ଼ାଇଲେ, ଗୁଣିଆ ଚିକିତ୍ସାରେ ଚାଲିଗଲା ଜୀବନ

ଅନ୍ଧ ବିଶ୍ୱାସର କରୁଣ ପରିଣତି।

author-image
Tapas Behera
Deadbody

Deadbody

ଅନ୍ଧ ବିଶ୍ୱାସର କରୁଣ ପରିଣତି। ମେଡିକାଲ ବଦଳରେ (କ୍ୱାକ)ଗୁଣିଆ ପାଖକୁ ନେଇ ଚାଲିଗଲା ଶିଶୁର ଜୀବନ। ଗୁଣିଆ ଜଣକ ଶିଶୁଟିର ଦାନ୍ତ ଭାଙ୍ଗି ତାକୁ ଭୂଇଁରେ ଅସ୍ୱାଭାବିକ୍ ଭାବେ ଗଡ଼ାଗଡ଼ି କରିଥିଲେ। ଫଳରେ ଶିଶୁଟିର ମୃତ୍ୟୁ ଘଟିଛି। ଏମିତି ଏକ ଅଭାବନୀୟ ଘଟଣା ୟୁପିର ବୁଲନ୍ଦସହର ଜିଲ୍ଲାର ଢକର ଜିଲ୍ଲାରେ ଘଟିଛି। ମୃତ ଶିଶୁଟି ବର୍ଷକର ହେବ। ଶିଶୁଟି ଅସୁସ୍ଥ ହେବା ପରେ ପରିବାର ଲୋକେ ସମ୍ପୃକ୍ତ ଗୁଣିଆ ପାଖକୁ ନେଇ ଆସିଥିଲେ। ସେଠାରେ ଝଡ଼ାଫୁଙ୍କା ପରେ ଗୁଣିଆ ଜଣକ ଶିଶୁଟିର ଦାନ୍ତ ଭାଙ୍ଗି ଭୂଇଁରେ ତାକୁ ଗଡ଼ାଇଥିଲେ।

Advertisment

ତେବେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହେବା ପରେ ପରିବାର ଲୋକେ ତାକୁ ମେଡିକାଲ ନେଇଥିଲେ। ପରିବାର ଲୋକେ ପିଲାଟି ଚେତାଶୂନ୍ୟ ହେବା ଅନୁଭବ କରିବା ପରେ ବିଳମ୍ବିତ ରାତିରେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଥିବା ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ସଦସ୍ୟ ମୃତଦେହକୁ ପୁଲିସ ଷ୍ଟେସନକୁ ନେଇ ସମ୍ପୃକ୍ତ ଗୁଣିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ପୁଲିସ ତାନ୍ତ୍ରିକକୁ ଗିରଫ କରିଛି ଏବଂ ଶିଶୁର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି କହିଛି । ଘଟଣାର ତଦନ୍ତ ଚାଲିଛି। ଏହା ପୂର୍ବରୁ ମଧ୍ୟପ୍ରଦେଶରରେ ସମାନ ପ୍ରକାର ଘଟଣା ଘଟିଥିଲା। ୩ ମାସର ଶିଶୁ କନ୍ୟା ପେଟରେ ୫୧ ଥର ଗରମ ଲୁହା ରଡରେ ଚେଙ୍କ ଦିଆଯାଥିଲା। ପିଲାଟି ନିମୋନିଆରେ ପୀଡିତ ଥିଲା। ଗ୍ରାମୀଣ ସ୍ୱାସ୍ଥ୍ୟସେବାରେ ଅଗ୍ରଗତି ସତ୍ତ୍ୱେ ଡାକ୍ତରଙ୍କ ଅଭାବ ଚିକିତ୍ସା କ୍ଷେତ୍ରରେ ସଫଳ ହେଉନି। ଗ୍ରମାଞ୍ଚଳରେ ଏବେ ବି ଲୋକେ କ୍ୱାକ୍ ଉପରେ ନିର୍ଭରଶୀଳ। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଆକଳନ କରିଛି ଯେ ଦେଶରେ ପ୍ରାୟ ୧୦ ଲକ୍ଷ କ୍ୱାକ୍ ଏଲୋପାଥିକ୍ ଔଷକ୍ଷ ପ୍ରାକ୍ଟିସ କରୁଛନ୍ତି।

Advertisment
India