Advertisment

ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି

ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Hemant Lenka
PM Modi

PM Modi

ଭାରତ ସମେତ ପୂରା ବିଶ୍ୱକୁ ଦୋହଲାଇ ଦେଇଥିବା ୨୦୦୮ ମସିହା ମୁମ୍ବାଇ ୨୬/୧୧ ହମଲାକୁ ୧୬ ବର୍ଷ ପୂରିଛି। ଆଜିର ଦିନରେ ସେଦିନର ଭୟଙ୍କର ଆତଙ୍କବାଦୀ ହମଲାରେ ସହିଦ ହୋଇଥିବା ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କୁ ପୂରା ଦେଶ ମନେପକାଉଛି।

Advertisment

ତେବେ ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଯଦି କୌଣସି ଆତଙ୍କବାଦୀ ସଂଗଠନ ଭାରତର ସୁରକ୍ଷାକୁ ଚ୍ୟାଲେଞ୍ଜ କରିବେ, ତା’ହେଲେ ସେମାନଙ୍କୁ ଉପଯୁକ୍ତ ଜବାବ ମିଳିବ ବୋଲି ମୋଦି କହିଛନ୍ତି। ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ ପାଳନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ଯୋଗଦେଇ ମୁମ୍ବାଇ ଆତଙ୍କୀ ହମଲାର ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Advertisment

ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି, “ ଗୋଟିଏ ସମୟରେ ଆମେ ଗଣତନ୍ତ୍ରର ଏହି ମହତ୍ତ୍ୱପୂର୍ଣ୍ଣ ଦିନକୁ ଉତ୍ସବ ଭାବେ ପାଳନ କରୁଥିବା ବେଳେ ଅନ୍ୟପଟେ ଆଜି ହେଉଛି ମୁମ୍ବାଇ ଆତଙ୍କୀ ହମଲାର ବର୍ଷ ପୂର୍ତ୍ତି। ଏହାକୁ ମଧ୍ୟ ଆମେ ଭୁଲି ନାହୁଁ।

ସେଦିନ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଦେଶର ନିଷ୍ପତ୍ତି ହେଉଛି ଯେ ଭାରତର ସୁରକ୍ଷାକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ଆତଙ୍କୀ ସଂଗଠନକୁ କଡ଼ା ଜବାବ ଦିଆଯିବ। ଏକଥା ମୁଁ ପୁଣିଥରେ ଦୋହରାଉଛି।”

ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା କଥା ଯେ ସମ୍ବିଧାନ କେବଳ ଜଣେ ଓକିଲଙ୍କର ଦସ୍ତାବିଜ ନୁହେଁ, ବରଂ ଏହା ସମସ୍ତଙ୍କ ପାଇଁ ଗୋଟିଏ ମାର୍ଗଦର୍ଶକ। ସମ୍ବିଧାନ ହେଉଛି ଆମ ସମସ୍ତଙ୍କର ମାର୍ଗଦର୍ଶକ। ଏହା ଆମକୁ ଉଚିତ ପଥ ଦେଖାଇଥାଏ। ଆମେ ଏମର୍ଜେନ୍ସି ଯୁଗକୁ ମଧ୍ୟ ଦେଖିଛୁ। ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରରେ ସମ୍ବିଧାନକୁ ଲାଗୁ କରାଯାଇଥିବା ମଧ୍ୟ ମୋଦି କହିଛନ୍ତି।

ସେ କହିଛନ୍ତି, “ଆମେ ଏ ଦେଶରେ ଏମର୍ଜେନ୍ସିକୁ ଦେଖିଛୁ। ଗଣତନ୍ତ୍ର ଆଗରେ ସୃଷ୍ଟି ହୋଇଥିବା ଏହି ଚ୍ୟାଲେଞ୍ଜକୁ ଆମ ସମ୍ବିଧାନ ସାମ୍ନା କରିଛି। ଆଜିର ଦିନରେ ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନ ପୂର୍ଣ୍ଣମାତ୍ରାରେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଛି। ଆଜି ପ୍ରଥମଥର ପାଇଁ ସେଠାରେ ସମ୍ବିଧାନ ଦିବସ ପାଳିତ ହେଉଛି।”

PM Modi Constitution Day 26/11 Mumbai Attack