Advertisment

ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ, ଜଣେ ଯବାନ ଆହତ

କୁପୱାରାରେ ଆତଙ୍କବାଦୀ ଲୁଚିଥିବା ଖବର ସେନାକୁ ମିଳିଥିଲା। ଏହାପରେ ଜମ୍ମୁ କଶ୍ମୀର ପୁଲିସ ସହ ମିଶି ସେନା ପକ୍ଷରୁ ଆରମ୍ଭ  ହୋଇଥିଲା ମିଳିତ ଅପରେସନ୍।

author-image
Madhupriya Mistry
Encounter

Encounter

ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ ଲଗାତର ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣ ପରେ ସେନା ମଧ୍ୟ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ସର୍ଚ୍ଚ ଅପରେସନ୍ ଚଳାଇଛି। ଏହାରି ଭିତରେ ସେନା ଗୁଳିରେ ଆଜି କୁପଓ୍ୱାଡାରେ ଜଣେ ଆଙ୍କବାଦୀ ସଫା ହୋଇଛି।

Advertisment

ଜମ୍ମୁ କଶ୍ମୀରର କୁପୱାଡାଠାରେ ଗତ ରାତିରୁ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି।  ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହି ଏନକାଉଣ୍ଟରରେ ଜଣେ ସେନା ଯବାନ ମଧ୍ୟ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରର କୁପୱାଡାର ଲୋଲାବ ଉପତ୍ୟକାର ତ୍ରିମୁଖା ଟପ୍‌ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

କୁପୱାରାରେ ଆତଙ୍କବାଦୀ ଲୁଚିଥିବା ଖବର ସେନାକୁ ମିଳିଥିଲା। ଏହାପରେ ଜମ୍ମୁ କଶ୍ମୀର ପୁଲିସ ସହ ମିଶି ସେନା ପକ୍ଷରୁ ଆରମ୍ଭ 
ହୋଇଥିଲା ମିଳିତ ଅପରେସନ୍। ଏଲ୍‌ଓସି ନିକଟସ୍ଥ ଜଙ୍ଗଳକୁ ଆତଙ୍କବାଦୀମାନେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାବାହିନୀମାନେ ତାଙ୍କୁ ଘେରିଥିଲେ। 

Advertisment

କଶ୍ମୀରରେ ଗତ ୨୪ଘଣ୍ଟାରେ ଏହା ଦ୍ୱିତୀୟ ଏନକାଉଣ୍ଟର। ଗତ ମଙ୍ଗଳବାର ଦିନ ଏଲଓସିରେ ପୁଞ୍ଚ ଜିଲ୍ଲାରେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ସେନା ସହ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଯବାନ ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ସହିଦ ହୋଇଥିଲେ।

Jammu Kashmir Encounter