Advertisment

ଆତଙ୍କୀଙ୍କ ଗୋଟିଏ ଠିକଣା: ଜେଲ୍‌ ନଚେତ ଜହନୁମ

ମନ୍ତ୍ରୀ ନିତ୍ୟାନନ୍ଦ ଗୃହକୁ ଅବଗତ କରାଇଛନ୍ତି ଯେ ବିଗତ କିଛି ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ୨୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମୁକାବିଲା କରି କିଛି ସୁରକ୍ଷାକର୍ମୀ ମଧ୍ୟ ଜୀବନର ବିଳିଦାନ ଦେଇଛନ୍ତି।

author-image
Hemant Lenka
Terrorists

Terrorists

ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀଙ୍କ ଗତିବିଧି ବଢ଼ିଛି। ସେମାନେ ବିଭିନ୍ନ ସ୍ଥାନରେ ହମଲା କରି ପୁଣି ଉପତ୍ୟକାକୁ ଅଶାନ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଦିନକୁ ଦିନ ଆତଙ୍କୀ କାର୍ଯ୍ୟ ବଢ଼ୁଥିବା ବେଳେ ଆଜି ବଡ଼ କଥା କହିଛନ୍ତି କେନ୍ଦ୍ର ସରକାର।

Advertisment

ଆତଙ୍କବାଦୀଙ୍କ ଗୋଟିଏ ଠିକଣା। ସେମାନେ ଜେଲରେ ଭର୍ତ୍ତି ହେବେ ନଚେତ ଜହନୁମ ଯିବେ ବୋଲି ଆଜି ରାଜ୍ୟସଭାରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଜହନୁମ ଏକ ଇସଲାମିକ ଶବ୍ଦ। ଏହାର ଅର୍ଥ ନର୍କ।

କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀଙ୍କ ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସମସ୍ତ ପ୍ରତିଶ୍ରୁତି ଦେଇଛନ୍ତି ଯେ ମୋଦି ସରକାର ସର୍ବଦା ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ ଶୂନ ସହନଶୀଳତା ଆପଣାଇଛନ୍ତି। ଏବେ ବୃଦ୍ଧି ପାଇଥିବା ଆତଙ୍କବାଦର ମୂଳପୋଛ ଖୁବଶୀଘ୍ର ହେବ। ଆତଙ୍କବାଦୀମାନେ ସେମାନଙ୍କ ଉଦ୍ଦେଶ୍ୟରେ କେବେ ହେଲେ ସଫଳ ହେବେ ନାହିଁ ବୋଲି ସେ କହିଛନ୍ତି।

Advertisment

ମନ୍ତ୍ରୀ ନିତ୍ୟାନନ୍ଦ ଗୃହକୁ ଅବଗତ କରାଇଛନ୍ତି ଯେ ବିଗତ କିଛି ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ୨୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମୁକାବିଲା କରି କିଛି ସୁରକ୍ଷାକର୍ମୀ ମଧ୍ୟ ଜୀବନର ବିଳିଦାନ ଦେଇଛନ୍ତି। ତାଙ୍କ କହିବା କଥା ଧାରା ୩୭୦ ଉଚ୍ଛେଦ ହେବା ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାୟ ୯୦୦ ଆତଙ୍କୀ ସଫା ହେଲେଣି। 

ସେ କହିଛନ୍ତି, “ମୋଦି ସରକାର ସବୁବେଳେ ଆତଙ୍କବାଦ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆମେ ଆତଙ୍କବାଦର ମୂଳପୋଛ କରିବୁ। ଆତଙ୍କବାଦୀମାନେ ଜେଲ ଯିବେ ନଚେତ ଜହନୁମରେ ପଡ଼ିବ। ମୁଁ ଏକଥା ଗୃହକୁ ନିଶ୍ଚିତ କରିବାକୁ ଚାହେଁ।”

୨୦୦୪ରୁ ୨୦୧୪ ମଧ୍ୟରେ ଜମ୍ମୁ-କଶ୍ମୀରରେ ୭୨୧୭ ଆତଙ୍କବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା। ୨୦୧୪ ପରଠାରୁ ୨୦୨୪ ଜୁଲାଇ ୨୧ ମଧ୍ୟରେ ଏହା ୨୨୫୯କୁ ଖସି ଆସିଛି। ଏପରି ଆତଙ୍କବାଦୀ କାର୍ଯ୍ୟକଳାପ ହେବା କଥା ନୁହେଁ। ଏହା ଏକ ଦୁର୍ଭଗ୍ୟଜନକ ଘଟଣା। କିନ୍ତୁ ବିରୋଧୀ ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ ବୋଲି ସେ କହିଛନ୍ତି। 

୨୦୦୪ରୁ ୨୦୧୪ ମଧ୍ୟରେ ୨୮୨୯ ଜଣ ସାଧାରଣ ଲୋକ ଓ ସୁରକ୍ଷାକର୍ମୀ ଆତଙ୍କ ହମଲାରେ ପ୍ରାଣ ହରାଇଥିଲେ। ୨୦୧୪ରୁ ଇତି ମଧ୍ୟରେ ଏହି ସଂଖ୍ୟାରେ ୬୭%କୁ ହ୍ରାସ ପାଇଛି। ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟ ୬୯% କମିଛି ବୋଲି ସେ ସୂଚନା ଦେଇଛନ୍ତି। 

Jammu Kashmir Terrorists Killed Terrorists J&K Terrorists Attack Terrorists Attack Pakistan Terrorists Terrorists Threat