Advertisment

କେବଳ ଚକ ଖଡ଼ି ଗୁଣ୍ଡ: ୩ ଔଷଧର ବ୍ୟବହାର ଉପରେ ଲାଗିଲା ରୋକ

ଯଦି କେହି ଔଷଧର ବ୍ୟବହାର କିମ୍ବା ବିତରଣ କରୁଥିବା ଲୋକମାନେ ଜାଣନ୍ତି, ତା’ହେଲେ ଟୋଲ ଫ୍ରି ନମ୍ବର 1800-599-6969କୁ ଫୋନ କରି ଜଣାଇ ପାରିବେ।

author-image
Hemant Lenka
ଅଦ୍ୟତନ ହୋଇଛି
Medicine

Medicine

ମେଗ ଲାଇଫ ସାଇନ୍ସ ପକ୍ଷରୁ ଉତ୍ପାଦନ ହେଉଥିବା ସମସ୍ତ ଔଷଧର ସେବନ ଓ ବ୍ୟବହାର ବିରୋଧରେ ଲୋକଙ୍କୁ ସତର୍କ କରାଇଛି ତେଲଙ୍ଗାନା ସରକାର। କମ୍ପାନୀ ପକ୍ଷରୁ ମାର୍କେଟରେ ବିକ୍ରି ହେଉଥିବା MPOD 200, MEXCLAV 625, and CEFOXIM-CVରେ କୌଣସି ପ୍ରକାରର ସକ୍ରିୟ ଔଷଧୀୟ ଉପାଦନ ନ ମିଳିବା ପରେ ସରକାର ଏମିତି ସତର୍କ ସୂଚନା ଜାରି କରିଛନ୍ତି।

Advertisment

ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ଆଡମିନଷ୍ଟ୍ରେସନ କହିଛି ଯେ ଉପରୋକ୍ତ ୩ ଔଷଧରେ କେବଳ ଚକଖଡ଼ି ଗୁଣ୍ଡ ରହିଛି। ଏହାକୁ ସେବନ କଲେ ସ୍ୱାସ୍ଥ୍ୟଗତ ସମସ୍ୟାର ଆଶଙ୍କା ରହିଛି।

ଡିସିଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମେଗ ଲାଇଫ ସାଇନ୍ସ ଉତ୍ତରାଖଣ୍ଡର ସିରମାଉର ଜିଲ୍ଲାରେ ରହିଛି ବୋଳି କୁହାଯାଇଥିଲା। କିନ୍ତୁ ଯାଞ୍ଚ ବେଳେ ଏହା ଏକ ନକଲି ବା ସ୍ଥାୟୀହୀନ କମ୍ପାନୀ ବୋଲି ଜଣାପଡ଼ିଛି। ଯାଞ୍ଚ ବେଳେ ତ୍ରୁଟି ଧରାପଡ଼ିଛି।

Advertisment

ତେଣୁ ଡିସିଏ ପକ୍ଷରୁ ମେଗ ଲାଇଫ ସାଇନ୍ସ ପକ୍ଷରୁ ଉତ୍ପାଦନ ହେଉଥିବା ସମସ୍ତ ମେଡିସିନର ବ୍ୟବହାର ବିରୋଧରେ ଲୋକଙ୍କୁ ସତର୍କ ନୋଟିସ ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ତୁରନ୍ତ ମେଡିସିନଗୁଡ଼ିକର ବ୍ୟବହାର ବନ୍ଦ କରିବାକୁ କହିଛନ୍ତି।

ରିଟେଲର ଓ ହୋଲସେଲରମାନଙ୍କୁ ମଧ୍ୟ ଏହି ଔଷଧର ବିକ୍ରି ଓ ବିତରଣ ଉପରେ ରୋକ ଲଗାଇବାକୁ କୁହାଯାଇଛି। ଆଞ୍ଚଳିକ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କୁ ମଧ୍ୟ ମେଗ ଲାଇଫ ସାଇନ୍ସର ଔଷଧ ଯେମିତି ବିକ୍ରି ନ ହେବ, ତାକୁ ନିଶ୍ଚିତ କରିବାକୁ ଡିସିଏ ପକ୍ଷରୁ କୁହାଯାଇଛି।

ଯଦି କେହି ଔଷଧର ବ୍ୟବହାର କିମ୍ବା ବିତରଣ କରୁଥିବା ଲୋକମାନେ ଜାଣନ୍ତି, ତା’ହେଲେ ଟୋଲ ଫ୍ରି ନମ୍ବର 1800-599-6969କୁ ଫୋନ କରି ଜଣାଇ ପାରିବେ।

MPOD 200, MEXCLAV 625, and CEFOXIM-CV ଔଷଧକୁ ବିଭିନ୍ନ ବ୍ୟାକ୍ଟେରିଆ ସଂକ୍ରମଣ ଓ ଅନ୍ୟାନ୍ୟ ଭାଇରାଲ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇ ଥାଏ।

Fake Medicine Racket Telangana Chief Minister