Advertisment

ସେନାକୁ ବଡ଼ ସଫଳତା, ୪ ଲସ୍କର ଆତଙ୍କବାଦୀ ଗିରଫ

ପୁଲିସ, ସେନା ଓ ସିଆର୍‌ପିଏଫ୍ ମିଳିତ ଭାବେ ହାଫୁ ନଗିନପୁରା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।

Terrorist hideout busted

Terrorist hideout busted

Advertisment

ସେନାକୁ ମିଳିଛି ବଡ଼ ସଫଳତା। ଜମ୍ମୁକଶ୍ମୀରର ଅବନ୍ତିପୁରାରେ ସୁରକ୍ଷାବାହିନୀ ପକ୍ଷରୁ ଲସ୍କର-ଇ-ତୋଇବା ଆତଙ୍କବାଦୀ ସଙ୍ଗଠନର ଏକ ଠିକଣାକୁ ଧ୍ୱଂସ କରିଛି। ଏଥିସହ ଅବନ୍ତିପୁରାର ହଫୁ ନମ୍ବିପୋରା ଜଙ୍ଗଲ ନିକଟରୁ ୪ ଜଣ ଲସ୍କର ସହ ଜଡ଼ିତ ଆତଙ୍କବାଦୀକୁ ସୁରକ୍ଷାବାହିନୀ ଗିରଫ କରିଛି। ଆତଙ୍କବାଦୀଙ୍କ ଠିକଣାରୁ ଅନେକ ସନ୍ଦିଗ୍ଧ ସାମଗ୍ରୀ ମଧ୍ୟ ଜବତ ହୋଇଛି। କଶ୍ମୀର ଜୋନ୍‌ ପୁଲିସ ଟ୍ୱିଟ୍‌ କରି ଏହି ସୂଚନା ଦେଇଛି।

Advertisment

ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ପୁଲିସ, ସେନା ଓ ସିଆର୍‌ପିଏଫ୍ ମିଳିତ ଭାବେ ହାଫୁ ନଗିନପୁରା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହୃତ ଏକ ଠିକଣା ଧରାପଡିଥିଲା ପରେ ଏହାକୁ ନଷ୍ଟ କରାଯାଇଥିଲା।

Advertisment

ପୁଲିସ ସୂଚନା ମୁତାବକ, ଆତଙ୍କବାଦୀଙ୍କ ଏହି ଗୁପ୍ତ ଠିକଣାରୁ ଅନେକ ଆପତ୍ତିଜନକ ସାମଗ୍ରୀ, ବିପୁଳ ହତିଆର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏନେଇ ତ୍ରାଲ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ପ୍ରାରମ୍ଭିକ ଯାଞ୍ଚ ବେଳେ ଆତଙ୍କବାଦୀ ସଙ୍ଗଠନ ଲସ୍କର ସହ ଜଡିତ ୪ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି।

ଧରାପଡିଥିବା ୪ ଅଭିଯୁକ୍ତ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା LeT ଆତଙ୍କବାଦୀଙ୍କୁ ସହାୟତା ଯୋଗାଇବାରେ ସମ୍ପୃକ୍ତ ଥିଲେ। ମାମଲାର ତଦନ୍ତ ଚାଲିଛି ଏବଂ ଆଗକୁ ଗିରଫଦାରୀ ବଢ଼ିବା ଆଶଙ୍କା ରହିଛି ବୋଲି ପୁଲିସ ଅଧିକାରୀ କହିଛନ୍ତି।

Terrorist Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe