Advertisment

ଡ୍ରୋନ ବିପଦକୁ କାଉଣ୍ଟର କରିବା ପାଇଁ ମୁତୟନ ହେବେ ଚିଲ

ନେଦରଲ୍ୟାଣ୍ଡସ ଓ ଫ୍ରାନ୍ସ ଭଳି ୟୁରୋପୀୟ ଦେଶରେ ଶତ୍ରୁ ପକ୍ଷରୁ ଡ୍ରୋନକୁ ମାତ ଦେବା ପାଇଁ ଚିଲ ମୁତୟନ କରାଯାଏ।

author-image
Hemant Lenka
Drone

Drone

ଇତିହାସ ରଚିବାକୁ ଯାଉଛି ତେଲଙ୍ଗାନା ପୁଲିସ୍‌। ଦିନକୁ ଦିନ ଡ୍ରୋନ ବିପଦ ବଢ଼ୁଥିବାରୁ ଏହାକୁ କାଉଣ୍ଟର କରିବା ପାଇଁ ନୂଆ ପଦକ୍ଷେପ ନେବାକୁ ଯାଉଛି ପୁଲିସ୍‌। ଡ୍ରୋନ ବିପଦକୁ କାଉଣ୍ଟର କରିବା ପାଇଁ ପୁଲିସ୍‌ ପକ୍ଷରୁ ତାଲିମପ୍ରାପ୍ତ ଚିଲମାନଙ୍କୁ ମୁତୟନ କରାଯିବ। ବିଶେଷ କରି ଭିଭିଆଇପିଙ୍କ ଗସ୍ତ ଓ ସର୍ବସାଧାରଣ ସଭାସ୍ଥଳରେ ଚିଲ ମୁତୟନ ହେବେ।

Advertisment

ନେଦରଲ୍ୟାଣ୍ଡସ ଓ ଫ୍ରାନ୍ସ ଭଳି ୟୁରୋପୀୟ ଦେଶରେ ଶତ୍ରୁ ପକ୍ଷରୁ ଡ୍ରୋନକୁ ମାତ ଦେବା ପାଇଁ ଚିଲ ମୁତୟନ କରାଯାଏ। ସେଠାରୁ ଅନୁପ୍ରାଣିତ ହୋଇ ତେଲଙ୍ଗାନା ପୁଲିସ୍‌ ୩ ବର୍ଷ ମଧ୍ୟରେ ୩ଟି ଚିଲଙ୍କୁ ଡ୍ରୋନର ମୁକାବିଲା ପାଇଁ ପ୍ରସ୍ତୁତ କରିଛି।

ନିକଟରେ ଏହାର ଡେମୋ ପ୍ରଦର୍ଶନ କରାଯାଇଥିଲା। ଡିଜିପି ରବି ଗୁପ୍ତା ଓ ବରିଷ୍ଠ ଆଇପିଏସଙ୍କ ଉପସ୍ଥିତିରେ ମୋଇନାବାଦରେ ଥିବା ଆଇଆଇଟିଏରେ ଚିଲଗୁଡ଼ିକ ସେମାନଙ୍କ ପରାକ୍ରମ ଦେଖାଇଥିଲେ। ସେମାନେ ଆକାଶରେ ଉଡ଼ୁଥିବା ଡ୍ରୋନକୁ ତଳକୁ ଖସାଇ ଦେବାକୁ ସକ୍ଷମ ହୋଇଥିଲେ।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତର କୌଣସି ପୁଲିସ୍‌ ଫୋର୍ସ ପ୍ରଥମଥର ପାଇଁ ଚିଲର ବ୍ୟବହାର କରିବାକୁ ଯାଉଛି। ପୂର୍ବରୁ ଭାରତୀୟ ସେନା ଡ୍ରୋନ ବିପଦକୁ ମାତ ଦେବା ପାଇଁ ତାଲିମପ୍ରାପ୍ତ ଗୁଡ଼ି ମୁତୟନ କରିଥିଲା।

Telangana Police