Advertisment

ମୟୂର ତରକାରୀ କଲେ ୟୁଟ୍ୟୁବର୍‌, ବାନ୍ଧିଲା ବନ ବିଭାଗ

ନିଜ ୟୁଟ୍ୟବ୍‌ ଚ୍ୟାନେଲ୍‌ରେ ମୟୂର ତରକାରୀ ଶେଆର କରି ବନ୍ଧା ହୋଇଛନ୍ତି ତେଲେଙ୍ଗାନାର ସିରସିଲା ଅଞ୍ଚଳର ପ୍ରଣୟ କୁମାର।

ଅଦ୍ୟତନ ହୋଇଛି
Arrest

Arrest

Advertisment

ନିଜ ଫଲୋର୍ସ ସଂଖ୍ୟା ବଢ଼ାଇବାକୁ ୟୁଟ୍ୟୁବର୍‌ମାନେ ସୋଶାଲ ମିଡିଆରେ କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଉଛନ୍ତି। ଶେଷରେ ଏହାଦ୍ୱାରା ସେମାନେ ନିଜେ ଆଇନ୍‌ ଜାଲରେ ଫସି ଯାଉଛନ୍ତି। ଏପରି ଜଣେ ୟୁଟ୍ୟୁବର୍‌ ହେଲେ ପ୍ରଣୟ କୁମାର। ନିଜ ୟୁଟ୍ୟବ୍‌ ଚ୍ୟାନେଲ୍‌ରେ ମୟୂର ତରକାରୀ କରି ବନ୍ଧା ହୋଇଛନ୍ତି ତେଲେଙ୍ଗାନାର ସିରସିଲା ଅଞ୍ଚଳର ପ୍ରଣୟ କୁମାର।

Advertisment

ଅବୈଧ ଭାବେ ବନ୍ୟଜନ୍ତୁଙ୍କ ଶିକାର କରି ତାହାକୁ ଖାଦ୍ୟ ଭାବେ ଗ୍ରହଣ କରିବା ଅଭିଯୋଗରେ ଗତକାଲି ବନ ବିଭାଗ ପ୍ରଣୟଙ୍କୁ ଗିରଫ କରିଛି। ଏଥିସହ ପ୍ରଣୟ ଯେଉଁ ସ୍ଥାନରେ ମୟୂର ତରକାରୀ ପ୍ରସ୍ତୁତ କରିଥିଲେ ସେ ସ୍ଥାନକୁ ଛାନଭିନ କରିଛି ବିଭାଗ ।

ସେଠାରୁ ରକ୍ତ ଛିଟା ଓ ବିଭନ୍ନ ସାମ୍ପଲ ସଂଗ୍ରହ କରି ଫରେନସିକ୍‌ ଲାବ୍‌କୁ ପରୀକ୍ଷା ପାଇଁ ପଠାଇଛି। ଏଥିସହ ବଳିଥିବା ତରକାରୀର ସାମ୍ପଲକୁ ବି ପରୀକ୍ଷା ପାଇଁ ପଠା ଯାଇଛି। ଏହା ମୟୂର ମାଂସ ବୋଲି ପ୍ରମାଣିତ ହେଲେ ପ୍ରଣୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ଅଧିକାରୀ ଚେତାବନୀ ଦେଇଛନ୍ତି। ଏଥିସହ ଭିଡ଼ିଓର ବୈଧତା ମଧ୍ୟ ଯାଞ୍ଚ କରୁଛି ଟିମ୍‌। 

Advertisment

ଏନେଇ ସିରସିଲା ପୁଲିସ୍‌ ଏସ୍‌ପି କହିଛନ୍ତି, ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁସାରେ ପ୍ରଣୟଙ୍କୁ ଗିରଫ କରାଯାଇଛି। ବନ୍ୟଜନ୍ତୁଙ୍କ ଅବୈଧ ଶିକାର କରୁଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Youtuber Telengana Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe