Advertisment

୮ ଘଣ୍ଟା କାଳ ପାଣିରେ ଭାସିଲେ ଯୁବକ, ପୁଲିସ୍‌ ଟାଣିବାରୁ ଉଠି ବସି ପଡ଼ିଲେ

ପୁଲିସ ପହଞ୍ଚି ମୃତ ଦେହକୁ ପାଣି ଉପରକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିବା ବେଳେ ଯାହା ଘଟିଲା ଚକିତ ରହିଗଲା। କାରଣ ହଠାତ୍‌ ପାଣିରେ ଭାସୁଥିବା ବ୍ୟକ୍ତିଜଣକ ଉଠିପଡ଼ି ବଞ୍ଚିଥିବା କହିଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Man in pond for 8 hours

Man in pond for 8 hours

ଦୀର୍ଘ ୮ ଘଣ୍ଟା କାଳ ପାଣିରେ ନିଶ୍ଚଳ ହୋଇ ପଡ଼ିଥିଲେ ଜଣେ ବ୍ୟକ୍ତି। ବ୍ୟକ୍ତିଜଣକ ମରି ଯାଇଥିବା ଭାବି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତ ଦେହକୁ ପାଣି ଉପରକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିବା ବେଳେ ଯାହା ଘଟିଲା ଚକିତ ରହିଗଲା। କାରଣ ହଠାତ୍‌ ପାଣିରେ ଭାସୁଥିବା ବ୍ୟକ୍ତିଜଣକ ଉଠିପଡ଼ି ବଞ୍ଚିଥିବା କହିଥିଲେ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ତେଲେଙ୍ଗାନାର ହମନକୋଣ୍ଡାରେ ଘଟିଛି।

Advertisment

ହମନକୋଣ୍ଡାର ଏକ ପୋଖରୀରେ ଜଣେ ବ୍ୟକ୍ତି ସକାଳୁ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥଲେ। ବ୍ୟକ୍ତିଜଣକ ମରି ଯାଇଥିବା ଭାବି ସେମାନେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ବ୍ୟକ୍ତିଜଣକ ପୋଖରୀରେ ସକାଳ ୭ଟାରୁ ଭାସୁଥିବା ବେଳେ ଅପରାହ୍ନ ୨ଟାରେ ପହଞ୍ଚିଥିଲା ପୁଲିସ୍‌ ।

ସେତେବେଳେ ଘଟଣାସ୍ଥଳରେ ବହୁ ଲୋକଙ୍କ ଗହଳି ଜମିଥିଲା। ଜଣେ ପୁଲିସ୍‌ କର୍ମୀ ବ୍ୟକ୍ତିଙ୍କ ହାତ ଟାଣି ପାଣିରୁ ବାହାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ହଠାତ୍‌ ବ୍ୟକ୍ତିଜଣକ ପୁଲିସ୍‌ ହାତକୁ ଟାଣି ଉଠି ପଡ଼ିଥିଲେ। ଏହାଦେଖି ସେଠାରେ ଉପସ୍ଥିତ ସମସ୍ତେ ହତବାକ ହୋଇ ଯାଇଥିଲେ। ଏହାପରେ ବ୍ୟକ୍ତିଜଣକ ବଞ୍ଚିଥିବା କହିଥିଲେ।

Advertisment

ଏହାପରେ ପୁଲିସ୍‌ ତାଙ୍କୁ କୂଳକୁ ଆଣି ପଚରାଉଚରା କରିବାରୁ କହିଥିଲେ, ମୁଁ ଏକ ଗ୍ରାନାଇଟ ଖଣିରେ କାମ କରେ । ଏବେ ଅସହ୍ୟ ଗରମ ହେଉଥିବା ବେଳେ ଦିନକୁ ୧୨ ଘଣ୍ଟା କାମ କରି ବହୁତ ଥକି ଯାଉଛି। ତେଣୁ ତାତିରୁ ମୁକ୍ତି ପାଇବାକୁ ଏଠାକୁ ଆସି ପୋଖରୀ ପାଣିରେ ପଶି ଯାଇଥିଲି। ଥଣ୍ଡା ଲାଗିବାରୁ ନିଦ ହୋଇ ଯାଇଥିଲା। ହେଲେ ପାଣି ଭିତରେ କିପରି ଜଣେ ଗଭୀର ନିଦ୍ରାରେ ୮ ଘଣ୍ଟା କାଳ ଶୋଇ ପାରିବ ତାହା ଭାବି ଲୋକେ ଚକିତ ହୋଇ ପଡ଼ିଛନ୍ତି।

Telengana