Advertisment

ପୁଲିସ୍‌ ଟିମ ଉପରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳି ମାଡ଼

ଆତଙ୍କବାଦୀମାନେ ପୁଲିସ୍‌ ଟିମ ଉପରେ ଗୁଳି ମାଡ଼ କରିବା ପରେ ସ୍ଥାନୀୟ ଜଙ୍ଗଲକୁ ଚାଲିଯାଇଛନ୍ତି। ତେବେ ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଓ ଭାରତୀୟ ସେନା ପକ୍ଷରୁ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

Terrorist

Terrorist

Advertisment

ଜମ୍ମୁ-କଶ୍ମୀରରେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଆତଙ୍କବାଦୀ କାର୍ଯ୍ୟକଳାପ ସେତିକି ବଢ଼ି ଚାଲିଛି। ଆଜି ସନ୍ଧ୍ୟାରେ ଜମ୍ମୁ-କଶ୍ମୀର ପୁଲିସ୍‌ ଟିମ ଉପରେ କିଛି ଆତଙ୍କବାଦୀ ଗୁଳି ମାଡ଼ କରିଛନ୍ତି। ରଜୌରୀ ଜିଲ୍ଲିର ଥାନା ମଣ୍ଡି ଅଞ୍ଚଳରେ ଏପରି ହମଲା ହୋଇଛି।

Advertisment

ଆତଙ୍କବାଦୀମାନେ ପୁଲିସ୍‌ ଟିମ ଉପରେ ଗୁଳି ମାଡ଼ କରିବା ପରେ ସ୍ଥାନୀୟ ଜଙ୍ଗଲକୁ ଚାଲିଯାଇଛନ୍ତି। ତେବେ ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଓ ଭାରତୀୟ ସେନା ପକ୍ଷରୁ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ପୂରା ଅଞ୍ଚଳକୁ କର୍ଡନ କରାଯିବା ସହ ଘଟଣା ସ୍ଥଳକୁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି।

ପ୍ରାଥମିକ ତଥ୍ୟ ଅନୁସାରେ, ଥାନା ମଣ୍ଡିର ଲୋୟର କରୟୋତେ ଗାଁରେ କିଛି ସନ୍ଦିଗ୍ଧ ଗତିବିଧିର ଖବର ମିଳିଥିଲା। ଏହା ପରେ ପୁଲିସ୍‌ ଓ ରାଷ୍ଟ୍ରୀୟ ରାଇଫଲର ଯବାନମାନେ ଗାଁ ଅଭିମୁଖେ ବାହାରି ଯାଇଥିଲେ। ତେବେ ସନ୍ଧ୍ୟା ପ୍ରାୟ ୭.୩୦ରେ ଆତଙ୍କବାଦୀମାନେ ଏକ ଅନ୍ଧାରିଆ ସ୍ଥାନରେ ଲୁଚି ରହି ପୁଲିସ୍‌ ଟିମ ଉପରକୁ ଗୁଳିମାଡ଼ କରିଥିଲେ।

Advertisment

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଜବାବ ଦିଆଯାଇଥିଲା। ତେବେ ଅନ୍ଧକାରର ଫାଇଦା ଉଠାଇ ଆତଙ୍କବାଦୀ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି। କିଛି ସମୟ ପାଇଁ ହୋଇଥିବା ଗୁଳି ବିନିମୟରେ କେହି ବି ମୃତାହତ ହୋଇନାହାନ୍ତି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

କିଛି ଦିନ ତଳେ କୁପୱାଡାର ଏଲଓସି ନିକଟରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାକର୍ମୀ ପଣ୍ଡ କରିଥିଲେ। ଏଥିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

Terror Attack Jammu Kashmir Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe