Advertisment

ତେଜସ୍ୱୀଙ୍କୁ ଗିରଫ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଲା ସିବିଆଇ, ହାଜର ହେବାକୁ ପୁଣି ସମନ

ତେଜସ୍ୱୀ ଯାଦବଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ଏହି ଆରଜେଡି ନେତା ଜଣଙ୍କ ମାର୍ଚ୍ଚ ୨୫ରେ ସିବିଆଇର ଦିଲ୍ଲୀ ମୁଖ୍ୟାଳୟରେ ପହଞ୍ଚି ତଦନ୍ତରେ ସହଯୋଗ କରିବେ।

Tejashwi Yadav

Tejashwi Yadav

Advertisment

ଚାକିରି ପାଇଁ ଜମି ଦୁର୍ନୀତି ଘଟଣାରେ ୩ ଥର ସିବିଆଇ ସମନକୁ ଅଣଦେଖା କରିଥିବା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପୁଣି ଥରେ ଜେରା ପାଇଁ ଡାକିଛି ତଦନ୍ତକାରୀ ସଂସ୍ଥା। ତାଙ୍କୁ ମାର୍ଚ୍ଚ ୨୫ରୁ ପୂର୍ବରୁ ହାଜର ହେବାକୁ ଆଜି ସିବିଆଇ ସମନ କରିଛି। ଏଥିସହ ତାଙ୍କୁ ଚଳିତ ମାସରେ ଗିରଫ କରାଯିବ ନାହିଁ ବୋଲି ମଧ୍ୟ ସିବିଆଇ ପ୍ରତିଶ୍ରୁତି ଦେଇଛି।

Advertisment

ତେଜସ୍ୱୀ ଯାଦବଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ଏହି ଆରଜେଡି ନେତା ଜଣଙ୍କ ମାର୍ଚ୍ଚ ୨୫ରେ ସିବିଆଇର ଦିଲ୍ଲୀ ମୁଖ୍ୟାଳୟରେ ପହଞ୍ଚି ତଦନ୍ତରେ ସହଯୋଗ କରିବେ। ଏହାପୂର୍ବରୁ ସିବିଆଇ ଲିଖିତ ଭାବେ ବର୍ତ୍ତମାନ ସମୟରେ ତେଜସ୍ୱୀଙ୍କୁ ଗିରଫ କରିବାକୁ କୌଣସି ଯୋଜନା ନଥିବା କୋର୍ଟଙ୍କୁ ଜଣାଇଥିଲା।

ତେଜସ୍ୱୀ ବିହାରରେ ରହୁଥିବା ବେଳେ ତାଙ୍କୁ ସେଠାରେ ଜେରା ନ କରି ସିବିଆଇ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ ସମନ କରିଛି। ଏହା ବିରୋଧରେ ଗତକାଲି ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ସେ ତାଙ୍କ ଆବେଦନରେ କହିଥିଲେ ଯେ ବିହାର ବିଧାନସଭା ଅଧିବେଶ ଏପ୍ରିଲ ୫ ଯାଏ ଚାଲିବ। ତେଣୁ ସେ ଯାଏ ତାଙ୍କୁ ସମୟ ଦେବା ସହ ସିବିଆଇ ସମନକୁ ଖାରଜ କରାଯାଉ। କୋର୍ଟ ଏହାର ଶୁଣାଣି କରୁଥିବା ବେଳେ ଆଜି ଏପରି ଖବର ସାମ୍ନାକୁ ଆସିଛି।

Advertisment

ଚଳିତ ସପ୍ତାହରେ ସିବିଆଇ ପକ୍ଷରୁ ତେଜସ୍ୱୀ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ କରାଯାଇଥିଲା। ଇଡି ମଧ୍ୟ ତାଙ୍କ ଭଉଣୀ ରାଗଣୀ ଓ ଅନ୍ୟମାନଙ୍କ ଘରେ ଚଢ଼ଉ କରିଥିଲା।

୨୦୦୪ରୁ ୨୦୦୯ ଯାଏ ତେଜସ୍ୱୀଙ୍କ ବାପା ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ। ଏତିକି ବେଳେ ଚାକିରି ଆଶାୟୀଙ୍କ ଠାରୁ ସେ କମ ଦାମରେ ଜମି କିଣି ନିଯୁକ୍ତି ଦେଇଥିଲେ। ଚାକିରି ପାଇଁ ଜମି ମିଳିବା ପରେ ସେ ଏହାକୁ ନିଜ ପରିବାର ଲୋକଙ୍କ ନାଁରେ କରି ଦେଇଥିବା ଅଭିଯୋଗ ହୋଇଛି। ୨୦୧୭ରେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ଇଡି ମଧ୍ୟ ମନିଲଣ୍ଡରିଂ ମାମଲା ରୁଜୁ କରିଛି।

Tejashwi Yadav RJD CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe