Advertisment

ସେନା ଗାଡ଼ିକୁ ଗୁଳିମାଡ଼ର ଜବାବ ଦେଲେ ଯବାନ, ୩ ଆତଙ୍କୀ ସଫା

ଆଜି ସକାଳେ ଜମ୍ମୁ-କଶ୍ମୀର ଅଖୁନରରେ ସେନା ଗାଡ଼ିକୁ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ।

ଅଦ୍ୟତନ ହୋଇଛି
Security Forces

Security Forces

Advertisment

ଜମ୍ମୁ-କଶ୍ମୀର ଅଖୁନରରେ ସେନା ଗାଡ଼ିକୁ ଆକ୍ରମଣର ଜବାବ ଦେଇଛି ଭାରତୀୟ ସେନା। ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଆଜି ସକାଳେ ସେନା ଗାଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ, ଯାହାର ଜବାବ ଦେଇଛନ୍ତି ଯବାନ।

Advertisment

ସୂଚନା ଅନୁସାରେ, ଆଜି ସକାଳେ ଯବାନମାନେ ଏକ ଗାଡ଼ିରେ ଯାଉଥିଲେ। ଜମ୍ମୁ-କଶ୍ମୀର ଅଖନୁର ସେକ୍ଟେରର ବାଟା ଅଞ୍ଚଳରେ ସକାଳ ପ୍ରାୟ ୭ଟା ସମୟରେ ସେନା ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ସୌଭାଗ୍ୟବଶତଃ ଏଥିରେ କୌଣସି ଯବାନଙ୍କର ପ୍ରାଣହାନୀ ହୋଇନଥିଲା। 

କିନ୍ତୁ ଆକ୍ରମଣ ପରେ ସୁରକ୍ଷା ବାହିନୀ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ପ୍ରଥମେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଥିଲା। ପରବର୍ତ୍ତୀ ସମୟରେ ସେନା ଅଧିକାରୀଙ୍କ ପକ୍ଷରୁ ତିନି ଜଣ ନିପାତ ହୋଇଥିବା ସ୍ପଷ୍ଟ କରାଯାଇଛି। 

Advertisment

ଦୀପାବଳି ପାଇଁ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବାରୁ ଏପରି ହମଲା କରିଛନ୍ତି ଆତଙ୍କବାଦୀ। ଗତ ସପ୍ତାହ ମଧ୍ୟରେ ସୀମାରେ ଆତଙ୍କୀ ହମଲା ବଢି ଯାଇଛି। ବିଶେଷ କରି ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ। ସପ୍ତାହେ ମଧ୍ୟରେ ଦୁଇ ଜଣ ଯବାନ ଶହୀଦ ହୋଇ ଥିବାବେଳେ ୧୨ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଲାଣି।  

Encounter Jammu And Kashmir Encounter Terrorist Killed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe