Advertisment

ଆତଙ୍କବାଦୀଙ୍କ ଗୁଳିରେ ପୂର୍ବତନ ସରପଞ୍ଚ ମୃତ, ଦୁଇ ପର୍ଯ୍ୟଟକ ଆହତ

ଉଭୟ ସ୍ଥାନରେ ଘଟଣାସ୍ଥଳକୁ ପୁଲିସ୍ ନିଜ କବ୍‌ଜାକୁ ନେବା ସହିତ ଆତଙ୍କବାଦୀମାନଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରଖିଛି।

author-image
Jitendra Garnayak
Aizaz

Aizaz

ଜମ୍ମୁ ଓ କଶ୍ମୀରର ଶୋପିଆନ ଓ ଅନନ୍ତନାଗ ଜିଲ୍ଲାରେ ଶନିବାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜଣେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। 

Advertisment

ମୃତ ସରପଞ୍ଚଙ୍କ ନାଁ ଏଜାଜ ଶେଖ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଶୋପିଆନର ହିରପୋରା ଅଞ୍ଚଳରେ ଏଜାଜ ଶେଖଙ୍କୁ କିଛି ଆତଙ୍କବାଦୀ ଗୁଳି କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।   

ସେହିପରି ଆତଙ୍କବାଦୀମାନେ ଅନନ୍ତନାଗ ଜିଲ୍ଲାର ୟାନ୍ନାରରେ ପର୍ଯ୍ୟଟକଙ୍କ ଏକ କ୍ୟାମ୍ପ ଉପରେ ଗୁଳିମାଡ଼ କରିବାରୁ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନେ ହେଉଛନ୍ତି ଫରହା ଓ ତାଙ୍କ ସ୍ୱାମୀ ତାବ୍ରେଜ। ସେମାନେ ରାଜସ୍ଥାନର ଜୟପୁରର ବାସିନ୍ଦା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଶ୍ମୀର ଜୋନ୍ ପୁଲିସ୍ ‘ଏକ୍ସ’ରେ ସୂଚନା ଦେଇଛି। 

Advertisment

ଉଭୟ ସ୍ଥାନରେ ଘଟଣାସ୍ଥଳକୁ ପୁଲିସ୍ ନିଜ କବ୍‌ଜାକୁ ନେବା ସହିତ ଆତଙ୍କବାଦୀମାନଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରଖିଛି। 

Bjp Terrorist