Advertisment

ତେଜସ୍ୱୀ ଓ ତାଙ୍କ ଭଉଣୀମାନଙ୍କ ଘରେ ପଶିଲା ଇଡି

କିଛି ଦିନ ତଳେ ସିବିଆଇ ତେଜସ୍ୱୀଙ୍କ ବାପା ଲାଲୁ ପ୍ରସାଦ ଯାଦବ ଓ ମା’ ରାବ୍ରୀ ଦେବୀଙ୍କୁ ଏହି ଦୁର୍ନୀତି ଘଟଣାରେ ଜେରା କରିଥିଲା। ଏବେ ଇଡି ତେଜସ୍ୱୀ ଓ ତାଙ୍କ ଭଉଣୀମାନଙ୍କ ଘରେ ରେଡ କରିଛି।

Tejashwi Yadav

Tejashwi Yadav

Advertisment

ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆଜି ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଲ୍ୟାଣ୍ଡ ଫର ଜବ ଦୁର୍ନୀତି ଘଟଣାରେ ଏପରି ରେଡ୍ କରାଯାଇଛି। କିଛି ଦିନ ତଳେ ସିବିଆଇ ତେଜସ୍ୱୀଙ୍କ ବାପା ଲାଲୁ ପ୍ରସାଦ ଯାଦବ ଓ ମା’ ରାବ୍ରୀ ଦେବୀଙ୍କୁ ଏହି ଦୁର୍ନୀତି ଘଟଣାରେ ଜେରା କରିଥିଲା। ଏବେ ଇଡି ତେଜସ୍ୱୀ ଓ ତାଙ୍କ ଭଉଣୀମାନଙ୍କ ଘରେ ରେଡ କରିଛି।

Advertisment

ଆଜି ଇଡିର ଅଧିକାରୀମାନେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ୧୫ଟି ସ୍ଥାନରେ ଚଢ଼ଉ କରିଛନ୍ତି। ତେଜସ୍ୱୀଙ୍କ ବ୍ୟତୀତ ଲାଲୁଙ୍କ ଝିଅ ରାଗିଣୀ ଯାଦବ, ଚନ୍ଦା ଯାଦବ ଓ ହେମା ଯାଦବଙ୍କ ଘରେ ମଧ୍ୟ ଛାନଭିନ ହୋଇଛି। ଏହାବାଦ ଆରଜେଡିର ପୂର୍ବତନ ବିଧାୟକ ଅବୁ ଦୋଜାନ ଘରେ ମଧ୍ୟ ସର୍ଚ୍ଚ ଅପରେସନ କରାଯାଇଛି। ପାଟନା, ଦିଲ୍ଲୀ-ଏନସିଆର, ରାଞ୍ଚି ଓ ମୁମ୍ବାଇରେ ଥିବା ୧୫ଟି ସ୍ଥାନରେ ଏପରି ରେଡ ହୋଇଛି।

ମାର୍ଚ୍ଚ ୭ରେ ପୂର୍ବତନ ରେଳମନ୍ତ୍ରୀ ଲାଲୁଙ୍କୁ ସିବିଆଇ ୫ ଘଣ୍ଟା ଧରି ପାଣ୍ଡରା ରୋଡରେ ଥିବା ଝିଅ ମିଶା ଭାରତୀଙ୍କ ଘରେ ପ୍ରାୟ ୫ ଘଣ୍ଟା ଧରି ଜେରା କରିଥିଲା। କିଡ୍‌ନୀ ପ୍ରତିରୋପଣ ପରେ ଲାଲୁ ସେହିଠାରେ ହିଁ ରହୁଛନ୍ତି। ଏହାର ଦିନକ ପୂର୍ବରୁ ସିବିଆଇ ପାଟନା ସ୍ଥିତ ରାବ୍ରୀ ଦେବୀଙ୍କ ଘରେ ପହଞ୍ଚି ତାଙ୍କୁ ଜେରା କରିଥିଲା।

Advertisment

୨୦୦୪ରୁ ୨୦୦୯ ଯାଏ ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଶସ୍ତା ଦାମରେ ଜମି କିଣି ଏହା ବଦଳରେ ଲୋକଙ୍କୁ ରେଳବାଇରେ ଚାକିରି ଦେଇଥିବା ଅଭିଯୋଗ ହୋଇଛି। ସିବିଆଇ ରୁଜୁ କରିଥିବା କେସ୍‌ରେ ଲାଲୁ, ତାଙ୍କ ଝିଅ ମିଶା ଓ ହେମାଙ୍କ ବ୍ୟତୀତ ଆଉ ପରିବାର ସଦସ୍ୟଙ୍କ ନାଁ ରହିଛି।

୨୦୨୨ ମସିହା ମେ’ ମାସରେ ସିବିଆଇ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଗତବର୍ଷ ଜୁଲାଇରେ ଲାଲୁଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଓଏସ୍‌ଡି ଭୋଲା ଯାଦବଙ୍କୁ ଗିରଫ କରିଥିଲା।

ED Raid CBI Bihar RJD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe