Advertisment

କୁବେର ସରକାରୀ ଅଧିକାରୀଙ୍କ ଘରେ ରେଡ; ବାହାରିଲାଣି ଶହେ କୋଟିର ସମ୍ପତ୍ତି

ସରକାରୀ ଅଧିକାରୀଙ୍କ ଘରୁ ବାହାରିଲା ଆଖି ଖୋସିଦେବା ପରି ସମ୍ପତ୍ତି। ଚଢ଼ାଉ ବେଳେ ମିଳିଲା ଶହେ କୋଟିର ସମ୍ପତ୍ତି।

Raid

Raid

Advertisment

ସରକାରୀ ଅଧିକାରୀଙ୍କ ଘରୁ ବାହାରିଲା ଆଖି ଖୋସିଦେବା ପରି ସମ୍ପତ୍ତି। ଚଢ଼ାଉ ବେଳେ ମିଳିଲା ଶହେ କୋଟିର ସମ୍ପତ୍ତି। ତେଲେଙ୍ଗାନାର ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କ ଘରୁ ବାହାରିଛି ପୁଳା ପୁଳା କ୍ୟାସ୍‌, ସୁନା ଅଳଙ୍କାର ।

Advertisment

ତେଲେଙ୍ଗାନା ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋ (ଏସିବି) ପକ୍ଷରୁ ରାଜ୍ୟ ରିଅଲ ଇଷ୍ଟେଟ ନିୟାମକ ପ୍ରାଧିକରଣ ବିଭାଗର ସଚିବ ଓ ମେଟ୍ରୋ ରେଳ ଯୋଜନା ଅଧିକାରୀ ଏସ୍‌ ବାଲକୃଷ୍ଣଙ୍କ ଘରେ ରେଡ୍‌ ବେଳେ ବାହାରିଛି ଏପରି ଅମାପ ସମ୍ପତ୍ତି । ଏସ୍‌ ବାଳକୃଷ୍ଣ ପୂର୍ବରୁ ହାଇଦ୍ରାବାଦ ମେଟ୍ରୋପଲିଆନ ଅଥରିଟିରେ ଟାଉନ ପ୍ଲାନିଂ ନିର୍ଦ୍ଦେଶକ ଭାବେ କାମ କରିଥିଲେ।

ଗତକାଲି ଦିନ ସାରା ୧୪ଟି ଟିମ୍‌ ବାଲକୃଷ୍ଣଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ାଉ କରିଥିଲେ। ଏଯାବତ ୪୦ ଲକ୍ଷ ଟଙ୍କା ନଗଦ କ୍ୟାସ୍‌, ୨ କେଜି ସୁନା, ୬୦ଟି ମହଙ୍ଗା ଘଡ଼ି, ୧୪ଟି ଦାମୀ ମୋବାଇଲ ଫୋନ୍‌, ୧୦ଟି ଲାପଟପ୍‌ ଜବତ ହୋଇଛି। ବାଲକୃଷ୍ଣଙ୍କ ଘର, କାର୍ଯ୍ୟାଳୟ, ବନ୍ଧୁବାନ୍ଧବଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ବାଲକୃଷ୍ଣଙ୍କ ଘରୁ ନଗଦ ଟଙ୍କା ଗଣିବା ମେଶିନ ବି ମିଳିଛି। ଏହି ଜବତ ସମ୍ପତ୍ତିର ମୂଲ୍ୟ ଶହେ କୋଟିରୁ ଅଧିକ ହେବ ବୋଲି ଜଣାଯାଇଛି ।

Advertisment

ତଦନ୍ତକାରୀ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ବାଲକୃଷ୍ଣଙ୍କ ବ୍ୟାଙ୍କ ଲକର ଏଯାବତ ଖୋଲି ନାହାନ୍ତି। ଏଯାବତ ତଦନ୍ତକାରୀ ଟିମ୍‌ ପକ୍ଷରୁ ବାଲକୃଷ୍ଣଙ୍କ ୪ଟି ଲକର୍‌ ଠାବ ହୋଇ ସାରିଲାଣି। ଆଜି ବି ଏହି ଚଢ଼ାଉ ଜାରି ରହିବ ବୋଲି ଜଣାଯାଇଛି।

Raid Telengana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe