Advertisment

ସେନା କ୍ୟାମ୍ପ୍ ଉପରେ ଆକ୍ରମଣ ବିଫଳ, ସର୍ଚ୍ଚ ଅପରେସନ ଆରମ୍ଭ

ରାଜୌରୀ ସେନା କ୍ୟାମ୍ପ୍ ଉପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଉଦ୍ୟମ ହୋଇଥିଲା। ମାତ୍ର ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁଁ ଏହି ଆକ୍ରମଣ ଉଦ୍ୟମ ବିଫଳ ହୋଇଛି।

author-image
Niharika Rout
Jawans

Jawans

ଜମ୍ମୁ ଓ କଶ୍ମୀରରେ ପୁଣି ଥରେ ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ। ରାଜୌରୀ ସେନା କ୍ୟାମ୍ପ୍ ଉପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଉଦ୍ୟମ ହୋଇଥିଲା। ମାତ୍ର ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁଁ ଏହି ଆକ୍ରମଣ ଉଦ୍ୟମ ବିଫଳ ହୋଇଛି। ତେବେ କିଛି ସୁରକ୍ଷା କର୍ମ ଆହତ ହୋଇଥିବା ଜଣାଯାଇଛି।

Advertisment

ଆତଙ୍କବାଦୀମାନେ ରାଜୌରୀର ଗୁଣ୍ଡା ଗାଁରେ ଥିବା ସେନା କ୍ୟାମ୍ପକୁ ଟାର୍ଗେଟ କରି ରାତି ପ୍ରାୟ ୩ଟା ପରେ ଆଖିବୁଜା ଫାୟାରିଂ କରିଥିଲେ। ସୁରକ୍ଷାକର୍ମ ପାଲଟା ଜବାବରେ ପ୍ରବଳ ଫାୟାରିଂ କରିବା ସହ ଆତଙ୍କବାଦୀଙ୍କ ଏହି ଉଦ୍ୟମକୁ ବିଫଳ କରି ଦେଇଛନ୍ତି।

ଏପରି ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ। ତୁରନ୍ତ ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳରକୁ ସିଲ୍‌ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଛନ୍ତି।

Advertisment

ଏହି ଆକ୍ରମଣରେ କେତେ ଜଣ ଆତଙ୍କବାଦୀ ସାମିଲ ହୋଇଥିଲେ ତାହା ସ୍ପଷ୍ଟ ହୋଇନି। ଆତଙ୍କୀଙ୍କ ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ସୂଚନା ମିଳିଛି।

Terror Attack Jammu Kashmir