Advertisment

ସେନା ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ

ସେନର ଏକ କନଭୟକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ, ଯେଉଁଥିରେ ଏକାଧିକ ଗାଡ଼ି ଥିଲା।

ଅଦ୍ୟତନ ହୋଇଛି
Army

Army

Advertisment

ଜମ୍ମୁ ଓ କଶ୍ମୀରର ପୁଞ୍ଚରେ କୃଷ୍ଣ ଘାଟିରେ ଶୁକ୍ରବାର ସନ୍ଧ୍ୟାରେ ସେନାର ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ତେବେ ଏଥିରେ କେହି ହତାହତ ହୋଇ ନାହାନ୍ତି ବୋଲି ସେନା ପକ୍ଷରୁ କୁହାଯାଇଛି।  

Advertisment

ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏହାର ଜବାବ ଦେଇଥିଲେ ଭାରତୀୟ ସେନାର ଯବାନମାନେ। ସୂଚନା ଅନୁଯାୟୀ, କିଛି ସମୟର ଗୁଳି ବିନିମୟ ପରେ ପଛ ଘୁଞ୍ଚା ଦେଇଥିଲେ ଆତଙ୍କବାଦୀ। ସେମାନେ ସେଠାରୁ ଖସି ପଳାଇ ଯାଇଥିଲେ। ତେବେ ଜମ୍ମୁ ଓ କଶ୍ମୀର ପୁଲିସ୍ ଏବଂ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି।  

ସେନାର ଏକ କନଭୟକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ, ଯେଉଁଥିରେ ଏକାଧିକ ଗାଡ଼ି ଥିଲା। ଗତ କିଛି ସପ୍ତାହ ମଧ୍ୟରେ ଏହା ହେଉଛି ସେନା ଉପରେ ଦ୍ୱିତୀୟ ଆକ୍ରମଣ। ଏହା ପୂର୍ବରୁ ଗତ ମାସରେ ରଜୌରୀର ଡେରା କି ଗଲିରେ ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ଆକ୍ରମଣ କରିବା ଫଳରେ ସେନାର ୪ ଜଣ ଯବାନ ସହିଦ ହୋଇଥିଲେ। ଏଥିରେ ଆଉ ୫ ଜଣ ଆହତ ହୋଇଥିଲେ।   

Advertisment

ରଜୌରୀ ଓ ପୁଞ୍ଚରେ ୨୦୦୩ରୁ ଆତଙ୍କବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳୁ ନଥିଲା। କିନ୍ତୁ ୨୦୨୧ ଅକ୍ଟୋବର ମାସରୁ ବଡ଼ ଧରଣର ଆକ୍ରମଣ ଦେଖିବାକୁ ମିଳୁଛି। ଗତ ୭ ମାସରେ ଅଫିସର ଓ କମାଣ୍ଡରଙ୍କୁ ମିଶାଇ ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଗତ ୨ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ୩୫ରୁ ଅଧିକ ଯବାନ ସହିଦ ହେଲେଣି। 

Indian Army Army Jawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe