Advertisment

ପୁଲୱାମାରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ

ଗତକାଲି ପୁଲୱାମାର ଆରିହଲ ଅଞ୍ଚଳର ନ୍ୟୁ କଲୋନୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

author-image
Debibandita Barick
Representative Image

Representative Image

ଜମ୍ମୁ କଶ୍ମୀର ସୀମାରେ ସଫା ହେଲା ଆଉ ଜଣେ ଆତଙ୍କବାଦୀ। ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଏନେଇ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

Advertisment

ଅଧିକାରୀମାନେ କହିଛନ୍ତି ଯେ, ଗତକାଲି ପୁଲୱାମାର ଆରିହଲ ଅଞ୍ଚଳର ନ୍ୟୁ କଲୋନୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଖବର ଲେଖା ହେବା ସୁଦ୍ଧା ଅପରେସନ ଜାରି ରହିଥିବା ବେଳେ ଏଥିରେ ଜଣେ ଆତଙ୍କୀକୁ ନିପାତ କରାଯାଇଛି। 

ନିପାତ ଆତଙ୍କବାଦୀ କିଏ ଏବଂ କେଉଁ ଗୋଷ୍ଠୀର ଜଣାପଡି ନାହିଁ ବୋଲି ସେନା ଅଧିକାରୀମାନେ କହିଛନ୍ତି।

Advertisment

ପ୍ରକାଶ ଥାଉ କି, ନିକଟରେ ମଧ୍ୟ ସୁରକ୍ଷାକର୍ମୀ ଓ ଅତଙ୍କାବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୁର୍ଭାଗ୍ୟବଶତଃ ରଜୌରୀରେ ଅଞ୍ଚଳରେ ଆତଙ୍କୀଙ୍କ ସହ ଲଢିବା ସମୟରେ ଦୁଇ ଜଣ କ୍ୟାପ୍ଟେନଙ୍କ ସମେତ ତିନି ଜଣ ଯବାନ ସହିଦ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ।   

Encounter Jammu And Kashmir Encounter Pulwama Encounter