Advertisment

ଏନ୍‌କାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ

ସର୍ଚ୍ଚ ଅପରେସନରେ ସାମିଲ ଡ୍ରୋନ କ୍ୟାମେରା ଦ୍ୱାରା ଆତଙ୍କବାଦୀର ମୃତଦେହ ଚିହ୍ନଟ ହୋଇଛି।

ଅଦ୍ୟତନ ହୋଇଛି
undefined

encounter

Advertisment

ଲଗାତର ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ କଶ୍ମୀରରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍‌। ଆତଙ୍କବାଦୀଙ୍କୁ ଖୋଜି ଖୋଜି ଟାର୍ଗେଟ୍‌ କରୁଛନ୍ତି ସୁରକ୍ଷାକର୍ମୀ। ଉତ୍ତର କଶ୍ମୀରର ବାନ୍ଦିପୋରା ଜିଲ୍ଲାର ଅରଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

Advertisment

ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀମାନେ ସୂଚନା ପାଇଥିଲେ। ପରେ ପୂରା ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ୍‌ କରିଥିଲେ। ଏଥିରେ ୨ ଜଣ ଆତଙ୍କବାଦୀ ଜଙ୍ଗଲ ଆଡକୁ ଦୌଡି ପଳାଉଥିବା ସୁରକ୍ଷାକର୍ମୀମାନେ ଦେଖିବାକୁ ପାଇଥିଲେ। ପରେ ସେମାନଙ୍କୁ ଟାର୍ଗେଟ କରି ଗୁଳି ବିନିମୟ ହୋଇଥିଲେ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ସର୍ଚ୍ଚ ଅପରେସନରେ ସାମିଲ ଡ୍ରୋନ କ୍ୟାମେରା ଦ୍ୱାରା ଆତଙ୍କବାଦୀର ମୃତଦେହ ଚିହ୍ନଟ ହୋଇଛି। ଆତଙ୍କୀର ମୃତଦେହ ନିକଟରେ ଅତ୍ୟାଧୁନିକ ଏମ-୪ ରାଇଫଲ ଠାବ କରାଯାଇଛି। ସେହିପରି ଦ୍ୱିତୀୟ ଆତଙ୍କବାଦୀକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

Advertisment

ଗତ କିଛି ଦିନ ମଧ୍ୟରେ ୪ଟି ଆତଙ୍କୀ ଆକ୍ରମଣ ଘଟଣା ପରେ ସେନା ପକ୍ଷରୁ ଜମ୍ମୁ-କଶ୍ମୀର ସୀମବର୍ତ୍ତୀ ଅଞ୍ଚଳର ବିଭିନ୍ନ ଠିକଣାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଆଜି ଚିଫ୍‌ ଅଫ୍ ଡିଫେନ୍ସ ଷ୍ଟାଫ ଜନରଲ ଅନିଲ ଚୌହାନ ଜମ୍ମୁ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ। ସେ ନଗରୌଟା ସ୍ଥିତ ହ୍ୱାଇଟ୍‌ ନାଇଟ୍ କର୍ପସ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷ ମଧ୍ୟ କରିପାରନ୍ତି।

ସେପଟେ ଜୁନ ୨୯ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ରବିବାର ସୁରକ୍ଷା ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ବୈଠକରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଗୃହ ବିଭାଗର ବରିଷ୍ଠ ଅଧିକାରୀ ଓ ଗୁଇନ୍ଦା ବିଭାଗର ଅଧିକାରୀ, ସିଆରପିଏଫ ଡିଜି ପ୍ରମୁଖ ଯୋଗ ଦେଇଥିଲେ।

Jammu Kashmir Terrorists Killed J&K; Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe