Advertisment

ଆଜି ଇଡିରେ ହାଜର ହେବେ କେସିଆର୍‌ଙ୍କ ଝିଅ କବିତା

ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବି ବୋଲି କବିତା କହିଛନ୍ତି।

K.Kavitha

K.Kavitha

Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନେଇପାରେ ବଡ଼ ଆକ୍ସନ। ଏହି ମାମଲାରେ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆର୍‌ଏସ୍ ନେତା କେ.କବିତା ଇଡିରେ ହାଜର ହେବେ। ତାଙ୍କୁ ଆଜି ପୂର୍ବରୁ ଗିରଫ ହୋଇଥିବା ହାଇଦ୍ରାବାଦର ବ୍ୟବସାୟୀ ରାମଚନ୍ଦ୍ର ପିଲ୍ଲାଇଙ୍କ ସାମ୍ନାରେ ବସାଇ ପଚରାଉଚରା କରିବ ଇଡି। 

Advertisment

ପୂର୍ବରୁ ଅବକାରୀ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୯ ତାରିଖରେ କେ.କବିତାଙ୍କୁ ହାଜର ହେବାକୁ ସମନ କରିଥିଲା। କିନ୍ତୁ ସେ ଏଥିପାଇଁ ମାର୍ଚ୍ଚ ୧୬ ଯାଏଁ ସମୟ ମାଗିଥିଲେ। ହେଲେ ଆଜି ତଥା ମାର୍ଚ୍ଚ ୧୧ରେ ତାଙ୍କୁ ହାଜର ହେବାକୁ ସମୟ ଦେଇଥିଲା ଇଡି। ସେପଟେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବି ବୋଲି କବିତା କହିଛନ୍ତି। 

କେ କବିତା ସାଉଥ କାର୍ଟେଲର ଅଂଶ, ଯାହାଙ୍କୁ ଦିଲ୍ଲୀର ବର୍ତ୍ତମାନ ବାତିଲ ହୋଇଥିବା ମଦ ନୀତିରୁ ଦଲାଲି ରୂପେ ଲାଭ ମିଳିଛି ବୋଲି ଇଡି ଅଭିଯୋଗ କରିଛି। ସେପଟେ ବିଆର୍‌ଏସ୍ ନେତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରାଜନୈତିକ ଫାଇଦା ପାଇଁ କେନ୍ଦ୍ରୀୟ ସଂସ୍ଥାଗୁଡିକୁ କେନ୍ଦ୍ର ସରକାର ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବିଜେପି ଚେଷ୍ଟା କରୁଥିବା କେ କବିତା କହିଛନ୍ତି।

Advertisment

ଅନ୍ୟପଟେ ଅବକାରୀ ନୀତି ଦୁର୍ନୀତି ମାମଲାରେ କୋର୍ଟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୭ ଦିନ ପାଇଁ ଇଡି ରିମାଣ୍ଡରେ ପଠାଇଛନ୍ତି। 

K.Kavita Liquor Scam Telengana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe