Advertisment

ଶ୍ରମିକ ଓ ଡାକ୍ତରଙ୍କୁ ମାରିଥିବା ଆତଙ୍କବାଦୀର ମୁଣ୍ଡ ଗଡ଼ିଲା

ଗୋଟିଏ ଘରୋଇ କମ୍ପାନୀର ହାଉସିଂ କ୍ୟାମ୍ପରେ ୬ ଜଣ ଶ୍ରମିକ ଓ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ସାମିଲ ଥିବା ଆତଙ୍କବାଦୀ ଆଜି ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ଏନକାଉଣ୍ଟରେ ପ୍ରାଣ ହରାଇଛି।

Terrorist

Terrorist

Advertisment

୬ ଜଣ ଶ୍ରମିକ ଓ ଜଣେ ଡାକ୍ତରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଆତଙ୍କବାଦୀର ଖେଳ ଖତମ। ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ଆତଙ୍କବାଦୀ ଜଣକ ନିହତ ହୋଇଛି।

Advertisment

ଜମ୍ମୁ-କଶ୍ମୀରର ଗାଣ୍ଡେରବାଲରେ ଥିବା ଗୋଟିଏ ଘରୋଇ କମ୍ପାନୀର ହାଉସିଂ କ୍ୟାମ୍ପରେ ୬ ଜଣ ଶ୍ରମିକ ଓ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ସାମିଲ ଥିବା ଆତଙ୍କବାଦୀ ଆଜି ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ଏନକାଉଣ୍ଟରେ ପ୍ରାଣ ହରାଇଛି।

ନିହତ ଆତଙ୍କବାଦୀ ଜୁନେଦ ଅହମଦ ଭଟ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ଭାବେ କାମ କରୁଥିଲା। ସେ ଗଗନଗିର ଓ ଉପତ୍ୟକାର ଅନ୍ୟ ସ୍ଥାନରେ ହୋଇଥିବା ଆତଙ୍କବାଦୀ ହମଲାରେ ମଧ୍ୟ ସାମିଲ ଥିଲା।

Advertisment

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଡାଚିଗାମ ଜଙ୍ଗଲ ନିକଟରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ସେଠାରେ କର୍ଡନ ଓ ସର୍ଚ୍ଚ ଅପରେସନ ସହ ଏନକାଉଣ୍ଟର ହୋଇଥିଲା।

ଏତିକି ବେଳେ ଲସ୍କର ଆତଙ୍କବାଦୀ ଜୁନେଦ ଅହମଦ ଭଟ ନିହତ ହୋଇଛି। ସେ ଏ ବର୍ଗର ଆତଙ୍କବାଦୀ ଥିଲା। ଗଗନଗିର, ଗାଣ୍ଡେରବାଲ ଓ ଅନ୍ୟ ସ୍ଥାନରେ ହୋଇଥିବା ନିରୀହ ଲୋକଙ୍କ ହତ୍ୟାକାଣ୍ଡରେ ସେ ସାମିଲ ଥିଲା।

ଭଟ ଲସ୍କରର ସଦସ୍ୟ ହୋଇଥିବା ବେଳେ ତା’ ଘର କୁଲଗାମରେ। ସେ ଗୋଟିଏ ବର୍ଷ ହେଲା କେଉଁ ଆଡ଼େ ଚାଲି ଯାଇଥିଲା। କିନ୍ତୁ ଗାଣ୍ଡେରବାଲରେ ହୋଇଥିବା ଆତଙ୍କବାଦୀ ହମଲା ବେଳେ ସିସିଟିଭିରୁ ସେ ଏକେ ୪୭ ରାଇଫଲ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା।

Terror Attack Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe