Advertisment

ପଥର ଖଣିରେ ଭୟଙ୍କର ଭୂସ୍ଖଳନ, ୧୦ ମୃତ

ଏବେବି ଅନେକ ଲୋକେ ମାଟି ତଳେ ଦବି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରିଛି।

stone_quarry Collapse

stone_quarry Collapse

Advertisment

ପଥର ଖଣିରେ ହେଲା ଭୟଙ୍କର ଭୂସ୍ଖଳନ। ଲଗାତର ବର୍ଷା ଯୋଗୁ ଭୁଶୁଡିଗଲା ପଥର ଖଣି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ନିଖୋଜ ଅଛନ୍ତି। ମିଜୋରାମର ଆଇଜୋଲ୍‌ ଜିଲ୍ଲାରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ସୂଚନା ମୁତାବକ, ଲଗାତର ବର୍ଷା ଯୋଗୁ ଆଇଜୋଲ ସହରର ଦକ୍ଷିଣ ବାହ୍ୟ ଅଞ୍ଚଳରେ ଥିବା ମେଲ୍‌ଥମ ଓ ହିଲମେନ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ପଥର ଖଣିରେ ଭୂସ୍ଖଳନ ପରେ ମାଟି ତଳୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହିପରି ଦୁଇ ଜଣଙ୍କ ଜୀବନ୍ତ ଉଦ୍ଧାର କରାଯାଇଛି। ସମସ୍ତ ମୃତକ ଶ୍ରମିକ ବୋଲି ସୂଚନା ମିଳିଛି। ଏବେବି ଅନେକ ଲୋକେ ମାଟି ତଳେ ଦବି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୁଲିସ କହିଛି।

ତେବେ ସମଗ୍ର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି। ହୁନଥରର ଜାତୀୟ ରାଜପଥ-୬ରେ ଭୂସ୍ଖଳନ ଯୋଗୁ ଆଇଜୋଲ୍‌ ଦେଶର ଅନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଛି।

Advertisment

ସେପଟେ ବର୍ଷା ଯୋଗୁ ମିଜୋରାମରେ ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରାଯାଇଛି। ଆବଶ୍ୟକୀୟ ସେବା ପ୍ରାଦନକାରୀ କର୍ମଚାରୀଙ୍କୁ ଛାଡି ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି।

Mizoram Land Slide Stone Quarry Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe