Advertisment

ଆତଙ୍କୀ ଠିକଣାର ପର୍ଦ୍ଦାଫାସ: ମିଳିଲା ବିପୁଳ ପରିମାଣର ଗୋଳାବାରୁଦ

ଜଙ୍ଗଲ ଭିତରେ ବେଶ ଗୁପ୍ତ ଭାବେ ଆତଙ୍କବାଦୀମାନେ ନିଜର ଆଡ୍ଡା ବନାଇଥିଲେ। ଏହାକୁ ଖାଲି ଆଖରେ ଠାବ କରିବା ମଧ୍ୟ ବେଶ କଷ୍ଟକର।

Gun

Gun

Advertisment

ଜମ୍ମୁ-କଶ୍ମୀରର ବାରମୁଲ୍ଲା ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ବାରମୁଲ୍ଲାର ଗୋଗାଲଦାରା-ଡାନୱାସ ଜଙ୍ଗଲରେ ଥିବା ଗୋଟିଏ ଆତଙ୍କୀ ଠିକଣାର ପର୍ଦ୍ଦାଫାସ କରିଛି ପୁଲିସ୍‌। ଗୁଇନ୍ଦା ସୂଚନା ଆଧାରରେ ପୁଲିସ୍‌ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଓ ଏହି ସମୟରେ ଆତଙ୍କବାଦୀଙ୍କ ଗୋଟିଏ ଠିକଣା ଠାବ ହୋଇଛି। ଉକ୍ତ ସ୍ଥାନରୁ ବିପୁଳ ପରିମାଣର ଗୋଳା ବାରୁଦ ଓ ଅନ୍ୟାନ୍ୟ ଜିନିଷ ମିଳିଛି।

Advertisment

ଜଙ୍ଗଲ ଭିତରେ ବେଶ ଗୁପ୍ତ ଭାବେ ଆତଙ୍କବାଦୀମାନେ ନିଜର ଆଡ୍ଡା ବନାଇଥିଲେ। ଏହାକୁ ଖାଲି ଆଖରେ ଠାବ କରିବା ମଧ୍ୟ ବେଶ କଷ୍ଟକର। କାରଣ ଉକ୍ତ ସ୍ଥାନର ଚାରିପାଖରେ ଗଛ ରହିଥିବା ବେଳେ ଜରିରେ ନିର୍ମାଣ ହୋଇଥିବା ସ୍ଥାନ ଉପରେ ଗଛଲତା ମାଡ଼ି ଯାଇଛି। 

ବାରମୁଲ୍ଲା ପୁଲିସ୍‌ ଏକ୍ସରେ ପୋଷ୍ଟ କରିଛି ଯେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଗୋଗାଲଦାରା-ଡାନୱାସ ଜଙ୍ଗଲରେ ଥିବା ଗୋଟିଏ ଆତଙ୍କୀ ଠିକଣାକୁ ପୁଲିସ ଠାବ କରିଛି। ସେଠାରୁ ଗୋଟିଏ ପିସ୍ତଲ, ଗୋଟିଏ ମାଗାଜିନ, ୯ ରାଉଣ୍ଡ ଜୀବନ ଗୁଳି, ଗୋଟିଏ ଗ୍ରେନେଡ ଓ ବିଭିନ୍ନ ପ୍ରକାରର ମେଡିସିନ ମିଳିଛି। ଏନେଇ ଗୋଟିଏ ଏଫଆଇଆର ତାଙ୍ଗମାର୍ଗ ପୁଲିସ୍‌ ଷ୍ଟେସନରେ ରୁଜୁ ହୋଇଛି।

Advertisment

ଏହାର ଦିନକ ପୂର୍ବରୁ ସେନା ପକ୍ଷରୁ ଉପତ୍ୟକାର କିଶ୍ତୱାର ଜିଲ୍ଲାରେ ଗୋଟିଏ ଆତଙ୍କବାଦୀ ଠିକଣା ଠାବ କରାଯାଇଥିଲା। ସେଠାରେ ଗୋଟିଏ ଏକେ ୪୭, ଗୋଟିଏ ଏକେ ମାଗାଜିନ, ୩୦ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ବାଇନାକୁଲାର ଜବତ କରାଯାଇଥିଲା। ଜଙ୍ଗଲରେ ନିୟମିତ ଯାଞ୍ଚ ଚାଲିଥିବା ବେଳେ ଏପରି ଗୁଳି ଗୋଳା ଜବତ ହୋଇଥିଲା।

Terrorist Terror Attack Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe