Advertisment

ଆକ୍ସନ ମୁଡ୍‌ରେ ସରକାର, ତେହରିକ୍‌-ଏ-ହୁରିୟତ ବ୍ୟାନ୍‌

ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଏହି ସଙ୍ଗଠନ ଉପରେ UAPA ଆକ୍ଟ ଅଧିନରେ ବ୍ୟାନ୍‌ ଲଗାଯାଇଛି।

ଅଦ୍ୟତନ ହୋଇଛି
tehreek-e-hurriyat Ban

tehreek-e-hurriyat Ban

Advertisment

ଆକ୍ସନ ମୁଡ୍‌ରେ ଭାରତ ସରକାର। ଜମ୍ମୁକଶ୍ମୀରରୁ ଆତଙ୍କବାଦୀ ମୁକ୍ତ କରାଇବା ପାଇଁ କେନ୍ଦ୍ର ସରକାର ଲଗାତର ବଡ଼ ଆକ୍ସନ ନେଉଛନ୍ତି। ମୁସ୍‌ଲିଗ୍‌ ଜମ୍ମୁ-କଶ୍ମୀର (ମସରତ ଆଲମ ଗ୍ରୁପ) ପରେ ଏବେ ସରକାର ତେହରିକ-ଏ-ହୁରିୟତ ଉପରେ ଲଗାଇଛନ୍ତି ବ୍ୟାନ୍‌। ଭାରତ ସରକାର ଏହାକୁ ବେଆଇନ ସଙ୍ଗଠନ ଭାବେ ଘୋଷଣା କରିଛନ୍ତି। ଚାରି ଦିନ ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା କଶ୍ମୀରରେ ସକ୍ରିୟ ଥିବା ଅନ୍ୟ ଏକ ବଡ ସଂଗଠନ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏନେଇ ସୋଶାଲ ମିଡିଆ 'X'ରେ ସୂଚନା ଦେଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ।

Advertisment

ସେ କହିଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଏହି ସଙ୍ଗଠନ ଉପରେ UAPA ଆକ୍ଟ ଅଧିନରେ ବ୍ୟାନ୍‌ ଲଗାଯାଇଛି। ତେହରିକ-ଏ-ହୁରିୟତକୁ ବେଆଇନ୍‌ ସଙ୍ଗଠନ ବୋଲି ଘୋଷଣା କରାଯାଇଛି। ଜମ୍ମୁ-କଶ୍ମୀରକୁ ଭାରତରୁ ଅଲଗା କରିବା ଏବଂ ଇସ୍‌ଲାମିକ ନିୟମ ପ୍ରତିଷ୍ଠା ନିଷେଧ କାର୍ଯ୍ୟରେ ଏହି ସଂଗଠନ ଜଡ଼ିତ ଅଛି। ଏହି ଗୋଷ୍ଠୀ ଭାରତ ବିରୋଧୀ ପ୍ରଚାର ପ୍ରସାର କରୁଛି।

ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ, ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ କୌଣସି ବ୍ୟକ୍ତି କିମ୍ବା ସଂଗଠନ ତୁରନ୍ତ ରୋକାଯାଇପାରିବ ବୋଲି ଅମିତ ଶାହ କହିଛନ୍ତି।

Advertisment

ଭାରତ ସରକାର ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ତେହରିକ-ଏ-ହୁରିୟତ ସଂଗଠନର ଲୋକେ ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଘାଟିରେ ପଥରମାଡ଼ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛନ୍ତି। ସଂଗଠନର ଲୋକମାନେ ଭାରତୀୟ ନିୟମ ପାଳନ କରନ୍ତି ନାହିଁ। କଶ୍ମୀରକୁ ଭାରତଠାରୁ ଅଲଗା ବୋଲି ଭାବନ୍ତି।

ଏହାପୂର୍ବରୁ ଡିସେମ୍ବର ୨୭ ତାରିଖରେ ଗୃହ ମନ୍ତ୍ରଣାଳୟ ମୁସଲିମ ଲିଗ୍ ଜମ୍ମୁ କଶ୍ମୀର (ମସରତ ଆଲମ ଗ୍ରୁପ୍) ଉପରେ ପ୍ରତିବନ୍ଧକ ଲଗାଇଥିଲା। ଦେଶ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଏହି ସଂଗଠନକୁ UAPA ଆକ୍ଟ ଅଧୀନରେ ୫ ବର୍ଷ ପାଇଁ ବାରଣ କରାଯାଇଛି ବୋଲି ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଥିଲେ।

MHA Tehreek-e-Hurriyat Indian Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe