Advertisment

ଏନକାଉଣ୍ଟର: ଆତଙ୍କୀ ନିହତ, ସୁରକ୍ଷାକର୍ମୀ ଆହତ

ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ଅପରେସନ କରୁଥିବା ବେଳେ ହଠାତ ଗୁଳିମାଡ଼ ହୋଇଥିଲା।

Terrorist

Terrorist

Advertisment

ଜମ୍ମୁ-କଶ୍ମୀର ରିଆସି ଜିଲ୍ଲାରେ ଆଜି ବଡ଼ଧରଣର ଏନକାଉଣ୍ଟର ହୋଇଛି। ସର୍ଚ୍ଚ ଅପରେସନ ଓ କର୍ଡନ ସମୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ନିହତ ହୋଇଛି। ସେହିପରି ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଏନକାଉଣ୍ଟର ସ୍ଥଳରୁ ଏୟାରଲିଫ୍ଟ କରି ସେନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରିଆସି ଜିଲ୍ଲାର ଚାସାନା ଅଞ୍ଚଳରେ ୨ ଜଣ ଆତଙ୍କୀ ଥିବା ଗୁଇନ୍ଦା ରିପୋର୍ଟ ମିଳିଥିଲା। ଏହାପରେ ସ୍ଥାନୀୟ ପୁଲିସ୍‌ ଓ ସ୍ଥଳ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ଅପରେସନ କରୁଥିବା ବେଳେ ହଠାତ ଗୁଳିମାଡ଼ ହୋଇଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ବେଶ କିଛି ସମୟର ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସେହିପରି ଆତଙ୍କବାଦୀର ଗୁଳିମାଡ଼ରେ ଜଣେ ଯବାନ ଆହତ ହୋଇଛନ୍ତି।

Advertisment

ଏବେ ବି ସେଠାରେ ଆଉ ଜଣେ ଆତଙ୍କୀ ଲୁଚି ରହିଛି। ତେଣୁ ସେଠାରେ ଗୁଳି ବିନିମୟ ଜାରି ରହିଛି। ଅତିରିକ୍ତ ଯବାନଙ୍କୁ ମଧ୍ୟ ଘଟଣା ସ୍ଥଳକୁ ପଠାଯାଇଛି।

Jammu Kashmir Terrorist Encounter Jammu And Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe