Advertisment

୪୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର୍‌, ପ୍ରତିଶ୍ରୁତି ଦେଲେ କେସିଆର୍‌

୨୦୨୩ରେ ପୁଣି ସରକାର ଗଠନ କଲେ ତେଲେଙ୍ଗାନାର ୯୩ ଲକ୍ଷ ବିପିଏଲ ପରିବାରକୁ କେସିଆର ବୀମା ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ।

Chandrashekar Rao

Chandrashekar Rao

Advertisment

ଆଗକୁ ୪୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର। କେବଳ ସେତିକି ନୁହେଁ ସରକାରୀ ଭତ୍ତା ମଧ୍ୟ ବଢ଼ିବ। ୪ ହଜାରକୁ ବୃଦ୍ଧି କରାଯିବ ସରକାରୀ ଭତ୍ତା। ଏଭଳି କିଛି ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ।

Advertisment

ଆସନ୍ତା ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ରବିବାର ଦିନ ଶାସକ ଦଳ ବିଆରଏସ ସକ୍ରିୟ ହୋଇ ଉଠିଛି। ଦଳ ତରଫରୁ ନିର୍ବାଚନ ପାଇଁ ଜାରି କରାଯାଇଛି ଘୋଷଣାପତ୍ର। ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଦ୍ୱାରା ଜାରି କରାଯାଇଛି ନିର୍ବାଚନୀ ପ୍ରତିଶ୍ରୁତି। ଯୋଗ୍ୟ ପରିବାରକୁ ୪୦୦ ଟଙ୍କା ମୂଲ୍ୟରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ଏଥିରେ କୁହାଯାଇଛି।

କେବଳ ସେତିକି ନୁହେଁ ତେଲେଙ୍ଗାନା ସରକାର ଚଳାଇଥିବା ‘ରାୟଥୁ ବନ୍ଧୁ’ ଯୋଜନାରେ କୃଷକମାନଙ୍କୁ ଏକର ପ୍ରତି ୧୦ ହଜାର ଟଙ୍କା ମିଳୁଥିବା ବେଳେ ଏଥର ସରକାରକୁ ଆସିଲେ ଏହାକୁ ବୃଦ୍ଧି କରାଯାଇ ୧୬ ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଛି।

Advertisment

କେସିଆର ଆହୁରି କହିଛନ୍ତ, ୨୦୨୩ରେ ପୁଣି ସରକାର ଗଠନ କଲେ ତେଲେଙ୍ଗାନାର ୯୩ ଲକ୍ଷ ବିପିଏଲ ପରିବାରକୁ କେସିଆର ବୀମା ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ। ଆରୋଗ୍ୟ ରକ୍ଷା ଯୋଜନା ଓ ଆରୋଗ୍ୟଶ୍ରୀ ଭୀମ୍ ଯୋଜନାର ରାଶି ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ।

ଅନ୍ୟପଟେ ଅସହାୟ, ବିଧବା ଓ ବୃଦ୍ଧା ବୃଦ୍ଧଙ୍କୁ ମିଳୁଥିବା ମାସିକ ସହାୟତା ରାଶି ବା ଭତ୍ତାକୁ ୨୦୧୬ ଟଙ୍କାରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଦିବ୍ୟାଙ୍ଗଙ୍କ ପାଇଁ ୬୦୦୦ ଟଙ୍କା ଭତ୍ତା ମିଳିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନୀ ଘୋଷଣାପତ୍ରରେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ହାଇଦ୍ରାବାଦରେ ୧ଲକ୍ଷ ଡବଲ ବେଡ୍‌ରୁମ୍‌ ଘର ନିର୍ମାଣ କରାଯିବ। ଏହି ଘରଗୁଡିକୁ ଭୂମିହୀନମାନଙ୍କୁ ବଣ୍ଟନ କରାଯିବ। ରାଜ୍ୟର ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସରକାର ୧୧୯ ଟି ଆବାସୀୟ ବିଦ୍ୟାଳୟ ନିର୍ମାଣ କରିବାକୁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କେସିଆର୍‌।

KCR 2023 Assembly Poll Telengana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe