Advertisment

ଆତଙ୍କୀ ଠିକଣାରେ ସୁରକ୍ଷାକର୍ମୀଙ୍କ ବଡ଼ ପ୍ରହାର!

ସ୍ଥଳ ସେନା, ଜମ୍ମୁ-କଶ୍ମୀର ପୁଲିସ୍ ଓ ଏସ୍‌ଓଜି ପକ୍ଷରୁ କରାଯାଇଥିବା ମିଳିତ ଅପରେସନ ବେଳେ ଆତଙ୍କୀ ଠିକଣାର ପର୍ଦ୍ଦାଫାସ ହୋଇଛି।

Terror

Terror

Advertisment

ପହଲଗାମ ନରସଂହାର ପରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରାଯାଇଛି। ଆତଙ୍କବାଦୀ, ସେମାନଙ୍କ ସହଯୋଗୀ ଓ ସମର୍ଥକଙ୍କ ଠିକଣାର ପର୍ଦ୍ଦାଫାସ କରିବାକୁ ସୁରକ୍ଷାକର୍ମୀଙ୍କ ତରଫରୁ ସବୁଠାରୁ ବଡ଼ ସର୍ଚ୍ଚ ଅପରେସନ କରାଯାଉଛି। ଆତଙ୍କବାଦୀଙ୍କ ଅନେକ ସନ୍ଦଗ୍ଧ ସହଯୋଗୀଙ୍କୁ ଗିରଫ କରାଯାଇଥିବା ବେଳେ ବିଭିନ୍ନ ଠିକଣାରେ ରେଡ କରାଯାଉଛି।

Advertisment

ଏହିକ୍ରମରେ ସୁରକ୍ଷାକର୍ମୀମାନେ ଆଜି ଆତଙ୍କୀ ଠିକଣାରେ ଗୋଟିଏ ବଡ଼ ପ୍ରହାର କରିଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବା ଗୋଟିଏ ଆତଙ୍କୀ ଠିକଣାକୁ ସୁରକ୍ଷାକର୍ମୀମାନେ ଧ୍ୱଂସ କରି ଦେଇଛନ୍ତି। ଏହି ଧ୍ୱଂସ ହୋଯାଇଥିବା ଆତଙ୍କୀ ଠିକଣାରୁ ବିପୁଳ ପରିମାଣର ଗୁଳିଗୋଳା ମିଳିଛି। ଜଙ୍ଗଲ ଭିତରେ ଏହି ଆତଙ୍କୀ ଠିକଣା ରହିଥିଲା।

ସ୍ଥଳ ସେନା, ଜମ୍ମୁ-କଶ୍ମୀର ପୁଲିସ୍ ଓ ଏସ୍‌ଓଜି ପକ୍ଷରୁ କରାଯାଇଥିବା ମିଳିତ ଅପରେସନ ବେଳେ ଆତଙ୍କୀ ଠିକଣାର ପର୍ଦ୍ଦାଫାସ ହୋଇଛି। ଉକ୍ତ ଆତଙ୍କୀ ଠିକଣାରୁ ୫ଟି ଆଇଇଡି, ୱେୟାର ଲେସ୍‌ ସେଟ୍ସ, ୩ଟି କମ୍ବଳ ଓ କିଛି ପୋଷାକ ମିଳିଛି। ବ୍ୟବହାର ପାଇଁ ପ୍ରସ୍ତୁତ ହୋଇ ସାରିଥିବା ଆଇଇଡିଗୁଡ଼ିକର ଓଜନ ହାଫ କେଜିରୁ ୫ କେଜି ମଧ୍ୟରେ ରହିଥିଲା।

Advertisment

ଆଇଇଡିଗୁଡ଼ିକୁ ଜବତ କରିବା ପରେ ସୁରକ୍ଷାକର୍ମୀମାନେ ବେଶ ସତର୍କତାର ସହ ଉକ୍ତ ସ୍ଥାନରେ ହିଁ ବିସ୍ଫୋରଣ କରି ନଷ୍ଟ କରି ଦେଇଛନ୍ତି। ଦୁଇଟି ଆଇଇଡି ଷ୍ଟିଲ ବାଲଟି ମଧ୍ୟରେ ରହିଥିବା ବେଳେ ଆଉ ୩ଟି ଟିଫିନ ବକ୍ସରେ ଖଞ୍ଜା ହୋଇ ରହିଥିଲା। ହେଲେ ଆଇଇଡି ଜବତ କରି ପୁଞ୍ଚରେ ‌ଆତଙ୍କବାଦୀ କରିଥିବା ଆକ୍ରମଣ ଯୋଜନାକୁ ମଧ୍ୟ ସୁରକ୍ଷାକର୍ମୀ ପଣ୍ଡ କରି ଦେଇଛନ୍ତି।

ରବିବାର କଶ୍ମୀର ଆଇଜିପି ଭିକେ ବିର୍ଦି ପିସିଆର କଶ୍ମୀର ନିକଟରେ ଗୋଟିଏ ଯୁଗ୍ମ ସୁରକ୍ଷା ସମୀକ୍ଷା ବୈଠକ କରିଥିଲେ। ବୈଠକରେ ପୁଲିସ୍‌, ଆର୍ମି, ଗୁଇନ୍ଦା ଓ ସିଏପିଏଫର ଅଧିକାରୀମାନେ ଯୋଗ ଦେଇଥିଲେ। ଅଧିକାରୀମାନେ ଆଇଜିପି କଶ୍ମୀର ଭିକେ ବିର୍ଦିଙ୍କୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହ ଉପତ୍ୟକାରେ ଏବେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ସମ୍ପର୍କରେ ଜଣାଇଥିଲେ।

ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ପରେ ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଘନଘନ ସର୍ଚ୍ଚ ଅପରେସନ କରି ଆତଙ୍କବାଦୀଙ୍କ ସବୁ ଯୋଜନାକୁ ପଣ୍ଡ କରିବାକୁ ସୁରକ୍ଷାକର୍ମୀ ଲାଗି ପଡ଼ିଛନ୍ତି। ଜାତୀୟ ରାଜପଥ ଓ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ଚେକପୋଷ୍ଟ ଲଗା ଯାଇଛି। ପର୍ଯ୍ୟଟନସ୍ଥଳ ଓ ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକ ନିକଟରେ କ୍ୱିକ ରିଆକ୍ସନ ଟିମକୁ ମୁତୟନ କରାଯାଇଛି। ଛୋଟ, ମଧ୍ୟମ ଓ ବଡ଼ବଡ଼ ହୋଟେଲଗୁଡ଼ିକ ନିକଟରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Terror Attack Jammu Kashmir Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe