Advertisment

ମଣିପୁର ଅଶାନ୍ତ, କୁକି ସଙ୍ଗଠନର ବନ୍ଦ ଡାକରା, କର୍ଫ୍ୟୁ ଲାଗୁ

ଗତକାଲି ସିଆର୍‌ଏଫ୍ ଗୁଳିରେ ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ ନିହତ ହୋଇଥିଲେ। ସେହିପରି ଦୁଇ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି।

author-image
Madhupriya Mistry
Manipur Tension

Manipur Tension

ପୁଣି ଅଶାନ୍ତ ହୋଇପଡିଛି ମଣିପୁର। ଗତ ବର୍ଷ ମେ' ୩ ତାରିଖରେ ଆରମ୍ଭ ହୋଇଥିବା ହିଂସା ଥମିବାର ନା ନେଉ ନାହିଁ। ଗତ ଚାରି ଦିନ ମଧ୍ୟରେ ରାଜ୍ୟରେ ୮ ଟି ବିଭିନ୍ନ ହିଂସା ଘଟଣା ସାମ୍ନାକୁ ଆସିଛି। ଗତକାଲି ସିଆର୍‌ଏଫ୍ ଗୁଳିରେ ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ ନିହତ ହୋଇଥିଲେ। ଏନ୍‌କାଉଣ୍ଟରେ ଦୁଇ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି।

Advertisment

ଏହି ସନ୍ଦିଗ୍ଧ ଉଗ୍ରବାଦୀଙ୍କ ମୃତ୍ୟୁ ପରେ କୁକି-ଜୋ-କାଉନସିଲିଂ ଆଜି ୧୨ ଘଣ୍ଟିଆ ମଣିପୁର ବନ୍ଦ ଡାକରା ଦେଇଛି। ସକାଳ ଭୋର ୫ଟାରୁ ସନ୍ଧ୍ୟା ୬ଟା ଯାଏ ରାଜ୍ୟର ପାହାଡିଆ ଅଞ୍ଚଳରେ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ଜିବିରାମ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି।

କୁକି-ଜୋ-କାଉନସିଲିଂ କହିଛି ଯେ, ଜିରିବାମରେ ଘଟିଥିବା ଏହି ଦୁଃଖଦ ଘଟଣାରେ ସିଆର୍‌ପିଏଫ୍‌ ହାତରେ ଆମେ ଆମର କୁକି-ଜୋ ଗାଁର ୧୧ ଜଣ ସ୍ୱେଚ୍ଛାସେବୀଙ୍କୁ ହରାଇଛି। ଏମାନଙ୍କୁ ଅତି ନିର୍ମମ ଗୁଳିମାଡ଼ କରି ହତ୍ୟା କରାଯାଇଛି। ପୀଡିତମାନଙ୍କୁ ସମ୍ମାନ ଜଣାଇବା ଏବଂ ଆମର ସାମୂହିକ ଦଃଖ ଏବଂ ଏକତାକୁ ପ୍ରକାଶ କରିବା ପାଇଁ କୁକି-ଜୋ ପରିଷଦ ନଭେମ୍ବର ଆଜି ସକାଳ ୫ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛି।

Advertisment

ଆମର ମୂଲ୍ୟବାନ ଗ୍ରାମ ସ୍ୱେଚ୍ଛାସେବୀଙ୍କ ହତ୍ୟା କେବଳ ସେମାନଙ୍କ ପରିବାର ପାଇଁ ନୁହେଁ, ସମଗ୍ର କୁକି-ଜୋ ସମ୍ପ୍ରଦାୟ ପାଇଁ ଏକ ଝଟକା। ଏହି ହିଂସାକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ। ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ତୁରନ୍ତ ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରୁଛୁ ବୋଲି କୁକୁ ଜୋ କାଉନସିଲ କହିଛି।

ସେପଟେ ଏହି ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଜିବିରାମ ଜିଲ୍ଲାରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଛି। ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ବୋରାବେକରା ପୁଲିସ ଷ୍ଟେସନ ପରିସରରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ରିଲିଫ୍ କ୍ୟାମ୍ପ ରହିଛି। ଆତଙ୍କବାଦୀମାନେ କ୍ୟାମ୍ପକୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ପରେ ସେଠାରେ ରହୁଥିବା ୫ ଜଣ ନିଖୋଜ ଅଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।

ଆତଙ୍କବାଦୀମାନେ ଏହି ନାଗରିକଙ୍କୁ ଅପହରଣ କରିଛନ୍ତି ନା ଆକ୍ରମଣ ପରେ ସେମାନେ ଭୟରେ ଲୁଚି ରହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସେମାନଙ୍କୁ ଖୋଜା ଚାଲିଛି। କେତେକ ସାମାଜିକ ବିରୋଧୀ ଉପାଦାନର ବେଆଇନ କାର୍ଯ୍ୟକଳାପ ହେତୁ ଏହି ଅଞ୍ଚଳରେ ଶାନ୍ତି ଏବଂ ଆଇନ ଶୃଙ୍ଖଳା ବ୍ୟାହତ ହେବାର ସମ୍ଭାବନା ରହିଛି। ମାନବ ଜୀବନ ତଥା ସମ୍ପତ୍ତି ପ୍ରତି ଗୁରୁତର ବିପଦ ରହିଛି। ତେଣୁ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ BNSS ର ଧାରା 163 ଅନୁଯାୟୀ ସମଗ୍ର ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଥିବା ଅଧିକାରୀମାନେ କହିଛନ୍ତି।

Curfew Manipur Violence Kuki Organization Manipur Bandh