Advertisment

ତେଲେଙ୍ଗାନା ଭାରତର ଆଫଗାନିସ୍ତାନ: ୱାଏସ୍‌ ଶର୍ମିଲା

ଏହି ଆପତ୍ତଜନକ ମନ୍ତବ୍ୟ ପାଇଁ ପୁଲିସ ୱାଇଏସ ଶର୍ମିଲାଙ୍କୁ ଅଟକ ରଖିଛି।

author-image
Tapas Behera
undefined

YS Sharmila

ରବିବାର ତେଲେଙ୍ଗାନାର ୱାଇଏସ୍‌ଆରଟିପି ମୁଖ୍ୟ ୱାଏସ୍‌ ଶର୍ମିଲା କହିଛନ୍ତି ଯେ, ତେଲେଙ୍ଗାନା ଭାରତର ଆଫଗାନିସ୍ତାନରେ ପରିଣତ ହୋଇଛି। କେସିଆର ହେଉଛନ୍ତି ତାଲିବାନ। କେସିଆର ଜଣେ କ୍ରୁର ଶାସକ, ସେ ଜଣେ ଅତ୍ୟାଚାରୀ, ତେଲେଙ୍ଗାନାରେ କୌଣସି ଭାରତୀୟ ସମ୍ବିଧାନ ନାହିଁ, କେବଳ କେସିଆରଙ୍କ ସମ୍ବିଧାନ ଚାଲିଛି । ୱାଏସ୍‌ ଶର୍ମିଲା ଏବଂ ତାଙ୍କ ସମର୍ଥକଙ୍କୁ ଟାର୍ଗେଟ୍‌ କରି ମହାବୁବାବାଦ ବିଧାୟକ ବାନୋଠ ସେମାନଙ୍କୁ ପ୍ରବାସୀ ବୋଲି କହିଥିଲେ। ଏହା ପରେ ଶର୍ମିଲା ପାଲଟା ଜବାବ୍‌ ଦେଇ ବନୋଠଙ୍କ ଉପରେ ବର୍ଷିଥିଲେ। ଏହି ଆପତ୍ତଜନକ ମନ୍ତବ୍ୟ ପାଇଁ ପୁଲିସ ୱାଇଏସ ଶର୍ମିଲାଙ୍କୁ ଅଟକ ରଖିଛି।

Advertisment

ୱାଇଏସ୍‌ ଶର୍ମିଲାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ନାଁରେ ମହାବୁବାବାଦ ବିଧାୟକ ବନୋଠ ଶଙ୍କର ନାୟକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନାନୁସାରେ, ୱାଇଏସ୍‌ ଶର୍ମିଲାଙ୍କ ବିରୋଧରେ ଧାରା ୫୦୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ହାଇଦ୍ରାବାଦ ନିଆଯାଇଛି। କିଛି ଦିନ ପୂର୍ବରୁ ୱାଇଏସ୍ ଶର୍ମିଲା ଗୁରୁବାର ଗଣମାଧ୍ୟମ ଆଗରେ ଏକ ଜୋତାବାକ୍ସ ଖୋଲି ଦେଖାଇ ଏହାକୁ ସେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଉପହାର ଦେବେ ବୋଲି କହିଥିଲେ ।

ଶର୍ମିଲା କହିଥିଲେ ଏହା ହେଉଛି ‘ବଙ୍ଗାରୁ ତେଲେଙ୍ଗାନ। ଏଠି କୌଣସି ସମସ୍ୟା ନାହିଁ। ସେ ମୋ ସହ ପଦଯାତ୍ରାରେ ଚାଲନ୍ତୁ। ଯଦି ତାଙ୍କ କହିବା ଅନୁସାରେ ରାଜ୍ୟରେ କୌଣସି ସମସ୍ୟା ନାହିଁ, ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି। କିନ୍ତୁ ଏହା ସତ ନୁହେଁ। କେସିଆର୍‌ଙ୍କୁ ଇସ୍ତଫା ଦେଇ ଲୋକଙ୍କୁ କ୍ଷମା ମାଗିବାକୁ ପଡ଼ିବ। ସେ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ କରିବାକୁ ପଡ଼ିବ। କେସିଆର୍‌ ଅନେକ ବଡ଼ବଡ଼ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ କୌଣସି ଗୋଟିଏ ବି ପୂରଣ କରିନାହାନ୍ତି ବୋଲି ୱାଇଏସ୍‌ଟିଆର୍‌ପି ନେତ୍ରୀ ଅଭିଯୋଗ କରିଥିଲେ। 

Advertisment