Advertisment

୧୨ ଘଣ୍ଟା ଧରି ଘାଣ୍ଟିଲା ଇଡି, ବେହୋସ ହୋଇଗଲେ ଲାଲୁଙ୍କ ବୋହୂ

ଗତକାଲି ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ତାଙ୍କ ପତ୍ନୀଙ୍କୁ ଇଡି ୧୨ ଘଣ୍ଟା ଧରି ଘାଣ୍ଟି ଥିଲା।

ଅଦ୍ୟତନ ହୋଇଛି
Tejashwi yadav and his wife

Tejashwi-yadav and his wife

Advertisment

ଅଡୁଆରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର। ଚାକିରି ବଦଳରେ ଜମି ଦୁର୍ନୀତି ମାମଲରେ ଇଡି ଜାଲରେ ଫସିଛନ୍ତି ପୂରା ଯାଦବ ପରିବାର। ଏହି ମାମଲାରେ ଜଣ ଜଣ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଛି। ପୁଅ ଝିଅ ସମେତ ଗର୍ଭବତୀ ବୋହୂକୁ ମଧ୍ୟ ଇଡି ଘନ ଘନ ପଚରାଉଚରା କରିଛି। ତେବେ ଇଡି ପ୍ରଶ୍ନର ସମ୍ପୁଖୀନ ହେବା ପରେ ବେହୋସ ହୋଇପଡିଛନ୍ତି ଲାଲୁଙ୍କ ବୋହୂ। 

Advertisment

ଗତକାଲି ବିହାର ଉପ-ମୁଖ୍ୟମନ୍ତ୍ରୀ ତଥା ତେଜସ୍ୱୀ ଯାଦବ ଓ ତାଙ୍କ ପତ୍ନୀଙ୍କୁ ଇଡି ୧୨ ଘଣ୍ଟା ଧରି ଘାଣ୍ଟି ଥିଲା। ଜେରା ପରେ ତେଜସ୍ୱୀଙ୍କ ପତ୍ନୀ ବେହୋସ ହୋଇପଡିଥିବା ଖବର ସାମ୍ନାକୁ ଆସିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ରକ୍ତଚାପ ବଢ଼ି ଯାଇଥିବା ସୂଚନା ମିଳିଛି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। 

ସୂଚନା ମୁତାବକ, କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ତଥା ସିବିଆଇ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ଶନିବାର ସମନ ଜାରି କରିଥିଲା। କିନ୍ତୁ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଯୋଗୁ ଆଜି ବି ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ ବୋଲି ଜଣାପଡ଼ିଛି। 

Advertisment

ଏହାପୂର୍ବରୁ ସିବିଆଇ ତେଜସ୍ୱୀଙ୍କୁ ମାର୍ଚ୍ଚ ୪ ତାରିଖରେ ମଧ୍ୟ ପଚରାଉଚରା କରିବା ପାଇଁ ଡକାଇଥିଲା। କିନ୍ତୁ ବିଧାନସଭା ଅଧିବେଶନ ଚାଲିଥିବା କହି ସେ ସିବିଆଇରେ ହାଜର ହୋଇନଥିଲେ। ସେ ତଦନ୍ତକାରୀ ସଂସ୍ଥାକୁ କିଛି ଦିନ ସମୟ ମାଗିଥିଲେ। 

ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ ଯାଏ ଇଡି ପକ୍ଷରୁ ତେଜସ୍ୱୀ ଓ ତାଙ୍କ ଭଉଣୀମାନଙ୍କ ଘରେ ରେଡ୍ କରିଥିଲା। ଇଡି ଅଧିକାରୀଙ୍କ ରେଡ୍ ପରେ ସିବିଆଇ ତାଙ୍କୁ ସମନ କରି ଆଜି ହିଁ ଜେରା ପାଇଁ ହାଜର ହେବାକୁ ନୋଟିସ କରିଥିଲା।

Tejashwi Yadav CBI Lalu Prasad Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe