Advertisment

ମୂର୍ତ୍ତି ସଫା କରୁ କରୁ ଭାଙ୍ଗିଗଲା ଅଙ୍ଗୁଠି, ଯୁବକଙ୍କୁ ପିଟି ମାରିଦେଲେ ପୂଜକ

ମନ୍ଦିରର ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ସଫା କରୁଥିଲେ ଯୁବକ । ଏହି ସମୟରେ ଏକ ମୂର୍ତ୍ତିର ଅଙ୍ଗୁଠି ଭାଙ୍ଗିଗଲା। ଏହାପରେ ଘଟିଲା ନାରକୀୟ କାଣ୍ଡ ।

Attack

Attack

Advertisment

ମନ୍ଦିରର ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ସଫା କରୁଥିଲେ ଯୁବକ । ଏହି ସମୟରେ ଭାଙ୍ଗିଗଲା ଏକ ମୂର୍ତ୍ତିର ଅଙ୍ଗୁଠି । ଏଥିରେ ଉତ୍ତ୍ୟକ୍ତ ପୂଜକ ସମ୍ପୃକ୍ତ ଯୁବକଙ୍କୁ ଗଛରେ ବାନ୍ଧି ପିଟି ପିଟି ମାରିଦେଲେ। ଏପରି ଅଭାବନୀୟ ଘଟଣା ଗୁରୁଗ୍ରାମର ଖାଣ୍ଡସା ଗାଁରେ ଘଟିଛି। ମୃତ ଯୁବକଜଣକ ନେପାଳ ନାଗରିକ ବୋଲି ଜଣାଯାଇଛି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କିଛି ଦିନ ହେବ ମନ୍ଦିରରେ ଟାଇଲ ବିଛାଇବା କାମ ହେଉଥିଲା। ଏହି ସମୟରେ ଗତ ବୁଧବାର ଜଣେ ଯୁବକ ଆସି ମନ୍ଦିର ମୂର୍ତ୍ତି ସଫା କରିବାକୁ ଲାଗିଲେ। ଏହି ସମୟରେ ଏକ ମୂର୍ତ୍ତିର ଅଙ୍ଗୁଠି ଭାଙ୍ଗିଗଲା। ଏନେଇ ଖବର ପାଇ ପୂଜକ ଘଟଣାସ୍ଥଳରେ ପହଞ୍ଚିଲେ। ଭଗ୍ନ ମୂର୍ତ୍ତ ଦେଖି ରାଗି ପଞ୍ଚମ ହୋଇ ଯାଇଥିବା ପୂଜକ ସମ୍ପୂର୍ଣ୍ଣ ଯୁବକଙ୍କୁ ଏକ ଠେଙ୍ଗାରେ ପ୍ରବଳ ପିଟିଲେ। ଏଥିରେ ତାଙ୍କ ରାଗ ଶାନ୍ତ ନ ହେବାରୁ ମନ୍ଦିର ପରିସରରେ ଥିବା ଏକ ଗଛରେ ପୂଜକଙ୍କ ସମେତ କିଛି ଲୋକ ତାଙ୍କୁ ବାନ୍ଧି ନିର୍ଧୂମ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଯୁବକଙ୍କ ନିକଟରୁ ମିଳିଥିବା ଆଧାର କାର୍ଡରେ ସେ ନେପାଳ ନାଗରିକ ବୋଲି ସ୍ପଷ୍ଟ ହୋଇଛି । ଏନେଇ ତାଙ୍କ ପରିବାରକୁ ସୂଚନା ଦିଆଯାଇଛି।

Advertisment

ଏହି ଘଟଣାର ତଦନ୍ତ ଆରମ୍ଭ କରି ପୁଲିସ୍‌ ପୂଜକଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Deadbody Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe