Advertisment

ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ, ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ଯବାନ ଆହତ

ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳିବନିମୟରେ ଜଣେ ଆତଙ୍କୀ ସଫା ହୋଇଥିବା ବେଳେ ପାକିସନ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ବିଏସଏଫ ଯବାନ ଆହତ ହୋଇଥିବା ସୂଚନା।

Representative Image

Representative Image

Advertisment

ଜମ୍ମୁକଶ୍ମୀରରେ ଏନକାଉଣ୍ଟର। ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳିବନିମୟରେ ଜଣେ ଆତଙ୍କୀ ସଫା ହୋଇଥିବା ବେଳେ ପାକିସନ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ବିଏସଏଫ ଯବାନ ଆହତ ହୋଇଥିବା ସୂଚନା।

Advertisment

ସୂଚନା ଅନୁସାରେ, ଆଜି ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଗୁଳିବିନିମୟ ଘଟିଛି। ଶୋପିଆନର କାଠୋହାଲେନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇଥିଲେ ସେନା କର୍ମଚାରୀ। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ଉଭୟଙ୍କ ପକ୍ଷରୁ ଗୁଳିବିନିମୟ କରାଯାଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

ନିହତ ହୋଇଥିବା ଆତଙ୍କବାଦୀ, ମିସର ଅହମ୍ମଦ ଦାର ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ସହିତ ଜଡିତ ଥିବା କାଶ୍ମୀର ଜୋନ୍ ପୁଲିସ ପକ୍ଷରୁ ରିପୋର୍ଟ କରାଯାଇଛି। ଅନ୍ୟ ଏକ ଘଟଣାରେ ରାମଗଡ ସେକ୍ଟର ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି। ବର୍ତ୍ତମାନ ଆହତ ଯବାନଙ୍କର ଚିକିତ୍ସା ଚାଲିଛି। 

Advertisment
Encounter Jammu Kashmir Encounter Terrorist Killed BSF Jawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe