Advertisment

ସେନା କ୍ୟାମ୍ପ ଉପରେ ଆତଙ୍କୀ ହମ୍‌ଲା, ୬ ଯବାନ ଆହତ

ଗତକାଲି ସନ୍ଧ୍ୟାରେ କଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଥିବା ଏକ ଗ୍ରାମ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଏହି ଆକ୍ରମଣ ହୋଇଛି।

ଅଦ୍ୟତନ ହୋଇଛି
Encounter

Encounter

Advertisment

ସେନା କ୍ୟାମ୍ପ ଉପରକୁ ହେଲା ଆଖିବୁଜା ଗୁଳିମାଡ଼। ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ଏବେବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି।

Advertisment

ଜମ୍ମୁ କଶ୍ମୀର ଆଡିସନାଲ ଡିଜିପି ଆନନ୍ଦ ଜୈନଙ୍କ ସୂଚନା ମୁତାବକ, ଜିଲ୍ଲାର ଚତରଗଲା ଅଞ୍ଚଳରେ ୪ ରାଷ୍ଟ୍ରୀୟ ରାଇଫଲ ଓ ଗୋଟିଏ ପୁଲିସ ପୋଷ୍ଟ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ଏହାର ଜବାବରେ ସୁରକ୍ଷାକର୍ମୀମାନେ ପୁଲଟା ଗୁଳିମାଡ଼ କରିଥିଲେ। ଏହାପରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି।

ଡୋଡାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୬ ଯବାନ ଆହତ ହୋଇଥିବାବେଳେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ଗତକାଲି ସନ୍ଧ୍ୟାରେ କଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଥିବା ଏକ ଗ୍ରାମ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଏହି ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି।

Advertisment

ଜମ୍ମୁ କଶ୍ମୀରରେ ୩ ଦିନରେ ଏହା ତୃତୀୟ ଆତଙ୍କବାଦୀ ଆକ୍ରମଣ। ଗତକାଲି କାଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ୨ ଜଣ ଆହତ ହୋଇଥିଲେ। ଏହାର କିଛି ଘଣ୍ଟା ପରେ ହିଁ ଆତଙ୍କବାଦୀମାନେ ସେନା କ୍ୟାମ୍ପ ଉପରକୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି। ପୂର୍ବରୁ ଆତଙ୍କବାଦୀମାନେ ତୀର୍ଥଯାତ୍ରୀ ବସ୍ ଉପରକୁ ଆକ୍ରମଣ କରିଥିଲେ। ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଥିଲେ।

Jammu Kashmir Terrorist Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe