Advertisment

ଉଇ ଖାଇଗଲା ଲକର୍‌ର ୧୮ ଲକ୍ଷ

୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫାଚଟ୍ କରିଦେଇଛି ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା।

termites ete 18 lakh

termites ete 18 lakh

Advertisment

ବ୍ୟାଙ୍କ ଲକର୍‌ରେ ଟଙ୍କା ଓ ସୁନା ଗହଣାକୁ ଆଜିକାଲି ସମସ୍ତେ ରଖନ୍ତି। ସମସ୍ତେ ଭାବନ୍ତି ଏହା ହେଉଛି ସବୁଠୁ ସୁରକ୍ଷିତ ସ୍ଥାନ। ତେବେ ଏହି ବ୍ୟାଙ୍କ ଲକର୍‌ରୁ ଏବେ ଗାଏବ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କା। ଚୋର କି ଡକାୟତ ନୁହେଁ ଉଇ ଖାଇଗଲା ବ୍ୟାଙ୍କ୍ ଲକରରେ ଥିବା ନଗଦ ୧୮ ଲକ୍ଷ ଟଙ୍କା।

Advertisment

୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫାଚଟ୍ କରିଦେଇଛି ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା। ଉତ୍ତରପ୍ରଦେଶ ମୋରାଦାବାଦରୁ ସାମ୍ନାକୁ ଆସିଛି ଏହି ଘଟଣା। ପ୍ରକୃତରେ ଏ ଘଟଣା ୨୦୨୩ର ହୋଇଥିଲେ ବି, ଏବେ ଏହା ସାମ୍ନାକୁ ଆସିଛି।

୨୦୨୨ ଅକ୍ଟୋବରରେ ଜଣେ ମହିଳା ନିଜ ଝିଅ ବାହାଘର ପାଇଁ ୧୮ ଲକ୍ଷ ଟଙ୍କା କ୍ୟାଶ୍ ଓ କିଛି ଗହଣା ବ୍ୟାଙ୍କ ଲକରରେ ରଖିଥିଲେ। କିନ୍ତୁ କିଛି ମାସ ପରେ ଲକର୍ ଖୋଲିବା ବେଳକୁ ସବୁ ଟଙ୍କା ଉଇ ଖାଇଦେଇଥିଲା। ଏଯାଏ ଉକ୍ତ ମହିଳାଙ୍କୁ ବ୍ୟାଙ୍କ ପକ୍ଷରୁ କୌଣସି କ୍ଷତିପୂରଣ ମିଳିଲାନଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ସୂଚନା ଅନୁସାରେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗାଇଡଲାଇନ୍ ଅନୁସାରେ, ଲକରରେ ଥିବା ସାମଗ୍ରୀ ଚୋରି ହେଲେ, ନିଆଁ ଲାଗି କିମ୍ବା କୋଠା ଭୁଶୁଡ଼ି ନଷ୍ଟ ହୋଇଗଲେ କିମ୍ବା କୌଣସି ବ୍ୟାଙ୍କ କର୍ମଚାରୀ ଠକେଇ କଲେ ଏହାର କ୍ଷତିପୂରଣ ମିଳିବ। ଲକର୍ ବାର୍ଷିକ ଭଡ଼ାର ୧୦୦ ଗୁଣ ପର୍ଯ୍ୟନ୍ତ ଅର୍ଥରାଶି କ୍ଷତିପୂରଣ ଭାବେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଦେବାକୁ ପଡ଼ିବ।

ତେବେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଗ୍ରାହକଙ୍କ ଅସାବଧାନତା କାରଣରୁ ଲକରରେ ଥିବା ସାମଗ୍ରୀ କ୍ଷୟକ୍ଷତି ହେଲେ, ବ୍ୟାଙ୍କ ଦାୟୀ ରହିବ ନାହିଁ। ତେଣୁ ଏକ୍ଷେତ୍ରରେ ମହିଳା ଜଣକ ଟଙ୍କାକୁ ଅସୁରକ୍ଷିତ ଭାବେ ରଖିଥିବାରୁ ତାହା ଉଇ ଖାଇଥିବା ଥିବା ଦର୍ଶାଇ କୌଣସି କ୍ଷତିପୂରଣ ମିଳିନଥିବା କୁହାଯାଉଛି।

Uttar Pradesh Termites Bank Locker
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe