Radhika Yadav
ହରିୟାଣାର ଜାତୀୟ ସ୍ତରୀୟ ଟେନିସ ଖେଳାଳି ରାଧିକ ଯାଦବ(୨୫)ଙ୍କୁ ତାଙ୍କ ବାପା ଗୁଳି କରି ହତ୍ୟା କରିଛନ୍ତି। ଗୁରୁଗ୍ରାମ ସ୍ଥିତ ତାଙ୍କ ଘରେ ଘଟିଛି ଏହି ଘଟଣା।
ରାଧିକା ଯାଦବ ଗୁରୁଗ୍ରାମର ସେକ୍ଟର ୫୭ର ସୁଶାନ୍ତ ଲୋକ ଫେଜ୍-୨ରେ ତାଙ୍କ ପରିବାର ସହିତ ରହୁଥିଲେ। ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ତାଙ୍କ ବାପା ଦୀପକ ଯାଦବ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ। ୩ଟି ଗୁଳି ରାଧିକାଙ୍କ ଶରୀରରେ ବାଜିଥିଲା।
ରାଧିକାଙ୍କୁ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ ରାଧିକାଙ୍କ ବାପାଙ୍କୁ ଗିରଫ କରିଛି। ତାଙ୍କଠାରୁ ଏକ ବନ୍ଧୁକ ଜବତ କରାଯାଇଛି। ରାଧିକାଙ୍କୁ ତାଙ୍କ ବାପା କାହିଁକି ମାରିଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ସେ ଦିଗରେ ତଦନ୍ତ ଚଲାଇଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଧିକାଙ୍କୁ ରିଲ୍ସ ନିଶା ଘାରିଥିଲା। ସେ ସବୁବେଳେ ରିଲ୍ସ କରି ଇନ୍ଷ୍ଟାଗ୍ରାମ ଓ ଅନ୍ୟାନ୍ୟ ସୋଶାଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରୁଥିଲେ। ଏହାକୁ ତାଙ୍କ ବାପା ପସନ୍ଦ କରୁ ନଥିଲେ। ଏହା ତାଙ୍କ ପରିବାର ପାଇଁ ଲାଜର କଥା ବୋଲି ସେ କହୁଥିଲେ। ତେଣୁ ଏନେଇ ହୋଇଥିବା ଯୁକ୍ତିତର୍କରୁ ସେ ତାଙ୍କ ଝିଅକୁ ହତ୍ୟା କରିଥିବା ଜଣାପଡ଼ିଛି।
ରାଧିକା ଯାଦବ ଜଣେ ଜାତୀୟ ସ୍ତରୀୟ ଟେନିସ ଖେଳାଳି ଥିବା ବେଳେ ତାଙ୍କର ଭଲ ନାଁ ଥିଲା। ସେ ଅନେକ ମେଡାଲ ଜିତିଥିଲେ। ତାଙ୍କର ଏକ ଟେନିସ ଏକାଡେମୀ ଅଛି। ସେ ଅନ୍ୟ ଟେନିସ ଖେଳାଳିମାନଙ୍କୁ ଟ୍ରେନିଂ ଦେଉଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1752156691.jpg)