Advertisment

ପୁଣି ଟାର୍ଗେଟ୍‌ କିଲିଂ, ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ମୃତ ଯୁବକ ଜଣକ ହେଲେ ଜଣେ ପ୍ରବାସୀ ଶ୍ରମିକ। ସେ ବିହାରର ବାସିନ୍ଦା ବୋଲି ଜଣାପଡିଛି।

author-image
Madhupriya Mistry
Indian Army

Indian Army

ପୁଣି ଜମ୍ମୁ-କଶ୍ମୀରରେ ଟାର୍ଗେଟ୍‌ କିଲିଂ। ଏଥର ଜଣେ ଅଣ-କଶ୍ମୀର ଯୁବକଙ୍କୁ ଟାର୍ଗେଟ୍‌ କରିଛନ୍ତି ଆତଙ୍କବାଦୀ। ଗୁଳିମାଡ଼ କରି ଯୁବକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ଜମ୍ମ-କଶ୍ମୀରର ସୋପିଆନ୍‌ରେ ଘଟିଛି ଏଭଳି କିଛି ଘଟଣା।

Advertisment

ସେପଟେ ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି। ପୂରା ଅଞ୍ଚଳକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରା ବନ୍ଦି କରାଯାଇଛି ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ମୃତ ଯୁବକ ଜଣକ ହେଲେ ଜଣେ ପ୍ରବାସୀ ଶ୍ରମିକ। ସେ ବିହାରର ବାସିନ୍ଦା ବୋଲି ଜଣାପଡିଛି। ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ଉକ୍ତ ଯୁବକଙ୍କ ମୃତଦେହକୁ ରାସ୍ତାକଡରୁ ଉଦ୍ଧାର କରିଥିଲେ। ଏହାପରେ ପୁଲିସକୁ ଖବର ଦେଖିଥିଲେ। ନ୍ୟାସନାଲ କନଫରେନ୍ସ (ଏନସି) ନେତା ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ଦୁଇ ଦିନ ପରେ ଏହି ଘଟଣା ଘଟିଛି।

Advertisment

ଜମ୍ମୁ କଶ୍ମୀରରେ ସଂଗଠିତ ଆତଙ୍କବାଦ ହ୍ରାସ ପାଇବା ପରେ ଟାର୍ଗେଟରେ କିଲିଂ ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଗତ ବର୍ଷ ମଧ୍ୟ ଆତଙ୍କବାଦୀମାନେ ବିଭିନ୍ନ ଅଞ୍ଚଳରେ ହିନ୍ଦୁ ଏବଂ ଅଣ-କଶ୍ମୀରବାସୀଙ୍କୁ ଟାର୍ଗେଟ୍‌ କରି ହତ୍ୟା କରିଥିଲେ। ଅନନ୍ତନାଗ, ପୁଲୱାମା ଏବଂ ପୁଞ୍ଚ ଅଞ୍ଚଳରୁ ଅନେକ ଟାର୍ଗେଟ କିଲିଂ ଘଟଣା ସାମ୍ନାକୁ ଆସିଥିଲା।

Jammu Kashmir Migrant Labour Target Killing