Advertisment

ଅଞ୍ଜନୀ କୁମାରଙ୍କ ଉପରୁ ହଟିଲା ନିଲମ୍ବନ, ରେବନ୍ଥ ରେଡ୍ଡୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇ ଫସିଥିଲେ

ଡିଜିପି ଅଞ୍ଜନୀ ରେବନ୍ଥ ରେଡ୍ଡୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇ ନିଲମ୍ବନ ହୋଇଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Anjani Kumar & Revanth Reddy

Anjani Kumar & Revanth Reddy

ହଟିଲା ତେଲଙ୍ଗାନାର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଅଞ୍ଜନୀ କୁମାରଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶ। ନିର୍ବାଚନ ଆୟୋଗ(ଇସିଆଇ) ତାଙ୍କ ଉପରେ ଲାଗିଥିବା ନିଲମ୍ବନକୁ ପ୍ରତ୍ୟାହାର କରି ନେଇଛନ୍ତି। ଚଳିତ ମାସ ରାଜ୍ୟ ବିଧାନସଭା ଭୋଟ୍ ଗଣତି ସମୟରେ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଅଞ୍ଜନୀଙ୍କୁ ଡିଜିପି ପଦରୁ ନିଲମ୍ବନ କରାଯାଇଥିଲା।

Advertisment

ଡିସେମ୍ବର 3 ତାରିଖରେ ତେଲଙ୍ଗାନା ବିଧାନସଭା ଭୋଟ୍ ଗଣତି ଚାଲିଥିଲା। ଏହି ସମୟରେ ରେବନ୍ଥ ରେଡ୍ଡୀ କାମାରେଡ୍ଡୀ ଆସନରୁ ବହୁ ମତରେ ଆଗେଇ ଚାଲିଥିଲେ। ଏହି ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ନିର୍ବାଚନ ଲଢୁଥିଲେ। କିନ୍ତୁ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଡିଜିପି ଅଞ୍ଜନୀ ରେବନ୍ଥ ରେଡ୍ଡୀଙ୍କୁ ତାଙ୍କ ବାସଭବନରେ ଭେଟି ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ।

ସୋଶାଲ ମିଡିଆରେ ଫଟୋ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତତକ୍ଷଣାତ ଅଞ୍ଜନୀଙ୍କୁ ନିଲମ୍ବନ କରିଥିଲେ। 

Advertisment

ପ୍ରକାଶ ଥାଉ କି ପରବର୍ତ୍ତୀ ସମୟରେ ଏହି ଆସନରୁ କଂଗ୍ରେସର ରେବନ୍ଥ ରେଡ୍ଡୀ ଏବଂ ବିଆରଏସର କେସିଆରଙ୍କୁ ପଛରେ ପକାଇ ବିଜେପି ବାଜିମାତ୍ କରି ନେଇଥିଲେ। ବର୍ତ୍ତମାନ ରେବନ୍ଥ ରେଡ୍ଡୀ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।  

Telangana DGP Suspension Revoked Telangana DGP Election Commission