Advertisment

ମନ୍ଦିରର ଦାନ ବାକ୍ସରୁ ମିଳିଲା: ୧ କେଜି ଓଜନର ସୁନା ବିସ୍କୁଟ, ୨୩ କୋଟିରୁ ଅଧିକ ଟଙ୍କା ଓ ରୁପାର ବନ୍ଧୁକ

ମନ୍ଦିରର ଦାନ ବାକ୍ସରୁ ଗୋଟିଏ ସୁନା ବିସ୍କୁଟ ମିଳିଛି। ଏହାର ଓଜନ ପ୍ରାୟ ୧ କେଜି ହେବ। ସେହିପରି ନଗଦ ୨୩ କୋଟିରୁ ଅଧିକ ଟଙ୍କା, ଗୋଟିଏ ରୁପାର ପିସ୍ତଲ ଓ ରୁପାର ହ୍ୟାଣ୍ଡକଫ ମଧ୍ୟ ମିଳିଛି।

author-image
Hemant Lenka
Donation

Donation

ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। କାରଣ ଦାନ ପାଇବାରେ ରେକର୍ଡ କରିଛି ଗୋଟିଏ ମନ୍ଦିର। ରାଜସ୍ଥାନର ଚିତ୍ତୋରଗଡ଼ରେ ଥିବା ସାନୱାଲିୟା ସେଠ୍‌ ମନ୍ଦିରକୁ ଦାନରେ ମିଳିଥିବା ଜିନିଷ ସମସ୍ତଙ୍କୁ ଚକିତ କରିଛି।

Advertisment

ମନ୍ଦିରର ଦାନ ବାକ୍ସରୁ ଗୋଟିଏ ସୁନା ବିସ୍କୁଟ ମିଳିଛି। ଏହାର ଓଜନ ପ୍ରାୟ ୧ କେଜି ହେବ। ସେହିପରି ନଗଦ ୨୩ କୋଟିରୁ ଅଧିକ ଟଙ୍କା, ଗୋଟିଏ ରୁପାର ପିସ୍ତଲ ଓ ରୁପାର ହ୍ୟାଣ୍ଡକଫ ମଧ୍ୟ ମିଳିଛି।

ଭଗବାନ କୃଷ୍ଣଙ୍କୁ ଏଠାରେ ପୂଜାର୍ଚ୍ଚନା କରାଯାଏ। ନିକଟରେ ଏହାର ଟ୍ରେଜେରୀ ଖୋଲା ଯାଇଥିଲା। ଏହି ସମୟରେ ସମସ୍ତଙ୍କୁ ଚକିତ କରିବା ଭଳି ଜିନିଷ ସେଥିରୁ ମିଳିଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରୁ ୨୩ କୋଟିରୁ ଅଧିକ ଟଙ୍କା ସଂଗ୍ରହ ହୋଇସାରିଲାଣି। ସେହିପରି ୧ କେଜି ଓଜନର ସୁନା ବିସ୍କୁଟ ମଧ୍ୟ ମିଳିଛି।

Advertisment

ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆହୁରି ଅନେକ ଛୋଟ ଛୋଟ ସୁନା ବିସ୍କୁଟ, ରୁପାର ବିଭିନ୍ନ ସାମଗ୍ରୀ ଯଥା ରୁପାର ବନ୍ଧୁକ, ଗୋଟିଏ ରୁପାର ତାଲା ଚାବି ଓ ବଂଶୀ ମଧ୍ୟ ଦେଇଛନ୍ତି। ପୂର୍ବରୁ ଏହି ମନ୍ଦିରରୁ କେବେ ହେଲେ ଏତେ ପରିମାଣର ଟଙ୍କା, ସୁନା ଓ ରୁପାର ଜିନିଷ ମିଳି ନଥିଲା।

ମନ୍ଦିର କର୍ତ୍ତୃପକ୍ଷ ୨ ମାସର ବ୍ୟବଧାନ ପରେ ଦାନ ବାକ୍ସକୁ ଖୋଲିଛନ୍ତି। ଏହାକୁ ବିଭିନ୍ନ ପର୍ଯ୍ୟାୟରେ ଗଣତି କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୧.୩୪ କୋଟି ଟଙ୍କାର ଗଣତି ହୋଇପାରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୩.୬୦ କୋଟି, ତୃତୀୟ ପର୍ଯ୍ୟାୟରେ ୪.୨୭ କୋଟି ଟଙ୍କା ମିଳିଥିଲା। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରୁ ୨୩ କୋଟିରୁ ଅଧିକ ଟଙ୍କା ମିଳି ସାରିଲାଣି।

ଗଣତି ବାକି ରହିଥିବାରୁ ଟଙ୍କାର ପରିମାଣର ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଟଙ୍କା ଗଣତି ହୋଇ ଥିବା ବେଳେ ଦାନ ବାକ୍ସରୁ ମିଳିଥିବା ସୁନା ଓ ରୁପା ସାମଗ୍ରୀର ମୂଲ୍ୟ ଆକଳନ କରାଯାଇ ନାହିଁ। ଗଣତି ପ୍ରକ୍ରିୟା ପ୍ରତି ମାସର ଅମାବାସ୍ୟାରେ କରାଯାଉଛି। ଏଥର ୬ରୁ ୭ଟି ପର୍ଯ୍ୟାୟରେ ଦାନ ସୂତ୍ରୁ ମିଳିଥିବା ଜିନିଷଗୁଡ଼ିକର ଗଣତି କରାଯିବ।

Rajasthan Temple Donation