ଏନ୍‌କାଉଣ୍ଟର୍‌ରେ ଟଳିଲା ଜଣେ ଆତଙ୍କବଦୀ

ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ୨ ସାଧାରଣ ନାଗରିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Representational Image

  • Published: Wednesday, 12 June 2024
  • , Updated: 12 June 2024, 08:22 AM IST

ଜମ୍ମୁ ଓ କଶ୍ମୀର ପୁଣି ଏନକାଉଣ୍ଟର। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର କାଠୁଆ ଜିଲ୍ଲାର ସାଇଦା ଗାଁରେ ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ବେଳେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ୨ ସାଧାରଣ ନାଗରିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଦୁଇ ଜଣ ଆତଙ୍କବାଦୀ ହଠାତ୍ ଆସି ଗାଁରେ ଗୁଳିଚାଳନା କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୁରକ୍ଷାକର୍ମୀ ଏ ସଂପର୍କରେ ଖବର ପାଇବା ପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀକୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ।

ଗତ ରବିବାର ଜମ୍ମୁ ଓ କଶ୍ମୀର ରଇସି ଅଞ୍ଚଳରେ ବସ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ।

Related story