Advertisment

ଦୁଇ ବର୍ଷ ଧରି କୋମାରେ ଥିଲେ, ଚେତା ପାଇ ପାହାଡ଼ ଚଢ଼ି ଦର୍ଶନ କଲେ ଅମରନାଥ

ଦୀର୍ଘ ଦୁଇ ବର୍ଷ ଧରି କୋମାରେ ଥିବା ବ୍ୟକ୍ତି ସୁସ୍ଥ ହେବା ପରେ ଅମରନାଥଙ୍କ ଦର୍ଶନ କରିଛନ୍ତି। ଘର କାମ ଚାଲିଥିବା ସମୟରେ ତାଙ୍କ ଉପରେ ପଡ଼ି ଯାଇଥିଲା କଂକ୍ରିଟ ସ୍ଲାବ।

ଅଦ୍ୟତନ ହୋଇଛି
Recovered Coma Patient

Recovered Coma Patient

Advertisment

ଦୀର୍ଘ ଦୁଇ ବର୍ଷ ଧରି କୋମାରେ ପୀଡ଼ିତ ବ୍ୟକ୍ତି ଫେରି ପାଇଲେ ଚେତନା। ଆଉ ରୋଗରୁ ମୁକ୍ତ ହୋଇ ପୁନର୍ଜନ୍ମ ପାଉ ପାଉ ତାଙ୍କ ସ୍ୱପ୍ନର ତୀର୍ଥସ୍ଥାନ ଅମରନାଥ କ୍ଷେତ୍ର ଭ୍ରମଣ କରିଛନ୍ତି। ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କ ଜୀବନରେ ଏପରି ଅଲୌକିକ ଘଟଣା ଘଟିଛି। ସେ ଦୁଇ ବର୍ଷ ଧରି କୋମାରେ ପୀଡ଼ିତ ଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ଭଲ ହୋଇଯାଇଛନ୍ତି।

Advertisment

ମଇ ୭, ୨୦୨୧ରେ ନିଜ ଘରକାମ କରୁଥିଲେ ରଗିବାଗଡା ଶ୍ରୀନିବାସ ରେଡ୍ଡୀ(୫୩)। ଏହି ସମୟରେ ନିର୍ମାଣାଧୀନ କୋଠାର କଂକ୍ରିଟ ସ୍ଲାବ୍ ତାଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଅଙ୍ଗପ୍ରତ୍ୟଙ୍ଗ ଭାଙ୍ଗିଯିବା ସହ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁନର୍ବାର ସୁସ୍ଥ ହୋଇ ଚାଲିବା କଥା ଛାଡ଼ି ଦିଅନ୍ତୁ ବଞ୍ଚିବାର ଆଶା କ୍ଷୀଣ ବୋଲି ଡାକ୍ତର କହିଥିବା ଶ୍ରୀନିବାସ କହିଛନ୍ତି। 

କୋମାରୁ ସାମାନ୍ୟ ସୁସ୍ଥ ହୋଇଥିଲେ। ମାତ୍ର ଡାକ୍ତରଖାନାର ବିଛଣାରେ ଅଚେତ ହୋଇ ପଡି ରହୁଥିଲେ। କିଛି ଦିନ ପରେ ତାଙ୍କ ଶରୀରକୁ ଟ୍ୟୁବ୍ ଦ୍ୱାରା ଖଣ୍ଡ ଖଣ୍ଡ କରାଯାଇ ଥିବା ଭଳି ଅନୁଭବ କରିଥିଲେ ଶ୍ରୀନିବାସ। ଆଉ ସେହିଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ସୁସ୍ଥତାର ଯାତ୍ରା ଫିଜିଓଥେରାପିଷ୍ଟମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସଠିକ୍ ଯତ୍ନ ତାଙ୍କୁ ଜୀବନଦାନ ଦେଇଥିବା କହିଛନ୍ତି UCCHVAS ମେଡିକାଲର ପ୍ରତିଷ୍ଠାତା ଡ଼. ଅମାବାତି ରାମପା ରାଓ।

Advertisment

ସେ କହିଛନ୍ତି, ଶ୍ରୀନିବାସ କେବଳ ଗୁରୁତର ଆଘାତ ପାଇନଥିଲେ, ତାଙ୍କ ମାଂସପେଶୀ ମଧ୍ୟ ଦୁର୍ବଳ ହୋଇଯାଇଥିଲା। ଶରୀରର ଚଳପ୍ରଚଳ ଶକ୍ତି ନଷ୍ଟ ହୋଇଯାଇଥିଲା। ଫଳରେ ଦିନକୁ 8 ଘଣ୍ଟା ତାଙ୍କ ଚିକିତ୍ସା କରୁଥିଲେ ଡାକ୍ତର। ସଠିକ୍ ଚିକିତ୍ସା ଫଳରେ ଶେଷରେ ସେ ଏବେ ସୁସ୍ଥ ହୋଇପାରିଛନ୍ତି।

ଦୁର୍ଘଟଣା ପୂର୍ବରୁ ଶ୍ରୀନିବାସ ବାରଣାସୀ ଏବଂ ଶ୍ରୀସୈଲମ ସମେତ ପାଞ୍ଚଟି ଜ୍ୟୋତିର୍ଲିଙ୍ଗ କ୍ଷେତ୍ର ଭ୍ରମଣ କରି ସାରିଥିଲେ। ଏବେ ସୁସ୍ଥ ହେବା ପରେ ବାବା ଅମରନାଥଙ୍କ ଦର୍ଶନ କରିଛନ୍ତି। ଈଶ୍ୱରଙ୍କ କୃପାରୁ ଏହା ସମ୍ଭବ ହୋଇଥିବା ସେ। ସେ ଦୁଇ ମାସ ପୂର୍ବରୁ ଅମରନାଥଙ୍କ ଦର୍ଶନ ଇଚ୍ଛା ପୂର୍ଣ୍ଣ କରିବା ପରେ ଭାରତର ଅବଶିଷ୍ଟ ଜ୍ୟୋତିର୍ଲିଙ୍ଗ ପରିଦର୍ଶନ କରିବାକୁ ଇଚ୍ଛା ରଖିଥିବା କହିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe