Advertisment

ସୀମା ପାର୍‌ ଉଦ୍ୟମ କରୁଥିଲେ ୩ ଆତଙ୍କବାଦୀ, ନିପାତ କଲେ ସୁରକ୍ଷା କର୍ମୀ

ଭାରତୀୟ ସେନା, ଜମ୍ମୁ- କଶ୍ମୀର ପୁଲିସ୍‌ ଓ ବିଏସଏଫ୍‌ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା।

author-image
Niharika Rout
Soldiers

Soldiers

ଜମ୍ମୁ କଶ୍ମୀରରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ବହୁ ସୁରକ୍ଷାକର୍ମୀ ଶହୀଦ ହେଉଛନ୍ତି। ଏପରି ସ୍ଥିତିରେ ସୁରକ୍ଷା କର୍ମୀଙ୍କୁ ମିଳିଛି ଏକ ବଡ଼ ସଫଳତା। ଏକ ସ୍ପେଶାଲ ଅପରେସନ ଚଳାଇଥିବା ସୁରକ୍ଷା କର୍ମୀମାନେ ୩ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।

Advertisment

ଜମ୍ମୁ- କଶ୍ମୀର ପୁଲିସ୍‌ଠୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲାଣି କିଛି ଆତଙ୍କବାଦୀ ପାକିସ୍ତାନ ପଟୁ ଭାରତ LOC ପାର୍‌ ହେବାକୁ ଚେଷ୍ଟା ଚଳାଇଥିଲେ। ଏହି ସୀମା ପାର ତଙ୍ଗଧାର ଓ ମାଛିଲ ସେକ୍ଟରରେ ହେବ ବୋଲି ସୂଚନା ମିଳିଥିଲା।

ଏହାପରେ ଭାରତୀୟ ସେନା, ଜମ୍ମୁ- କଶ୍ମୀର ପୁଲିସ୍‌ ଓ ବିଏସଏଫ୍‌ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଉଭୟ ସ୍ଥାନରେ ଆତଙ୍କବାଦୀମାନେ ପଶୁଥିବା ବେଳେ ସେମାନଙ୍କୁ ସୁରକ୍ଷା କର୍ମୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଏହା ମଧ୍ୟରେ ସୁରକ୍ଷା କର୍ମୀଙ୍କ ଗୁଳିରେ ମାଛିଲରେ ୨ ଜଣ ଓ ତଙ୍ଗଧାରରେ ଜଣେ ଆତଙ୍କବାଦୀ ଟଳି ପଡ଼ିଥିବା ସୂଚନା ମିଳିଛି। ଏହି ଅପରେସନ ବେଳେ ଜଣେ ଆତଙ୍କବାଦୀ ଗୁରୁତର ହୋଇଥିବା ଜଣାଯାଇଛି।

କେନ୍ଦ୍ରଶାସିତ ପ୍ରଦେଶ ଘୋଷଣା ପରେ ଜମ୍ମୁ- କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଜମ୍ମୁ- କଶ୍ମୀରରେ ଆସନ୍ତା ମାସ ୧୮ ତାରିଖ, ୨୫ ତାରିଖ ଓ ଅକ୍ଟୋବର ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ଫଳାଫଳ ଆସନ୍ତା ୪ ତାରିଖରେ ଘୋଷିତ ହେବ । ତେଣୁ ଏହି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସତ୍ତ୍ୱେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Jammu Kashmir Terrorists Killed