Advertisment

ଅଣ କଶ୍ମୀରିଙ୍କୁ ଫ୍ଲାଟ ମିଳୁଥିବାରୁ ଧମକ ଦେଲା ଆତଙ୍କୀ ସଂଗଠନ

ଜମ୍ମୁ-କଶ୍ମୀରରେ ସ୍ଥାନୀୟ ଲୋକଙ୍କ ସହ ଅଣ କଶ୍ମୀରିଙ୍କୁ ମଧ୍ୟ ସରକାର ଫ୍ଲାଟ ଯୋଗାଇ ଦେଇଛନ୍ତି। ଏହାର ପ୍ରତିବାଦ କରି ପିଏଏଏଫଏଫ ନାଲି ଆଖି ଦେଖାଇଛି।

author-image
Hemant Lenka
Terror

Terror

ଜମ୍ମୁ ଓ ଦିଲ୍ଲୀରେ ହମଲା କରିବାକୁ ଧମକ ଦେଇଛି ଆତଙ୍କୀ ସଂଗଠନ ପିପୁଲ୍ସ ଆଣ୍ଟି ଫାଶିଷ୍ଟ ଫ୍ରଣ୍ଟ(ପିଏଏଏଫଏଫ)। ଜମ୍ମୁ-କଶ୍ମୀରରେ ସ୍ଥାନୀୟ ଲୋକଙ୍କ ସହ ଅଣ କଶ୍ମୀରିଙ୍କୁ ମଧ୍ୟ ସରକାର ଫ୍ଲାଟ ଯୋଗାଇ ଦେଇଛନ୍ତି। ଏହାର ପ୍ରତିବାଦ କରି ପିଏଏଏଫଏଫ ନାଲି ଆଖି ଦେଖାଇଛି।

Advertisment

ଏପ୍ରିଲ ୨୯ରେ ଜମ୍ମୁ-କଶ୍ମୀର ହାଉସିଂ ବୋର୍ଡ ୩୩୬ ଆର୍ଥିକ ପଛୁଆ ବର୍ଗ ଓ ଲୋ ଇନକମ ଗ୍ରୁପର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଅର୍ବାନ) ମିଶନ ଜରିଆରେ ଫ୍ଲାଟ ଦେଇଥିଲା। ଏଥିରେ ଅଣ କଶ୍ମୀରି ମଧ୍ୟ ରହିଥିଲେ। ତେବେ ପ୍ରବାସୀମାନଙ୍କୁ ସରକାର ଜମ୍ମୁ-କଶ୍ମୀରରେ ଫ୍ଲାଟ ଦେଇଥିବାରୁ ପିଏଏଏଫଏଫ ଏହାକୁ ବିରୋଧ କରି ହମଲାର ଚେତାବନୀ ଦେଇଛି।

ପିଏଏଏଫଏଫ ହେଉଛି ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଇ-ମହମ୍ମଦର ଗୋଟିଏ ଶାଖା। ନିକଟରେ ପୁଞ୍ଚରେ ହୋଇଥିବା ହମଲା ପାଇଁ ଏହି ସଂଗଠନ ନିଜକୁ ଦାୟୀ କରିଥିଲେ। ଏଥିରେ ୫ ଜଣ ଯବାନ ସହିଦ ହୋଇଥିଲା। ଏବେ ପୁଣିଥରେ ପିଏଏଏଫଏଫ ସୋଶାଲ ମିଡିଆରେ ବଡ଼ଧରଣର ଆକ୍ରମଣ କରିବ ବୋଲି ଧମକ ଦେଇଛି।

Advertisment

ସଂଗଠନ ଗୋଟିଏ ବିବୃତିରେ କହିଛି ଯେ “ଆମେ ବେଆଇନ ଭାବେ ଏଠାରେ ରହୁଥିବା ଲୋକଙ୍କୁ ଗୋଇଠା ମାରି ବିଦା କରିବାକୁ କୌଣସି ସୁଯୋଗ ହାତ ଛଡ଼ା କରିବୁ ନାହିଁ। ଜମ୍ମୁ ଯୁଦ୍ଧ କ୍ଷେତ୍ରରେ ପରିଣତ ହେବ। ଯୋଦ୍ଧାମାନେ କେବଳ ଜମ୍ମୁରେ ନିଆଁ ଲଗାଇବେ ନାହିଁ, ଏହାର ସ୍ପାର୍କ ଦିଲ୍ଲୀରେ ମଧ୍ୟ ହେବ।”

Terror Attack Jammu Kashmir