Advertisment

ସାଂଘାତିକ ଅଭିଯୋଗ, ତିରୁପତି ଲଡୁରେ ମିଶୁଛି ତମାଖୁ

ତେଲେଙ୍ଗାନା ଖମାମ ଜିଳ୍ଲାର ଜଣେ ଭକ୍ତ ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
Tirupati Laddu

Tirupati Laddu

Advertisment

ତିରୁପତି ଲଡୁକୁ ନେଇ ଜାରି ରହିଛି ବିବାଦ। ଏଥିରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ଜାରି ରହିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ସାଙ୍ଘାତିକ ଅଭିଯୋଗ। ପ୍ରସାଦ ରୂପେ ବଣ୍ଟନ ହେଉଥିବା ଏହି ଲଡ଼ୁରେ ତମାଖୁ ମିଶୁଥିବା ନେଇ ଅଭିଯୋଗ ହୋଇଛି।

Advertisment

ତେଲେଙ୍ଗାନା ଖମାମ ଜିଲ୍ଲାର ଜଣେ ଭକ୍ତ ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛନ୍ତି। ଡି. ପଦ୍ମାବତୀ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ ତାରିଖରେ ତରୁପତି ତିରୁମାଲା ମନ୍ଦିର ପରିଦର୍ଶନରେ ଯାଇଥିଲେ। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ପବିତ୍ର ଲଡୁକୁ ସେ ନିଜ ପରିବାର ଓ ପଡୋଶୀ ସହ ବାଣ୍ଟିବା ପାଇଁ ଆଣିଥିଲେ।

ତେବେ ଘରକୁ ଆଣି ବାଣ୍ଟିବା ପାଇଁ ଲଡ଼ୁ ଖୋଲିବା ପରେ ଏଥିରେ କାଗଜରେ ଗୁଡା ହୋଇଥିବା ତମାଖୁ ଖଣ୍ଡ ଥିବା ଦେଖିବାକୁ ପାଇଥିଲେ। ଏହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ପବିତ୍ର ଲଡ଼ୁ ପ୍ରସ୍ତିତିରେ ଅପମିଶ୍ରିତ ଘିଅ ଓ ପଶୁ ଚର୍ବିର ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏହି ଘଟଣା ସାମ୍ନାକୁ ଅସିଛି।

Advertisment

ପଦ୍ମାବତୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, 'ମୁଁ ଯେତେବେଳେ ପ୍ରସାଦ ଆକାରରେ ଲଡୁ ପାଇଲି , ସେତେବେଳେ ଏଥିରୁ ଏକ ଛୋଟ କାଗଜରେ ଗୁଡ଼ାଯାଇଥିବା ତମାଖୁ ଖଣ୍ଡ ପାଇ ମୁଁ ଭୟଭୀତ ହୋଇ ପଡିଥିଲି। ପ୍ରସାଦ ପବିତ୍ର ହେବା ଉଚିତ। ପ୍ରସାଦରୁ ଏହିପରି ପ୍ରଦୂଷଣ ସାମଗ୍ରୀ ମିଳିବା ହୃଦୟ ବିଦାରକ।'

ସେପଟେ ତିରୁମଲା ତିରୁପତି ଲଡ଼ୁରେ ଅପମିଶ୍ରଣକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ମୁହଁ ଖୋଲିଛି। ନମୁନାକୁ ଫୁଡ଼୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ (FSSAI)କୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସଚିବ ନିଧି ଖାଡେ କହିଛନ୍ତି।

Tirupati Temple Tirupati Laddu Row Devotee Found Tobacco In Laddu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe