Advertisment

ରାହୁଲ ଗାନ୍ଧିଙ୍କ ‘ସାବରକର’ ବୟାନ ପାଇଁ ଚେତାବନୀ ଦେଲେ ଉଦ୍ଧବ ଠାକରେ

ସାବରକରଙ୍କୁ ଅସମ୍ମାନ କଲେ ବିରୋଧୀ ମେଣ୍ଟରେ ଫାଟ ମଧ୍ୟ ସୃଷ୍ଟି ହୋଇପାରେ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି।

Uddhav Thackeray

Uddhav Thackeray

Advertisment

ବିନାୟକ ସାବରକରଙ୍କ ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଇଥିବା ବୟାନକୁ ନେଇ ଆପତ୍ତି ଉଠାଇଛନ୍ତି ଉଦ୍ଧବ ଠାକରେ। ମହାରାଷ୍ଟ୍ରରେ ଠାକରେ ଓ କଂଗ୍ରେସ ଏକାଠି କାମ କରୁଥିଲେ ହେଁ ସାବରକର ବୟାନକୁ ନେଇ ଏବେ ମେଣ୍ଟରେ ଅସହମତି ପ୍ରକାଶ ପାଇଛି। ସାବରକରଙ୍କୁ ଅପମାନିତ ନ କରିବା ପାଇଁ ଉଦ୍ଧବ ଠାକରେ ଖୋଲାଖୋଲି ଭାବେ ରାହୁଲ ଗାନ୍ଧିଙ୍କୁ କହିଛନ୍ତି। ଏଥିସହ ସାବରକରଙ୍କୁ ଅସମ୍ମାନ କଲେ ବିରୋଧୀ ମେଣ୍ଟରେ ଫାଟ ମଧ୍ୟ ସୃଷ୍ଟି ହୋଇପାରେ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି।

Advertisment

ଉଦ୍ଧବ ଠାକରେ ଆହୁରି କହିଛନ୍ତି ଯେ ସେ ହିନ୍ଦୁତ୍ୱ ବିଚାରଧାରାର ଭିଡି ସାବରକରଙ୍କୁ ସେ ନିଜର ଆଦର୍ଶ ଭାବେ ମାନନ୍ତି। ସେ କହିଛନ୍ତି, “ସାବରକର ଦୀର୍ଘ ୧୪ ବର୍ଷ ଧରି ଆଣ୍ଡାମାନ ସେଲୁଲାର ଜେଲରେ ଅକଥନୀୟ ଅତ୍ୟାଚାର ସହିଥିଲେ। ଆମେ କେବଳ ସେ ଭୋଗିଥିବା କଷ୍ଟକୁ ପଢ଼ୁଛେ। ସେ ଅନେକ ବଳିଦାନ ଦେଇଛନ୍ତି।

ଆମେ କେବେ ହେଲେ ତାଙ୍କ ଅପମାନକୁ ସହ୍ୟ କରିବୁ ନାହିଁ। ବୀର ସାବରକର ହେଉଛନ୍ତି ଆମ ଭଗବାନ। ତାଙ୍କ ପ୍ରତି ସାମାନ୍ୟ ଅପମାନକୁ ମଧ୍ୟ ଗ୍ରହଣ କରାଯିବନି। ଆମେ ଲଢ଼େଇ ପାଇଁ ପ୍ରସ୍ତୁତ ରହିଛୁ। କିନ୍ତୁ ଆମ ଭଗବାନଙ୍କୁ ଅପମାନ କରାଯିବା ଆଦୌ ଗ୍ରହଣୀୟ ନୁହେଁ। ଉଦ୍ଧବ ଗ୍ରୁପ୍‌, କଂଗ୍ରେସ ଓ ଏନିସିପି ମେଣ୍ଟ ଗଣତନ୍ତ୍ରର ସୁରକ୍ଷା ପାଇଁ ଗଠନ ହୋଇଥିଲା। ଆମକୁ ଏକାଠି କାମ କରିବାକୁ ପଡ଼ିବ। ରାହୁଲ ଗାନ୍ଧିଙ୍କୁ ଜାଣିଶୁଣି ଉସକା ଯାଉଛି। କିନ୍ତୁ ଯଦି ଆମେ ଏସବୁ କାମରେ ସମୟ ନଷ୍ଟ କରିବା, ତା’ହେଲେ ଗଣତନ୍ତ୍ର ଆଉ ରହିବ ନାହିଁ।”

Advertisment

ଲୋକସଭା ସଦସ୍ୟ ପଦ ଯିବା ପରେ ରାହୁଲ ଗାନ୍ଧି ଶନିବାର ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ “ମୋ ନାଁ ସାବରକର ନୁହେଁ। ମୋ ନାଁ ଗାନ୍ଧି। ଆଉ ଗାନ୍ଧି କେବେ ହେଲେ କାହାକୁ କ୍ଷମା ମାଗନ୍ତି ନାହିଁ।” ରାହୁଲଙ୍କ ଏପରି ବୟାନକୁ ଉଦ୍ଧବ ଠାକରେ ବିରୋଧ କରିଛନ୍ତି।

Congress Uddhav Thackeray Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe